Advertisment

ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।

Odisha Election

Odisha Election

Advertisment

ବଲାଙ୍ଗିର ଲୋଇସିଂହା ସରଗାଡ଼ ଗାଁର ଦୁଇଟି ବୁଥରେ ପୋଲିଂ ଟିମକୁ ଅଟକ ରଖିଛନ୍ତି ଗ୍ରାମବାସୀ। ସରଗାଡ଼ ଗାଁ ସ୍କଲର ୧୩୧ ଓ ୧୩୨ ନମ୍ବର ବୁଥର ଦୁଇଟି ପୋଲିଂ ଟିମ୍‌କୁ ଲୋକେ ଘେରିଛନ୍ତି। ମିଳିଥିବା ସୂଚନା ଅନୁସାରେ ନିର୍ଧାରିତ ସମୟ ପରେ କିଛି ଲୋକଙ୍କୁ ଭୋଟ୍ ଦେବାକୁ ଅନୁମତି ଅଭିଯୋଗକୁ ନେଇ ଏଭଳି ଘଟଣା ଘଟିଛି। ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।

Advertisment

ସେପଟେ ଭୋଟକୁ ନେଇ କଣ୍ଟାମାଳ ମହେଶ୍ୱରପିଣ୍ଡାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ। ମତଦାନ ବେଳେ ଖୋଦ୍ ପ୍ରିଜାଇଡିଂ ଅଫିସର ପକ୍ଷପାତିତା କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ବୁଥ୍ ଆଗରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ଜନତା ଧାରଣା ଦେଇଥିଲେ। ତେବେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ପୋଲିସ ଉପରକୁ ପଥର ମାଡ଼ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିବା ସହ ଫାଙ୍କା ଗୁଳିଚାଳନା ବି କରିଛି। ପୋଲିସ ଲାଠି ମାଡରେ ୩୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପ୍ରଥମେ ମନମୁଣ୍ଡା ଏବଂ ପରେ ସୋନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁସାରେ, ବୌଦ୍ଧ କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱରପିଣ୍ଡା ବୁଥ୍ ନମ୍ବର- ୨୮ରେ ପ୍ରିଜାଇଡିଂ ଅଫିସର ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତଦନ୍ତ ପରେ ଯାହା ଜଣାପଡିବ ବୋଲି କହିଛନ୍ତି ବୌଦ୍ଧ ତହସିଲଦାର। ସେପଟେ ବୁଥରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି ବିଜେପି ପ୍ରାର୍ଥୀ।

Advertisment

ସେହିଭଳି ଗଞ୍ଜାମ ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଣ୍ଠୁପଡା ଗ୍ରାମରେ ଭୋଟ୍ ପରେ ପରେ ଦୁଇ ଗୋଷ୍ଠୀମଧ୍ୟରେ ମାରପିଟ ହୋଇ ତିନି ଜଣ ଆହାତ ହୋଇଛନ୍ତି l ଆହତମାନେ ହେଲେ ବାବୁଲା ସ୍ୱାଇଁ,ମନୋଜ ସ୍ୱାଇଁ, କାହ୍ନୁଚରଣ ସାହୁ ହୋଇଥିବା ଜଣାପଡିଛି l ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଖଣ୍ଡା ସାହାଯ୍ୟରେ ଆକ୍ରମଣ ହୋଇଥିଲା l

ଘଟଣାରେ ଗୋଟିଏ ଗୋଷ୍ଠୀର ଦୁଇଜଣଙ୍କୁ କବିସୂର୍ଯ୍ୟନଗର ମେଡିକାଲ ଓ ଅନ୍ୟଗୋଷ୍ଠୀ ର ଜଣେ ଆହାତଙ୍କୁ ପୋଲସରା ମେଡିକାଲ ରେ ଭର୍ତି କରାଯାଇଛି l ଘଟଣା ନେଇ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ କମେଣ୍ଟ ମରାମରି ହୋଇ ହାତାହାତି ହୋଇଥିବା କହିଛନ୍ତି ପୁରୁଷୋତ୍ତମପୁର ଏସଡିପିଓ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ