Advertisment

ଟିକଟ ଦେଲନି, ଏବେ ସମ୍ଭାଳ: ବରିଷ୍ଠଙ୍କ ଅଭିଶାପରେ ହାରିବେ କନିଷ୍ଠ !

ବରିଷ୍ଠ ସାଜିବେ କି ବାଧକ? ବିଜେଡିର ବାଟ ଉଗାଳିବେ କି ବାଦ ପଡିଥିବା ବରିଷ୍ଠ ନେତା? ସମୀର ଦାଶ, ଅମର ଶତପଥୀ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କ ଟିକଟ୍ କଟିବା ପରେ ନେତାଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ।

undefined

BJD

Advertisment

ବିଜେଡି ପାଇଁ ଅସନ୍ତୁଷ୍ଟ ବରିଷ୍ଠ ଅଡୁଆ। ବଦଳୁଛି ସମୀକରଣ। ଟିକଟ୍ ନପାଇ ଦଳ ଛାଡିବା ନେତାଙ୍କ ସଂଖ୍ୟା ବଢୁଥିବା ବେଳେ ଦଳ ଭିତରେ ବି ରହିଛନ୍ତି ଅନେକ ଅସନ୍ତୁଷ୍ଟ। ଯେଉଁମାନେ କି ଶାସକ ଦଳ ପାଇଁ ଘାତକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ବରିଷ୍ଠ ସାଜିବେ କି ବାଧକ? ବିଜେଡିର ବାଟ ଉଗାଳିବେ କି ବାଦ ପଡିଥିବା ବରିଷ୍ଠ ନେତା? ସମୀର ଦାଶ, ଅମର ଶତପଥୀ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କ ଟିକଟ୍ କଟିବା ପରେ ନେତାଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ। ଗତକାଲି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ କର୍ମୀ ସମ୍ମିଳନୀ କରିଥିଲେ। ଯେଉଁଥିରେ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଜେଡି ବ୍ଲକ୍ ଓ ନଗର ସଭାପତିମାନେ ଟିକଟ୍ ପରିବର୍ତ୍ତନ ଦାବିରେ ସାମୁହିକ ଇସ୍ତଫା ପତ୍ର ଦେଇଛନ୍ତି ବିଧାୟକ ସମୀର ଦାଶଙ୍କୁ। ଯଦି ଦଳ ଏଠି ସମୀର କିମ୍ବା ତାଙ୍କ ପତ୍ନିଙ୍କୁ ଟିକେଟ ନଦିଏ ତାହାଲେ ବିଜେଡିକୁ ନିମାପଡ଼ା ଆସନ ସହ ପୁରୀ ଜିଲ୍ଲା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଲାଗିପାରେ ଜବରଦସ୍ତ ଝଟକା।

ସେପଟେ କିଛି ଦିନ ତଳେ ଶଙ୍ଖ ଭବନରେ ଆୟୋଜିତ ବଡ଼ଚଣା ଅଞ୍ଚଳର ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିଲେ ଅମର ଶତପଥୀ। ତାଙ୍କ ଟିକଟ୍ କଟିବା ପରେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ କେତେ ସମର୍ଥନ ଦେବେ ତା ବି ସନ୍ଦେହ ଘେରରେ। ସେହିପରି ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ଟିକେଟ କଟିବା ପରେ ବି ଚାପା ଅସନ୍ତୋଷ ଜାରି ରହିଛି। ଅନ୍ୟପକ୍ଷରେ ଟିକଟ୍ ନପାଇବା ପରେ ଆଗ୍ରେସିଭ୍ ମୁଡ୍‌ରେ ଅଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ବିଜେଡିରୁ ଇସ୍ତଫା ଦେଇ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡାରୁ ନାମାଙ୍କନ ଭରିଛନ୍ତି। ଆଉ ଜଣେ ଅସନ୍ତୁଷ୍ଟ ହେଲେ ଗୟାଧର ପରିଡ଼ା। ସେ ବି ଖଣ୍ଡପଡା ଟିକେଟ ନପାଇ ଦଳ ଛାଡିଛନ୍ତି। ଏବେ ଅନୁଭବ, ଗୟାଧର ଓ ବର୍ତ୍ତମାନର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିର ଖଣ୍ଡପଡ଼ା ପ୍ରାର୍ଥୀଙ୍କ ବିରୋଧରେ ଏକାଠି ମେଳି କରିଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ଶାସକ ଦଳରୁ ଟିକଟ୍ ନପାଇ ନିରାଶ ହେବା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସୋର ବିଧାୟକ ପର୍ଶୁରାମ ଧଡା ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେଡି ଛାଡି ବିଜେପିକୁ ଯାଇଛନ୍ତି। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମଧ୍ୟ ବିଜେଡି ଛାଡିଥିବା ସତ୍ତ୍ୱେ ଅନ୍ୟ କୁଆଡେ ଯାଇନାହାଁନ୍ତି। ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁଙ୍କ ଭଳି ବିଧାୟକ ଟିକେଟ କଟିବା ସତ୍ତ୍ୱେ ଏବେ ବି ଦଳରେ ଅଛନ୍ତି। ଏଠି ପ୍ରଶ୍ନ ଦଳ ପାଇଁ ଅସନ୍ତୁଷ୍ଟ ବରିଷ୍ଠ ଓ ଅଭିଜ୍ଞ ଦଳ ବୁମେରାଂ ହେବନି ତ?

ବିଜେଡିରେ ଯେ ଗୋଷ୍ଠୀ କନ୍ଦଳ ତୀବ୍ର ସେଥିରେ ଦ୍ୱିମତ ନାହିଁ। କିନ୍ତୁ ଫଳେ ପୁଷ୍ପେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ଥିଓରି କେତେ ସଫଳ ହେଉଛି ତାଉପରେ ନଜର।

Advertisment
BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ