Advertisment

ସାମ୍ନାକୁ ଆସିଲା ସତ ! EVM ଭାଙ୍ଗିବା ମାମଲାରେ ଆସିଲା ସିସିଟିଭି ଫୁଟେଜ...

ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

ଅଦ୍ୟତନ ହୋଇଛି
Odisha EVM Toppling Row CCTV Footage

Prashant Jagdev

Advertisment

EVM ଭାଙ୍ଗିବା ଅଭିଯୋଗ ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ। ପ୍ରଶାନ୍ତ ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର ସିସିଟିଭି ଫୁଟେଜ ଆସିଛି। ଏହି ଫୁଟେଜକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଫୁଟେଜରେ ସ୍ପଷ୍ଟ ଭାବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦେଖାଯାଉଛନ୍ତି ।

Advertisment

ହେଲେ ଇଭିଏମ ଭାଙ୍ଗିବା ନେଇ ଏହି ସିସିଟିଭି ଫୁଟେଜରେ କୌଣସି ସ୍ପଷ୍ଟ ଦୃଶ୍ୟ ନାହିଁ । ଯେତେବେଳେ ଇଭିଏମ ଭାଙ୍ଗିବା ଶବ୍ଦ ଶୁଣାଯାଉଛି ସେତେ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୂରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ଲୋକେ ମଧ୍ୟ ବିଧାୟକ କୌଣସି ଇଭିଏମ ଭଙ୍ଗାରୁଜା କରିନଥିବା ଗଣମାଧ୍ୟମରେ ବୟାନ ଦେଇଥିଲେ।

ଅଧିକ ପଢ଼ନ୍ତୁ: ‘EVM ଭାଙ୍ଗିବାର ପ୍ରମାଣ ନାହିଁ, ଥାର୍ଡ ଫ୍ଲୋର୍‌ ନିର୍ଦ୍ଦେଶରେ ଜଗଦ୍ଦେବ ଗିରଫ’

Advertisment

ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

ଅଧିକ ପଢ଼ନ୍ତୁ: ବାଣ୍ଟୁଥିଲେ ଟଙ୍କା, ଉଠାଇ ନେଲା ପୋଲିସ୍; ଗାଁ ପାଲଟିଲା ପୁରୁଷ ଶୂନ୍ୟ

Advertisment

ଅନ୍ୟପଟେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଏସ୍‌ପି ନିଜର ପ୍ରତିକ୍ରିୟା ରଖିଛନ୍ତି । ସିସିଟିଭି ଫୁଟେଜ ହସ୍ତଗତ ହୋଇନଥିବା କହିଥିଲେ ଏସପି । ସେ କହିଛନ୍ତି ‘ଫୁଟେଜ୍‌ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରାଯାଇଛି । ସାଂସଦ ଅପରାଜିତାଙ୍କ ଭିଡ଼ିଓ ହସ୍ତଗତ ସମ୍ପର୍କରେ ଜାଣିନାହିଁ । ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ସମ୍ପର୍କରେ ଅଭିଯୋଗର ତଦନ୍ତ ହେବ । ଘଟଣାରେ ଡ୍ରାଇଭର ସାକ୍ଷୀ ନଥିବାରୁ ଖୋର୍ଦ୍ଧା ପୋଲିସ ପଚରାଉଚରା କରିନି ।’

BJD BJP Congress Odisha Politics EVM Prashant Jagdev General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ