Advertisment

କ’ଣ ପାଇଁ କନଫ୍ୟୁଜନ୍‌..୩ ଦଳ ପାଇଁ ଅଛିଣ୍ଡା ଅଙ୍କ ସାଜିଛି କି ନୀଳଗିରି ?

ନୀଳଗିରି ଗଣିତ ଏବେବି ଅବୁଝା ରହିଛି ରାଜ୍ୟର ୩ ପ୍ରମୁଖ ଦଳ ପାଇଁ। ଟିକେଟ୍ ଘୋଷଣାକୁ ଆଶାୟୀ ମାନେ ଚାହିଁ ରହିଥିବା ବେଳେ, ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି।

undefined

Odisha Politics

Advertisment

ଜମିଲାଣି ନିର୍ବାଚନୀ ମାହୋଲ୍, ହିଟୱେଭଠୁ ଟପିଲାଣି ପ୍ରଚାର ମୈଦାନର ତାତି। ହେଲେ ନୀଳଗିରିରେ କିନ୍ତୁ ଖାଁ ଖାଁ ପରିବେଶ। କାରଣ ସେଠି ଏଯାଏଁ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହାନ୍ତି ବିଜେଡି, ବିଜେପି କି କଂଗ୍ରେସ। ନୀଳଗିରି ଗଣିତ ଏବେବି ଅବୁଝା ରହିଛି ରାଜ୍ୟର ୩ ପ୍ରମୁଖ ଦଳ ପାଇଁ। ଟିକେଟ୍ ଘୋଷଣାକୁ ଆଶାୟୀ ମାନେ ଚାହିଁ ରହିଥିବା ବେଳେ, ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି। ତେଣେ ବିଜେଡି ଶିବିରରେ ଦୁଇ ଛାମୁଆ ଆଶାୟୀଙ୍କୁ ନେଇ ଉପୁଜିଛି ରୋଚକ ସ୍ଥିତି।

Advertisment

ବିଜେଡି, ବିଜେପି, କଂଗ୍ରେସ ସମସ୍ତେ କନଫ୍ୟୁଜନ୍‌ରେ। ୩ ଦଳ ପାଇଁ ଅଛିଣ୍ଡା ଅଙ୍କ ସାଜିଛି କି ନୀଳଗିରି ? କାହିଁକି ଏଯାଏଁ ପ୍ରାର୍ଥୀ ଘୋଷଣା କରୁନାହାନ୍ତି ୩ ଦଳ ? ରାଜ୍ୟର ଅଧିକାଂଶ ଆସନରେ ପ୍ରଚାର ମୈଦାନ କଂପୁଥିବା ବେଳେ, ନୀଳଗିରି କିନ୍ତୁ ଖାଁ ଖାଁ.. ଶୂନଶାନ। ନିର୍ବାଚନୀ ଋତୁରେ ଗ୍ରୀଷ୍ମ ପ୍ରବାହ ସହ ବହୁଛି ଅନିଶ୍ଚିତତା ଓ ଆଶା-ଆଶଙ୍କାର ହାୱା। କାରଣ ନୀଳଗିରି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ବିଜେଡି, ବିଜେପି କି କଂଗ୍ରେସ। ଦଳ ମାନେ ନିଜ ଭିତରେ ଏକାଧିକ ଆଶାୟୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, କି ଅନ୍ୟ ଦଳର ଗୋଟିଚାଳନାକୁ ଅପେକ୍ଷା କରିଛନ୍ତି, ତାହା ତ କହିବା ମୁସ୍କିଲ। ହେଲେ ଏକଥା ସତ ଯେ, ସମୟ ଗଡ଼ିବା ସହ ୩ଟି ଯାକ କ୍ୟାମ୍ପରେ ଟେନସନ ବଢ଼ିଚାଲଛି।

ସବୁଠୁ ରୋଚକ ସ୍ଥିତି ନୀଳଗିରି ବିଜେଡିରେ। ଏଠି ଦୁଇ ଆଶାୟୀଙ୍କ ମଧ୍ୟରେ ଚାଲିଛି ମିଶ୍ରଣ ପ୍ରତିଯୋଗିତା। ସୁକାନ୍ତ ନାୟକ କ୍ୟାମ୍ପ ବନାମ୍ ସନ୍ତୋଷ ଖଟୁଆ କ୍ୟାମ୍ପ। ସୁପ୍ରିମୋଙ୍କ ଆସ୍ଥା ଭାଜନ ହେବା ପାଇଁ ଆଗ ଭଳି ଆଉ ଦିନେ ଛାଡ଼ି ଦିନେ ନୁହେଁ, ଏବେ ସକାଳୁ ସୁକାନ୍ତ ଗୋଷ୍ଠୀ କିଛି ଲୋକଙ୍କୁ ବିଜେଡିରେ ମିଶାଇଲେ। ସନ୍ଧ୍ୟାରେ ସନ୍ତୋଷ ଗୋଷ୍ଠୀ ଆଉ କିଛି ଲୋକଙ୍କୁ ଦଳରେ ସାମିଲ କରୁଛି। ଶକ୍ତି ପ୍ରଦର୍ଶନ ପାଇଁ ନିଇତି ଚାଲିଛି ମିଶ୍ରଣ-ଡ୍ରାମା। ଏସବୁ ଭିତରେ ଜଣଙ୍କୁ ଦୁଇ ଦୁଇଥର ଦଳରେ ସାମିଲ କରାଯାଉଥିବା ବି ଅଭିଯୋଗ ଆସିଛି। ନୀଳଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷା ଜାନକୀ ସିଂ ଏବଂ ଛତ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମଞ୍ଜୁଲତା ସିଂ ୨୦୧୯ ରେ ବିଜେଡିରେ ମିଶିଥିବା ବେଳେ, ସେମାନଙ୍କୁ ଏବେ ପୁଣି ସନ୍ତୋଷ ଖଟୁଆଙ୍କ ମିଶ୍ରଣ ପର୍ବରେ ଶଙ୍ଖ ଉତ୍ତରୀୟ ପିନ୍ଧାଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କଟାକ୍ଷ କରିଛି ସୁକାନ୍ତ ଗୋଷ୍ଠୀ।

Advertisment

ସେପଟେ ବିଜେପି ଓ କଂଗ୍ରେସ ଶିବିରରେ ଅନିଶ୍ଚିତତାର ମାହୋଲ୍। ଟିକେଟ୍ ଘୋଷଣା ହେଉନଥିବାରୁ ପ୍ରଚାର ପାଇଁ ସମୟ ଗଡ଼ିଯାଉଛି ଏବଂ ସମର୍ଥକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି ବୋଲି ମତ ରଖିଛନ୍ତି ଆଶାୟୀ ପ୍ରାର୍ଥୀ। ବିଧାୟକ ସୁକାନ୍ତ ନାୟକ ବିଜେଡିକୁ ଡେଇଁବା ପରେ, ବିଜେପିର ଆଶାୟୀ ଦୌଡ଼ରେ ଆଗରେ ଅଛନ୍ତି ତାପସ ନାୟକ। ତେବେ ବିଧିବଦ୍ଧ ଟିକେଟ୍ ଘୋଷଣା ନହେବା ଯାଏଁ, ଚୁପଚାପ ରହିବା ଛଡ଼ା ଅନ୍ୟ ଉପାୟ ନାହିଁ। ତେଣୁ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଘୋଷଣାକୁ ଚାହିଁ ବସିଛନ୍ତି ତାପସ।

ତେଣେ ଟିକେଟ୍ ଘୋଷଣାରେ ବିଳମ୍ବକୁ ନେଇ କଂଗ୍ରେସ ଆଶାୟୀ ବି ପ୍ରକାଶ କରିଛନ୍ତି ଉଦବେଗ। ଦିନକ ପରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଥିବାରୁ, ତା ଆଗରୁ ହାଇକମାଣ୍ଡ୍ ଟିକେଟ୍ ଘୋଷଣା କରିପାରନ୍ତି ବୋଲି ଆଶା ରଖିଛନ୍ତି କଂଗ୍ରେସ ଟିକେଟ୍ ଆଶାୟୀ ଅକ୍ଷୟ ଆଚାର୍ଯ୍ୟ। ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୀଳଗିରି ଆସନରେ ଶେଷ ପର୍ଯ୍ୟାୟରେ ହେବ ନିର୍ବାଚନ। ଜୁନ ୧ରେ ଭୋଟ୍। ମଝିରେ ଆଉ ପ୍ରାୟ ଗୋଟିଏ ମାସ ଥିବା ବେଳେ ବିଳମ୍ବିତ ପ୍ରାର୍ଥୀ ଘୋଷଣା ଦଳ ମାନଙ୍କ ପାଇଁ ବୁମେରାଂ ହେବନି ତ ?

Advertisment
BJD BJP Congress Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ