Advertisment

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ; ପ୍ରାଥମିକ ପଦରୁ ଇସ୍ତଫା ଦେଲେ ଗଞ୍ଜାମର ୨ବରିଷ୍ଠ ପୂର୍ବତନ ବିଧାୟକ

ବିଜେଡି ନେତା ଜାମୁଲା ଶଙ୍କର ନାରାୟଣ ଏବଂ ବିଜେଡି ନେତ୍ରୀ ମହିଳା ଉପ ସଭାନେତ୍ରୀ ଜେ.ସୁଷମା ରାଣୀ ମଧ୍ୟ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
two senior former MLA of Ganjam resigned from BJD

two senior former MLA of Ganjam resigned from BJD

Advertisment

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ। ଦଳ ଛାଡୁଛନ୍ତି ଜଣେ ପରେ ଜଣେ ନେତା। ଏହାରି ଭିତରେ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ଗଞ୍ଜାମର ଦୁଇ ବରିଷ୍ଠ ପୂର୍ବତନ ବିଧାୟକ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣି ଏବଂ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ ଇସ୍ତଫା ଦେଇଛନ୍ତି।

Advertisment

ଦଳରେ ସେମାନଙ୍କୁ ଅଣଦେଖା କରାଯାଉଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମିଳୁନି ବୋଲି ସେମାନେ ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଭିନ୍ନ ସମସ୍ୟା ଆଲୋଚନା କରିବାକୁ ଇଚ୍ଛା ଥିଲେ ମଧ୍ୟ ତାହା ହୋଇପାରୁନି । ତେଣୁ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସେମାନେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍; ବାଜି ମାରିବେ ନା ଖେଳ ଓଲଟାଇବେ ?

ଏହାସହ ବିଜେଡି ନେତା ଜାମୁଲା ଶଙ୍କର ନାରାୟଣ ଏବଂ ବିଜେଡି ନେତ୍ରୀ ମହିଳା ଉପ ସଭାନେତ୍ରୀ ଜେ.ସୁଷମା ରାଣୀ ମଧ୍ୟ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି କହିଛନ୍ତି । ଏପରିକି ଚ୍ୟାଉ ବାବୁଙ୍କ ଛଡ଼ା ଆଉ କିଏ ନେତା ବ୍ରହ୍ମପୁରରେ ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ଅନ୍ୟ ଜିଲ୍ଲାର ଲୋକ ଚ୍ୟାଉ ବାବୁଙ୍କ ପ୍ରତି ଏତେ ଦରଦ ବ୍ରହ୍ମପୁର ପାଇ ଏହା ଅପମାନ ବୋଲି କହିଛନ୍ତି । ସେପଟେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ । କାହାକୁ ଟିକେଟ ମିଳିବ ତାହା ସୁପ୍ରିମୋଙ୍କ ଉପରେ ନିର୍ଭର ବୋଲି ସେ କହିଛନ୍ତି।

BJD General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ