Advertisment

ବିଜେଡି ଛାଡ଼ିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଦେଲେ ଇସ୍ତଫା

ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି।

undefined

Parshuram Dhada

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରେ ବିଜେଡିକୁ ଲାଗିଛି ବଡ଼ ଝଟକା । ଟିକେଟ୍‌ ଘୋଷଣା ହେବା ପରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ଦଳ ଟିକେଟ ନ ଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ। ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି । ତେବେ ଚଳିତ ନିର୍ବାଚନରେ ପୁଣି ଥରେ ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢ଼ିବା ପାଇଁ ଆଶା କରିଥିଲେ ପର୍ଶୁରାମ।

Advertisment

ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି। ତେବେ କୌଣସି ଦଳରୁ ଲଢ଼ିବେ ନା ସ୍ୱାଧୀନ ଏନେଇ ସେ କୌଣସି ସୂଚନା ଦେଇନାହାନ୍ତି। ଲୋକଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ନେବେ। ସେ ଆହୁରି କହିଛନ୍ତି କି ପ୍ରାୟ ବର୍ଷେ ହେଲାଣି କୁଚକ୍ରୀ ଗୋଷ୍ଠୀ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ। କୁଚକ୍ରୀ ଆଜି ସଫଳ ହେଲେ, ସୁପ୍ରିମୋ ବୋଧେ ଜାଣିପାରିନାହାନ୍ତି। ଦଳ ସମୀକ୍ଷା କରିବାର ଆବଶ୍ୟକ ଅଛି, ଭାବୁଛି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି କହିଛନ୍ତି ପର୍ଶୁରାମ ଧଡ଼ା।

BJD MLA Soro Parshuram Dhada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ