Advertisment

କେନ୍ଦ୍ରାପଡ଼ା ବିଜେଡିରେ ତେଜିଲା ବିଦ୍ରୋହ ! ଟିକେଟ ବଣ୍ଟନ ପ୍ରସଙ୍ଗକୁ ନେଇ ବଢିଲା ଅସନ୍ତୋଷ

ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ।

Kendrapara BJD

Kendrapara BJD

Advertisment

କେନ୍ଦ୍ରାପଡ଼ା ବିଜେଡିରେ କେଁ। ଟିକେଟ ବଣ୍ଟାକୁ ନେଇ ଖପ୍ପା ହେଲେଣି ନେତା ଓ କର୍ମୀ। ଉପକୂଳରୁ ଉପାନ୍ତ ଯାଏ ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଚାଲିଥିବା ବେଳେ ଏବେ କେନ୍ଦ୍ରାପଡ଼ାରୁ ବି ଆସିଛି ଅସନ୍ତୋଷର ଖବର। ଏଠାରେ ଅନେକ ବିଜେଡି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ଯାହା ଉଗ୍ରରୂପ ନେଇଛି। ସେପଟେ ଏନେଇ ଦଳୀୟ ନେତୃବୃନ୍ଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ। ଟିକେଟ ବଣ୍ଟନ ପ୍ରସଙ୍ଗରେ ଆଜି ଏକ ମେଳି କରି ଖପ୍ପା ହୋଇଛନ୍ତି ନେତା ଓ କର୍ମୀ। ଅନ୍ୟ ଦଳର ନେତାଙ୍କୁ ଆଣି ବିଜେଡିରୁ ଟିକଟ ଦେଲେ ବିଦ୍ରୋହ ହେବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ନେତା ଓ କର୍ମୀ।

କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଦଳରେ ଅନେକ ଆଶାୟୀ ରହିଛନ୍ତି। କିନ୍ତୁ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଦଳୀୟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ବର୍ଷ ବର୍ଷ ଧରି ଯେଉଁମାନେ ଦଳ ପାଇଁ କାମ କରିଛନ୍ତି, ସେମାନଙ୍କୁ ହିଁ ଦଳରୁ ପ୍ରାର୍ଥୀ କରାଯାଉ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ଟିକଟ ଆଶାୟୀ।

Advertisment

ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଂଶୁମାନ ମହାନ୍ତି ବିଜୁ ଜନତା ଦଳରେ ମିଶିବା ପରେ କେନ୍ଦ୍ରାପଡ଼ା ରାଜନୀତିରେ ବଢିଛି ଅସନ୍ତୋଷ। ପୁରୁଣା ବିଜେଡି କର୍ମୀ ଓ ନେତା ଅଂଶୁମାନଙ୍କୁ ଦଳରେ ସହଜରେ ଗ୍ରହଣ କରିପାରୁନାହାନ୍ତି।

BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ