Advertisment

ବାଣ୍ଟୁଥିଲେ ଟଙ୍କା, ଉଠାଇ ନେଲା ପୋଲିସ୍; ଗାଁ ପାଲଟିଲା ପୁରୁଷ ଶୂନ୍ୟ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଣ୍ଟା ସନ୍ଦେହରେ ଉତ୍ତେଜନା ଓ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ । ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁରୁ ୪ ଜଣଙ୍କୁ ଉଠାଇ ନେଲା ପୋଲିସ।

ଅଦ୍ୟତନ ହୋଇଛି
Odisha Election 2024: Illegal money distribution in Jajpur

Distribution of money

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଣ୍ଟା ସନ୍ଦେହରେ ଉତ୍ତେଜନା ଓ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ ହୋଇଛି । ଏହି ଘଟଣାରେ ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁରୁ ୪ ଜଣଙ୍କୁ ଉଠାଇ ନେଇଛି ପୋଲିସ । ବିଳମ୍ବିତ ରାତିରେ ସେମାନଙ୍କୁ ପୋଲିସ ଅଟକ ରଖିଛି । ଏହାପରେ ପୂରା ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୁରୁଷ ଲୋକମାନେ ଘର ଛାଡି ଅନ୍ୟତ୍ର ପଳାଇଛନ୍ତି ।

Advertisment

ଗତକାଲି ରାତିରେ ଟଙ୍କା ବାଣ୍ଟିବା ସନ୍ଦେହରେ କାଦୁଅମାଗୁରା ଗାଁ ଲୋକ ୧୨ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ ପ୍ରହ୍ଲାଦ ଲେଙ୍କାଙ୍କୁ ଅଟକ ରଖିଥିଲେ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ବେଳେ ଗାଡ଼ି ଧରି ସେଠାରୁ ଚଂପଟ ମାରିଥିଲେ ପ୍ରହ୍ଲାଦ । ଏଥିରେ ଉତକ୍ଷିପ୍ତ ହୋଇ ଗାଁ ଲୋକ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ ।

ଅଧିକ ପଢ଼ନ୍ତୁ: ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା!

Advertisment

ବିଳମ୍ବିତ ରାତିରେ କାଦୁଅମାଗୁର ଗାଁରେ ପୋଲିସ ପହଞ୍ଚିଥିଲା । ଏନେଇ ପ୍ରହ୍ଲାଦ, ପୋଲିସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ନିର୍ବାଚନ ବେଳେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ହଟହଟା ହେଲେ ମହିଳା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।

ବିଜେଡି ନେତ୍ରୀ, ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ମହିଳା ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଅଟକାଇଥିଲେ ଗାଁ ଲୋକ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିର୍ବାଚନ ମଣ୍ଡଳୀର ଶୁକ୍ରୁଳି ବ୍ଲକ ଟାଙ୍ଗିଆ ପଞ୍ଚାୟତ ଚତିରି ସାହିର ବୋଲି କୁହାଯାଉଛି । ଯାହାକି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିଜ ପଞ୍ଚାୟତ ।

Advertisment

ଏଠାରେ ବିଜେଡି ମହିଳା ରାଜ୍ୟ ସମ୍ପାଦିକା ଅଞ୍ଜୁ ମହାନ୍ତ, ତାଙ୍କ ସ୍ୱାମୀ ନିର୍ମଳ ମହାନ୍ତଙ୍କ ସମେତ ଅନ୍ୟ ଦୁଇ ଜଣ ମହିଳା ଗତକାଲି ଅପରାହ୍ନରେ ଘରେ ଘରେ ପଶି ଟଙ୍କା ବାଣ୍ଟୁଥିବା ବେଳେ ଧରିଥିଲେ ଗାଁ ଲୋକ। ଟଙ୍କା ଛଡ଼ାଇବା ସହ ସେମାନଙ୍କୁ ଅଟକ ରଖିଥିଲେ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏନେଇ ବିଜେଡି, ବିଜେପି କି ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ସତ ! EVM ଭାଙ୍ଗିବା ମାମଲାରେ ଆସିଲା ସିସିଟିଭି ଫୁଟେଜ...

Political Violence Odisha Elections Election Code Of Conduct General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ