Advertisment

ବିଜେଡିକୁ ଧୋଇଲେ ସ୍ମୃତି: 'ତାମିଲ କଣ୍ଟ୍ରୋଲରେ ଶାସନ ଚାଲିବନି, ଓଡ଼ିଆଙ୍କ ହାତରେ ରହିବ ସରକାର'

କେନ୍ଦ୍ରାପଡ଼ାର ଆଳି, ଜଗତସିଂହପୁରର କୁଜଙ୍ଗ, ବାଲେଶ୍ୱରର ରେମୁଣା..ଗୋଟିଏ ଦିନରେ ତିନି ତିନିଟି ମାରାଥନ୍ ଜନସଭା। ମୋଦିଙ୍କ ବିକାଶ ଗ୍ୟାରେଣ୍ଟି ଗଣେଇ ଭୋଟ୍ ମାଗିବା ସହ ନବୀନ ସରକାର ଓ ତାମିଲବାବୁଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହମଲା ପରେ ହମଲା।

ଅଦ୍ୟତନ ହୋଇଛି
undefined

Smriti Irani

Advertisment

ଓଡ଼ିଶା ପାଇଁ ବିଭିନ୍ନ ଯୋଜନାରେ ମୋଦି ଦେଇଥିବା ଟଙ୍କାକୁ ଖାଇଗଲେ ତାମିଲ ରିମୋଟ୍ କଣ୍ଟ୍ରୋଲର। ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନରେ ଆସି ଆଜି ଏଭଳି ଢଙ୍ଗରେ ନବୀନ ସରକାରକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ରାପଡ଼ାର ଆଳି ସମେତ ଏକାଦିନେ ତିନି ତିନିଟି ସ୍ଥାନରେ ମାରାଥନ୍ ପ୍ରଚାରରେ ଆସି ବିଜେଡି ଲଙ୍କାରେ ନିଆଁ ଲଗାଇ ତାମିଲନାଡୁ ଠିକାଦାରକୁ ତାମିଲନାଡୁ ପଠାଇବାକୁ ଆହ୍ୱାନ ଦେଇଛନ୍ତି ସ୍ମୃତି।

Advertisment

କେନ୍ଦ୍ରାପଡ଼ାର ଆଳି, ଜଗତସିଂହପୁରର କୁଜଙ୍ଗ, ବାଲେଶ୍ୱରର ରେମୁଣା..ଗୋଟିଏ ଦିନରେ ତିନି ତିନିଟି ମାରାଥନ୍ ଜନସଭା। ମୋଦିଙ୍କ ବିକାଶ ଗ୍ୟାରେଣ୍ଟି ଗଣେଇ ଭୋଟ୍ ମାଗିବା ସହ ନବୀନ ସରକାର ଓ ତାମିଲବାବୁଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହମଲା ପରେ ହମଲା।

କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧିନସ୍ଥ ଆଳି ସଭାମଞ୍ଚରୁ ଭାଷଣ ଆରମ୍ଭ କରୁ କରୁ ନିଜ ନିଆରା ଅନ୍ଦାଜରେ ପାଣ୍ଡିଆନଙ୍କ ନାଁ ନନେଇ ବର୍ଷିଥିଲେ ସ୍ମୃତି। କହିଥିଲେ, ଆମେଥିରୁ ଗାନ୍ଧି ପରିବାରର ବେଡିଂ ବିସ୍ତର ଆମେ ବାନ୍ଧି ଦେଇଛୁ, କେନ୍ଦ୍ରାପଡ଼ାରୁ ବି ତାମିଲନାଡୁ ରିମୋଟ୍‌ର ବେଡିଂ ବିସ୍ତର ବାନ୍ଧି ଦିଅନ୍ତୁ। ଏଥିସହ ପ୍ରାୟ ସବୁ ସଭାରେ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଭଳି ଭ୍ରଷ୍ଟାଚାର ଓ ନବୀନ ବନ୍ଦୀ ଅଭିଯୋଗ ପ୍ରସଙ୍ଗ ଉଠାଇ ଜୋରଦାର ଆକ୍ରମଣ କରିଥିଲେ ସ୍ମୃତି।

Advertisment

ସ୍ମୃତି କହିଥିଲେ, ମୋଦି ଚାଷୀଙ୍କୁ ୬ ହଜାର ଟଙ୍କା ଦେଲେ, ଏଠି ତାମିଲ ଠିକାଦାର ଖାଇଗଲେ। ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ ତ ତାମିଲ ଠିକାଦାର ନେଇଗଲେ। ଆବାସ ପାଇଁ ମୋଦି ଟଙ୍କା ଦେଲେ, ଠିକା ନେଲେ ତାମିଲନାଡୁ ରିମୋଟ୍ କଣ୍ଟ୍ରୋଲ କହି ଟାର୍ଗେଟ୍ କରିଥିଲେ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଉଖାରି, ବିଜେପି ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ ଏବଂ ଅଧର୍ମୀଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଚେତାବନୀ ଶୁଣାଇଥିଲେ।

କେବଳ ସେତିକି ନୁହେଁ, ଲ୍ୟାଣ୍ଡ, ସ୍ୟାଣ୍ଡ୍ ମାଇନିଂ, କୋଲ୍ ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହ ଏଭଳି ଭ୍ରଷ୍ଟାଚାରୀ ସରକାରକୁ ହଟାଇବାକୁ ହେବ। ଡବଲ୍ ଇଞ୍ଜିନ୍ ସରକାର ଆଣିବାକୁ ଲୋକତନ୍ତ୍ରର ହନୁମାନ ବନି, ପଦ୍ମରେ ବଟନ ଦବେଇବା ସହ କଂଗ୍ରେସ ଓ ବିଜେଡି ଲଙ୍କାରେ ନିଆଁ ଲଗାଇ ତାମିଲନାଡୁ ଠିକାଦାରକୁ ତାମିଲନାଡୁ ପଠାଅ ବୋଲି ଆହ୍ବାନ ଦେଇଥିଲେ ସ୍ମୃତି।

Advertisment

କେନ୍ଦ୍ରାପଡ଼ା ଆଳି ସଭାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବା ସହ ଓଡ଼ିଆରେ ମୋଦିଙ୍କ ଗ୍ୟାରେଣ୍ଟି କଥା କହି ବିଜେପି ସରକାର ଆସିଲେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି କହିଥିଲେ ସ୍ମୃତି ଇରାନୀ। ସେହିପରି ନିଜ ଅଭିଭାଷଣରେ ମୋଦିଙ୍କ ଚାରଶୋ ପାର୍ ନାରାରେ କେନ୍ଦ୍ରାପଡ଼ା ନିଶ୍ଚିତ ସାମିଲ ହେଉଥିବା କହି, ମୋଦିଙ୍କ କହିବା ମୁତାବକ ଜୁନ୍ ୪ ତାରିଖରେ ଏଠି ବିଜେଡିର ଏକ୍ସପାଏରୀ ଡେଟ୍ ଆସିଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀଙ୍କୁ ଦେଖିବା ଏବଂ ଅଭିଭାଷଣ ଶୁଣିବାକୁ କୁଜଙ୍ଗଠୁ ନେଇ ଆଳି, ରେମୁଣା-ସବୁଠି ପ୍ରବଳ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା।

BJP Odisha Politics Smriti Irani General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ