DGP ଙ୍କୁ ବିଜେପିର ଚିଠି; ‘ପାଣ୍ତିଆନଙ୍କ କବଳରୁ ନବୀନଙ୍କୁ ମୁକ୍ତ କରନ୍ତୁ’

ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ କି ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି କି ତାଙ୍କର ପୂର୍ବତନ ସଚିବ ଭି.କେ. ପାଣ୍ତିଆନ ?

Odisha Election

ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ କି ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି କି ତାଙ୍କର ପୂର୍ବତନ ସଚିବ ଭି.କେ. ପାଣ୍ତିଆନ? ଅନେକ ଘଟଣାରୁ ଏହା ପ୍ରାମାଣିତ ହୋଇସାରିଛି ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ସନ୍ଦେହ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି ବୋଲି ମଧ୍ୟ ନିଜ ଚିଠିରେ ଉଲ୍ଲେଖ କରିଛି ବିଜେପି । ଏହି ଚିଠିରେ ଆହୁରି ଉଲ୍ଲେଖ କରାଯାଇଛିଯେ, ଜଣେ ବିଚାରପତି ଓ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍‌ଙ୍କ କବଳରୁ ମୁକ୍ତ କରି ରାଜ୍ୟର ଗଣମାଧ୍ୟମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରାଯାଉ।

ଅଧିକ ପଢ଼ନ୍ତୁ: ସନ୍ଦେହରେ ପୋଲିସ ଅଫିସରଙ୍କ ଭୂମିକା ! ରିଗିଂ ଆଶଙ୍କାରେ ଚିଠି ଲେଖିଲେ ଅପରାଜିତା

ଏନେଇ DG ଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ବିଜେପି । ସେପଟେ ବିଜେପିର ଏପରି ଆରୋପ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର ସରବରାହ ସଂସ୍ଥା ANIକୁ ମୁଖ୍ୟମନ୍ତ୍ରୀ ନବୀନ ମନ୍ତବ୍ୟ ଦେଇ କହିଛନ୍ତି । ମିଛ କହିବାର ଗୋଟିଏ ସୀମା ଥାଏ । କିନ୍ତୁ ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି । ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି ବୋଲି ଜଣାଇ ଦେଇଛନ୍ତି ନବୀନ । ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ଚିନ୍ତା ପ୍ରକଟ କରିଥିଲେ ।

(Odisha BJP Letter To DGP)

ବରଗଡ଼ରେ ହୋଇଥିବା ରାଜନୈତିକ ସଭାରେ ମୋଦି ଏ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ । ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି ବୋଲି କହିଥିଲେ । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଥିଲେ । ବିଜେଡି ସରକାର ଲୋକଙ୍କ ଭାତ ହାଣ୍ଡି ଖାଲି କରିଦେଇଛି ବୋଲି ମଧ୍ୟ କହିଥିଲେ ।

ସେପଟେ ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିବ । ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି । କ୍ୟାପଚର କରି ଦିଆଯାଇଛି । ଏପରି କହି ନିର୍ବାଚନ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଅଧିକ ପଢ଼ନ୍ତୁ: ସାଇଲେଣ୍ଟ ଆୱାର ପରେ ଗୁଣ୍ଡାଗର୍ଦ୍ଦି; ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ, ଏକାଧିକ ଆହତ

ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି । ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି । ପାଣ୍ଡିଆନଙ୍କୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏହି ନିର୍ବାଚନ । ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଆସିବେ ବୋଲି କହିଥିଲେ ହିମନ୍ତ ବିଶ୍ୱଶର୍ମା ।

ଅନ୍ୟପଟେ ସମ୍ବଲପୁରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପ୍ରଚାର କରିଥିଲେ । ଏହି ଅବସରରେ ସେ କହିଥିଲେ, ନବୀନଙ୍କୁ ନଜରବନ୍ଦୀ କରି ରଖାଯାଇଛି । ନବୀନ ବାବୁଙ୍କୁ ୭୭ ବର୍ଷ ବୟସ ହେଲାଣି, ସେ ଓଡ଼ିଆ ଅସ୍ମିତାକୁ ଶେଷ କରିସାରିଲେଣି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା । ଓଡ଼ିଶାରେ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ ‍ବୋଲି ସେ କହିଛନ୍ତି ।