Advertisment

ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...

ବିଭିନ୍ନ ବୁଥରେ ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ପରିସ୍ଥିତି ସମ୍ଭାଳିବାକୁ ପୋଲିସର ଲାଠି ଚାଳନା ।

undefined

Odisha Politics

Advertisment

ଚିକିଟିରୁ ଗୋପାଳପୁର, ତା ସହ ବ୍ରହ୍ମପୁରର ବିଭିନ୍ନ ବୁଥ୍। ଭୋଟ୍ ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଉତ୍ତେଜନା, ଅଶାନ୍ତ ସ୍ଥିତି। ଚିକିଟି କଳାବାଡ଼ ପଞ୍ଚାୟତ ୧୪୬ ନମ୍ବର ବୁଥରେ ସକାଳୁ ସକାଳୁ ଉତ୍ତେଜନା। ବିଜେପି ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବା ଅଭିଯୋଗରେ ଉପୁଜିଥିଲା ଗଣ୍ଡଗୋଳ। ତଦନ୍ତ ପାଇଁ ସେଠାରେ ପହଞ୍ଚିଥିଲେ ନିର୍ବାଚନ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍।

Advertisment

ପାତ୍ରପୁର ବ୍ଲକ ପଦାଦିଗି ଓ କନିରିଡ଼ାରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ, କେ.ନୂଆଗାଁର ୫୪ ନମ୍ବର ବୁଥରେ ନିର୍ଦ୍ଦିଷ୍ଟ ଦଳ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ପାଟିତୁଣ୍ଡ ହୋଇଥିଲା ।

ସେପଟେ ବିଜେଡିର ୨ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି ଦଳ। ବିଜେପିର ଚିକିଟି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଏହି ହିଂସାକାଣ୍ଡ ଘଟାଇଥିବା ବିଜେଡି ଆରୋପ ଲଗାଇଥିବା ବେଳେ, ଏହାକୁ ମିଛ ବୋଲି କହିଛନ୍ତି ମନୋରଞ୍ଜନ। ଏଥିସହ ୧୩ରୁ ୧୪ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ବିଜେଡି କର୍ମୀ ପିଟିଥିଲେ ବି, ସେମାନଙ୍କ ବିରୋଧରେ କୌଣସି ଆକ୍ସନ ହେଉନି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ସେହିଭଳି ବ୍ରହ୍ମପୁରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ୮୦ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ। ଏହାପରେ ପୋଲିସ୍ ସହ ବି ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍‌କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଆଙ୍କୁଲି ହାଇସ୍କୁଲ ଛକରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମୃଦୁ ଲାଠି ଚାଳନା କରିଥିଲା ପୋଲିସ। ଲାଞ୍ଜିପଲି ୬୮ ନମ୍ବର ବୁଥ୍ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାରେ ବିଜେପି ଓ ବିଜେଡି କର୍ମୀ ସଂଘର୍ଷରେ ୨ ଜଣ ଲେଖାଏଁ ଆହତ ହୋଇଛନ୍ତି।

ସେପଟେ ନବରଙ୍ଗପୁର ଝରିଗାଁରେ ବି ଉପୁଜିଥିଲା ତୁମୁଳ କାଣ୍ଡ। ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଦେଉଳକୋନା ଗାଁ ବୁଥ୍ ନଂ-୨୦୪ରେ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। 

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ