Advertisment

କାମ କରୁନି ନବୀନଙ୍କ ମହିଳାଙ୍କ ଭୋଟ ବ୍ୟାଙ୍କ ଷ୍ଟ୍ରାଟେଜି ! BJP ଟାର୍ଗେଟରେ SHG..

୨୪ରେ ଡିଭାଇଡ୍ ହେବ କି ମହିଳା ଭୋଟ୍? ଭାଙ୍ଗିବ କି ବିଜେଡିର SHG ଭୋଟ୍ ବ୍ୟାଙ୍କ୍ ? ମହିଳାଙ୍କ ପାଇଁ ୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରା କରିପାରିନି ବିଜେଡି! ଆରପଟେ ଏସ୍ଏଚ୍ଜି ଭୋଟ୍ ପାଇଁ ପଦ୍ମ ଦଳର କସରତ।

undefined

SHG Groups

Advertisment

୨୪ରେ କାହା ସପକ୍ଷରେ ଯିବ ମହିଳା ଭୋଟ୍ ? ଗୋଟିଏ ପଟେ, ଗୋଟିକ ପରେ ଗୋଟିଏ କାର୍ଯ୍ୟକ୍ରମ କରି SHG ମୁହାଁଁ ବିଜେପି। ମାର୍ଚ୍ଚ ୭ରୁ SHG ମହିଳା ଏବଂ କମ୍ୟୁନିଟି ଷ୍ଟାଫଙ୍କୁ ମୋଦିଙ୍କ ଦସ୍ତଖତ ଥିବା ଶକ୍ତି ସମ୍ମାନପତ୍ର ବାଣ୍ଟିବାକୁ ସ୍ଥିର କରିଛି ଦଳ। ଆରପଟେ କିନ୍ତୁ ମହିଳାଙ୍କ ପାଇଁ ଦେଇଥିବା ୧୯ ନିର୍ବାଚନ ପ୍ରତିଶ୍ରୁତି ପୂରଣରେ ବିଫଳତାରୁ ବ୍ୟାକ୍ ଫୁଟରେ ବିଜେଡି।

Advertisment

୨୪ରେ ଡିଭାଇଡ୍ ହେବ କି ମହିଳା ଭୋଟ୍? ଭାଙ୍ଗିବ କି ବିଜେଡିର SHG ଭୋଟ୍ ବ୍ୟାଙ୍କ୍ ? ମହିଳାଙ୍କ ପାଇଁ ୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରା କରିପାରିନି ବିଜେଡି! ଆରପଟେ SHG ଭୋଟ୍ ପାଇଁ ପଦ୍ମ ଦଳର କସରତ। ମାର୍ଚ୍ଚ ୭ରୁ ପ୍ରଧାନମନ୍ତ୍ରୀ ଶକ୍ତି ସମ୍ମାନପତ୍ର ନାଁରେ ଏସଏଚ୍ଜି ମାନଙ୍କୁ ପ୍ରଶଂସା ପ୍ରମାଣପତ୍ର ବାଣ୍ଟିବାକୁ ସ୍ଥିର କରିଛି ବିଜେପି। ଯେଉଁଥିରେ ଏସଏଚ୍ଜି ସଂଘ ସଭାପତି, ସଂପାଦକ, ଏମବିକେ, ସିଆରପିଙ୍କଠୁ ନେଇ ବ୍ୟାଙ୍କମିତ୍ର, ପ୍ରାଣୀମିତ୍ରଙ୍କ ପରି ସମସ୍ତ କମ୍ୟୁନିଟି ଷ୍ଟାଫଙ୍କ ସହ ପାଚିକା, ଅଙ୍ଗନୱାଡି ଦିଦି, ସହାୟିକା ଓ ଆଶାଙ୍କୁ ମଧ୍ୟ ପ୍ରମାଣପତ୍ର ବଣ୍ଟାଯିବ। ଏଥିପାଇଁ ଜୋନ ସ୍ତରରେ ଛୋଟ ଛୋଟ ସମାବେଶ ଆୟୋଜନ କରି ସେମାନଙ୍କୁ ସମ୍ମାନିତ କରାଯିବ ସହ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଦିଆଯିବ। ଅନେକ ସ୍ଥାନରେ ଶକ୍ତିବନ୍ଦନ କର୍ମଶାଳାର ମଧ୍ୟ କାର୍ଯ୍ୟକ୍ରମ ଜାରି ରଖିଛି ଦଳ।

କେବଳ ସେତିକି ନୁହେଁ ମାର୍ଚ୍ଚ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି, ପଶ୍ଚିମବଙ୍ଗରୁ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିବାରୁ ରାଜ୍ୟ ବିଜେପି ପକ୍ଷରୁ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଭର୍ଚୁଆଲରେ ପ୍ରଧାନମନ୍ତ୍ରୀଙ୍କ ଏଇ ସମ୍ବୋଧନ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଯୋଡ଼ିବା ଲାଗି ରାଜ୍ୟର ୧ ହଜାର ୫ଟି ଜୋନରେ ବିଶେଷ ବ୍ୟବସ୍ଥା କରାଯାଇଛି।

Advertisment

ଅନ୍ୟପଟେ ୧୯ ନିର୍ବାଚନରେ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ପୂରଣ କରି ନପାରି ବ୍ୟାକ୍‌ଫୁଟରେ ଶାସକ ଦଳ। ବିଜେଡିର ୧୯ ନିର୍ବାଚନୀରେ ସବୁଠୁ ବଡ ପ୍ରତିଶ୍ରୁତି ଥିଲା- ଝିଅ ପିଲାଙ୍କ ପାଇଁ କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଓ ସୁନା କନିଆ ଯୋଜନାରେ ଗରିବ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କାର ସହାୟତା। ହେଲେ ଏ ପ୍ରତିଶ୍ରୁତିକୁ ଯେମିତି ପୂରା ଭୁଲି ଯାଇଛନ୍ତି ରାଜ୍ୟ ସରକାର। ସେହିପରି ବ୍ଲକଠୁ ରାଜ୍ୟ ସ୍ତର ଯାଏଁ ଏସଏଚଜି ମହିଳା ମହାସଂଘ ନିର୍ବାଚନ କରି ଜିଲ୍ଲା ସଭାନେତ୍ରୀଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଏବଂ ରାଜ୍ୟ ସଭାନେତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ବି ଘୋଷଣା କରିଥିଲା ଦଳ। ହେଲେ କାଳେ ନିର୍ବାଚନ ହେଲେ ବିବାଦ ହୋଇ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବ ସେ ଭୟରେ ସରକାର ନିର୍ବାଚନ କରୁନଥିବା କୁହାଯାଉଛି। ଏଥିସହ ସମସ୍ତ ମିଶନ ଶକ୍ତି ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ସବୁ ପଞ୍ଚାୟତରେ ମିଶନ ଶକ୍ତି ବଜାର କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର।

ରାଜ୍ୟର ମୋଟ୍ ଭୋଟରଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ମହିଳା। ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ଏସଏଚଜି ଗ୍ରୁପରେ ଅଛନ୍ତି ପ୍ରାୟ ୭୦ ଲକ୍ଷ ମହିଳା। ତେଣୁ ଭୋଟ୍ ପୂର୍ବରୁ କଳେ ବଳେ କୌଶଳେ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ବିଜେଡି-ବିଜେପି ଲାଗିଥିବା ବେଳେ, ଏଥିରେ କିଏ କେତେ ସକ୍ଷମ ହେଉଛି ତା ଉପରେ ନଜର।

Advertisment
BJD BJP Odisha Politics SHG Groups
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ