Advertisment

ମନମୋହନଙ୍କ ବଡ଼ ବୟାନ; ରାଜ୍ୟରେ ଏକା ଲଢ଼ି ସରକାର କରିବ ବିଜେପି..

ଓଡ଼ିଶାରେ ବିଜେପି ସରକାର ହେବ କହିଲେ ମନମୋହନ ସାମଲ।

ଅଦ୍ୟତନ ହୋଇଛି
Manmohan Samal on election 2024

Manmohan Samal

Advertisment

ମେଣ୍ଟ ନେଇ ବଡ଼ ସୂଚନା ଦେଲେ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାରେ ବିଜେପି ସରକାର ହେବ କହିଲେ ମନମୋହନ ସାମଲ। ସେ ଆହୁରି କହିଛନ୍ତି, ‘ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢ଼ିବ ବିଜେପି। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ। ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ’। ବିଜେପି ଏକାକୀ ସରକାର କରିବ ବୋଲି ସ୍ପଷ୍ଟ କହିଲେ ମନମୋହନ।

Advertisment

ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ସେନେଇ ସ୍ପଷ୍ଟ ଚିତ୍ର ଆସିପାରୁନି। ଗତ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ଓଟିଭିକୁ ବଡ଼ ସୂଚନା ଦେଇଥିଲେ। ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ ସେ ପ୍ରଥମେ କହିଥିଲେ, ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି। ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି।

ଅଧିକ ପଢ଼ନ୍ତୁ: ଦ୍ୱନ୍ଦ୍ୱ ବଢୁଛି, ସସପେନ୍ସ ହଟୁନି; ମେଣ୍ଟ ହେବ ନା ହେବନି ?

ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।

Advertisment

୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ମେଣ୍ଟ ନଛିଡିବାର କାରଣ କୁହାଯାଉଛି, ଅଧିକ ସିଟ୍ ଦାବି କରୁଛି ବିଜେପି।

BJD BJP General Elections 2024 Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ