Advertisment

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ, ସୋନପୁରରୁ ଫେରି ସିଧା କାର୍ଯ୍ୟକର୍ତ୍ତା ବୈଠକକୁ ଗଲେ ଶାହ

ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ବୈଠକକୁ ଯାଇଛନ୍ତି ଶାହ।

Amit Shah

Amit Shah

Advertisment

ସୋନପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିବା ପରେ, ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କୁ ଭୁବନେଶ୍ୱରରେ ପାଛୋଟି ନେବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ରାଜ୍ୟର ତୁଙ୍ଗ ନେତା। ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ବୈଠକକୁ ଯାଇଛନ୍ତି ଶାହ। ଏହି ବୈଠକରେ ଆଗାମୀ ନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କ ସହ ହେବ ମାନସମନ୍ଥନ। ୨୪ ଲଢେଇ ପାଇଁ ଏହି ବୈଠକରେ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି।

Advertisment

ସେପଟେ ସୋନପୁରରେ ଆଜି ବର୍ଷିଛନ୍ତି ଶାହ। ମଞ୍ଚକୁ ଆସୁଆସୁ ଗର୍ଜିଲେ... ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ବାନ ଦେଲେ। ଆଜି ସୋନପୁରରେ ଡାଇରେକ୍ଟ ଆଟାକିଂ ମୋଡ୍‌ରେ ଅମିତ ଶାହ। ଫୁଲ୍ ଜୋଶ୍‌ରେ ଓଡ଼ିଶାରେ ବିଜେପିର ପ୍ରଚାର ବିଗୁଲ ଫୁଙ୍କିଛନ୍ତି ରାଜନୀତର ଚାଣକ୍ୟ। ସୋନପୁର ରାମେଶ୍ୱର ଷ୍ଟାଡିୟମରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି, ଓଡ଼ିଶାରେ ୨୦ରୁ ଅଧିକ ଲୋକସଭା ଆସନରେ ପଦ୍ମ ଫୁଟାଇବା ସହ ରାଜ୍ୟରେ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ ଦେଇଥିଲେ ଶାହ।

ସେହିପରି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀଙ୍କୁ ସୋନପୁର ସଭା ମଞ୍ଚରୁ ଆହ୍ୱାନ ଦେଇଛନ୍ତି ଶାହ। କହିଛନ୍ତି ସାରା ଦେଶ ଭଳି, ଓଡ଼ିଶାରେ ବି ପୂରା ମୋଦି ମାହୋଲ୍ ରହିଛି। ଓଡ଼ିଆ ଅସ୍ମିତାର କଥା ଉଠାଇ, ନବୀନଙ୍କୁ ପରୋକ୍ଷରେ ଇଙ୍ଗିତ କରି କହିଛନ୍ତି, ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରେ ନାହିଁ, ସିଏ ପ୍ରଦେଶକୁ ଆଗକୁ ନେଇପାରେ ନାହିଁ । ଏଠାକାର ସରକାର କେବଳ ଓଡ଼ିଶାକୁ ବିକାଶଠୁ ଦୂରରେ ରଖିନି, ଅଫିସର ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ବୋଲି କହିଛନ୍ତି ଶାହ । ଏହା ବି କହିଥିଲେ, ରାଜ୍ୟରେ ଖଣିଜ ସଂପଦର ଲୁଟ୍ ହେଉଛି ।

Advertisment

ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି। ଏହା କହିବା ସହ ଶାହ କଟାକ୍ଷ କରିଛନ୍ତି ଯେ, ନବୀନ ବାବୁଙ୍କୁ ଡର ଲାଗୁଛି କାଳେ ମୋଦି ନାଁ ନେଇଯିବେ। ଓଡ଼ିଶାରେ ବିଜେପି ସରକାର ଆସିଲେ ଏଠି ବି ଆୟୁଷ୍ମାନ ଯୋଜନା ଲାଗୁ ହେବ ଏବଂ କାହାକୁ ବାହାର ରାଜ୍ୟରୁ କାହାକୁ ପଳାୟନ କରିବାକୁ ପଡ଼ିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ୫
ବର୍ଷରେ ଓଡ଼ିଶାକୁ ଏକ୍ ନମ୍ବର କରିବୁ।

ସେହିପରି ରାମମନ୍ଦିର ପ୍ରସଙ୍ଗ ଉଠାଇଥିଲେ ଶାହ। ସେ କହିଥିଲେ, ଏଠାକାର ଶାସକ ଦଳ ରାମମନ୍ଦିର ଉତ୍ସବକୁ ଡାଇଭର୍ଟ କରିବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଓଡ଼ିଶାବାସୀ ଏହାକୁ ବିଫଳ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଶାହ ।

Advertisment
Amit Shah BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ