Advertisment

EVMରେ ସିଲ୍ ହେଲା ୩୭ ସାଂସଦ-୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାରେ ସରିଲା ୨୪ ମହାସଂଗ୍ରାମର ପ୍ରଥମ ଦଫା ଲଢ଼େଇ, ସନ୍ଦ୍ୟା ୫ଟା ସୁଦ୍ଧା ୬୨.୯୬ % ଭୋଟ

undefined

Odisha Politics

Advertisment

ଖରାକୁ ଖାତିର ନାହିଁ, ବାଧକ ସାଜିନି ବୟସ, ଅଟକାଇ ପାରିନି ଅକ୍ଷମତା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମନରେ ଢେର୍ ଉତ୍ସାହ, ବିଶେଷ ଆକର୍ଷଣ। ଦୀର୍ଘ ୫ ବର୍ଷ ପରେ ପୁଣି ମତଦାନ ମହାନ ସୁଯୋଗ ମିଳିଥିବାରୁ ଆଜି ସକାଳୁ ସକାଳୁ ବୁଥ୍‌ଗୁଡ଼ିକ ଆଗରେ ଲାଗିଥିଲା ଏମିତି ଲମ୍ବା ଲାଇନ୍। ମତାଧିକାର ସାବ୍ୟସ୍ତ ଲାଗି ଯୁବାବର୍ଗଙ୍କ ମଧ୍ୟରେ ଯେତିକି ଉତ୍ସାହ ଥିଲା, ଉପାନ୍ତ ଆଦିବାସୀ ଇଲାକାର ଆଦିମ ଜନଜାତି ଭୋଟରଙ୍କ ଭିତରେ ଥିଲା ତାଠୁ ଅଧିକ ଆକର୍ଷଣ।

Advertisment

ଗୋପାଳପୁର ସିନ୍ଧିଗାଁ ଭୋଟଗ୍ରହଣ କେନ୍ଦ୍ରରେ ୧୦୮ ବର୍ଷିୟା ବୃଦ୍ଧା, ଟ୍ରାଇସାଇକେଲରେ ଆସି ମତଦାନ କରି ନିଜ ମନ ପସନ୍ଦର ନେତା ବାଛିଥିଲେ । ସେହିଭଳି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଆଦି ସ୍ଥାନରେ ଦେଖିବାକୁ ମିଳିଥିଲା ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାର ଅପୂର୍ବ ଦୃଶ୍ୟ। ବୟସ୍କ, ମହିଳା, ଭିନ୍ନକ୍ଷମମାନେ ବି ନିଜ ଆଙ୍ଗୁଠିରେ କାଳି ବୋଳି ମତାଧିକାରୀ ସାବ୍ୟସ୍ତ ସହ ଭୋଟଦାନର ଅଭୁଲା ଅନୁଭୂତି ସାଉଁଟୁଥିଲେ। ସେହିଭଳି ୧୮ରେ ଛୁଇଁବା ପରେ ପ୍ରଥମ ଥର ବୁଥକୁ ଆସି ବେଶ୍ ଉତ୍ସାହିତ ଥିଲେ ଅନେକ ସାବାଳକ ଯୁବା ଭୋଟର।

ଆଜିର ପାଗ ବିଶେଷ ଅନୁକୂଳ ଥିବାରୁ ମତାଦାତାଙ୍କ ପାଇଁ କୌଣସି ସମସ୍ୟା ନଥିଲା। ସକାଳ ଓ ଅପରାହ୍ଣରେ ବୁଥରେ ଭିଡ଼ ଅପେକ୍ଷାକୃତ ଅଧିକ ଥିଲା। ଏପଟେ ସମୟ ବଢିବା ସହ ମତଦାନ ପ୍ରକ୍ରିୟାରେ ସାମିଲ ହେଉଥିଲେ ବିଭିନ୍ନ ବୟସ ଓ ବର୍ଗର ଭୋଟର। ରାୟଗଡ଼ା ଗୁଣପୁରରେ ନିଜ ପାରମ୍ପାରିକ ପୋଷାକ ପରିଧାନ କରି ମତଦାନ କେନ୍ଦ୍ରକୁ ଆସିଥିଲେ ଲାଞ୍ଜିଆ ସଉରା ଜନଜାତିର ଭୋଟର। ରାୟଗଡ଼ା ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବି ଦେଖିବାକୁ ମିଳିଥିଲା ମତଦାନ ପ୍ରତି ଅହେତୁକ ଆଗ୍ରହ।

Advertisment

ସେପେଟ ଭୋଟରଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ସ୍ଥାନରେ ହୋଇଥିଲା ଅଭିନବ ପ୍ରୟାସ। ଜୟପୁର ଚନ୍ଦନବାଡ ବୁଥରେ ମତଦାତାଙ୍କ ପାଇଁ ହୋଇଥିଲା ମାଣ୍ଡିଆ ଜାଉର ବ୍ୟବସ୍ଥା। ଗ୍ରୀଷ୍ମ ପ୍ରବାହକୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ଫାଷ୍ଟ ଏଡ୍ ସୁବିଧା ସହ ମାଣ୍ଡିଆ ଜାଉ ବଣ୍ଟନ କରୁଥିଲେ। ତେଣେ ଭୋଟରଙ୍କୁ ଆକର୍ଷିତ କରିବାକୁ ଗଞ୍ଜାମ ଦିଗପହଣ୍ଡିରେ ହୋଇଥିଲା ପରିବେଶ ଉପଯୋଗୀ ସାମିଆନାର ବ୍ୟବସ୍ଥା।

ସେହିଭଳି ନବରଙ୍ଗପୁର ଚନ୍ଦାହାଣ୍ଡିର ଇକୋ ଫ୍ରେଣ୍ଡଲି ବୁଥର ଦୃଶ୍ୟ ଥିଲା ଦେଖିବା ଭଳି। ସବୁଜ ଡାଳପତ୍ରରେ ସଜ୍ଜିତ ବୁଥ୍ ଭୋଟରଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିଲା। ସେପଟେ ଭବାନୀପଟଣାରେ ମହିଳାଙ୍କ ଲାଗି ସଖୀ ମତଦାନ କେନ୍ଦ୍ର ସାଙ୍ଗକୁ ସ୍ଥାନୀୟ ଇରିଗେସନ୍ କଲୋନୀରେ ହୋଇଥିବା ସେଲଫି ପଏଣ୍ଟ ବି ଭୋଟରଙ୍କ ପାଇଁ ଆକର୍ଷଣ ସାଜୁଥିଲା।

Advertisment

ମାଓ ସୁରକ୍ଷା ଦୃଷ୍ଟିରୁ ଗତକାଲି ନୂଆପଡ଼ା ସୁନାବେଡ଼ାକୁ ବାୟୁସେନା ହେଲିକପଟରରେ ଯାଇଥିଲେ ପୋଲିଂ ପାର୍ଟି। ଆଜି ମତଦାନ ପ୍ରକ୍ରିୟା ସାରିବା ପରେ ପୋଲିଂ ପାର୍ଟି, ପୁଣି ହେଲିକପଟର ଯୋଗେ ଫେରିଥିଲେ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ