Advertisment

ନବୀନଙ୍କ ଜିଲ୍ଲାରେ ଦାଦନ ବେଶୀ; ହିଞ୍ଜିିଳିରେ ସର୍ବାଧିକ, କଂଟାବାଞ୍ଜି କଥା ନକହିବା ଭଲ !

ବ୍ରହ୍ମପୁର ସମାବେଶରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି। ସାଉଦି ଆରବରେ ହଇରାଣ ହୋଇଥିଲେ ଖଲ୍ଲିକୋଟ ଅଞ୍ଚଳର ଏହି ଦାଦନ ଶ୍ରମିକ। ନା ଠିକରେ ଖାଇବା ମିଳୁଥିଲା, ନା ଠିକରେ ମଜୁରୀ। ପରେ ବହୁ କଷ୍ଟରେ ସେମାନେ ଘରକୁ ଫେରିଥିଲେ।

ଅଦ୍ୟତନ ହୋଇଛି
undefined

Migrant Labour

Advertisment

ଦାନା ପାଇଁ ଦାଦନ ସାଜିବାକୁ ପଡୁଛି। ଏହି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ନିଶାନା ପରେ ଏହା ରାଜ୍ୟର ହଟ୍ ଟପିକ୍ ପାଲଟିଛି। ସଂଯୋଗର କଥା-ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଥିବା ଦୁଇଟି ଯାକ ଆସନ ଦାଦନ ଗଡ଼ ଭାବେ ପରିଚିତ, ଗୋଟିଏ  ହିଂଜିଳି, ଆରଟି କଣ୍ଟାବାଂଜି। କିନ୍ତୁ ଦାଦନ ଅପବାଦରୁ ରକ୍ଷା ପାଇବାକୁ ଶାସକ ଦଳର ନେତା କହୁଛନ୍ତି ଅବାନ୍ତର କଥା। ରାଜ୍ୟରେ କୁଆଡ଼େ ଦାଦନ ସମସ୍ୟା ନାହିଁ। ଅଧିକ ରୋଜଗାର ଆଶାରେ ଲୋକେ ରାଜ୍ୟ ବାହାରକୁ ଯାଉଛନ୍ତି।

Advertisment

ବ୍ରହ୍ମପୁର ସମାବେଶରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି। ସାଉଦି ଆରବରେ ହଇରାଣ ହୋଇଥିଲେ ଖଲ୍ଲିକୋଟ ଅଞ୍ଚଳର ଏହି ଦାଦନ ଶ୍ରମିକ। ନା ଠିକରେ ଖାଇବା ମିଳୁଥିଲା, ନା ଠିକରେ ମଜୁରୀ। ପରେ ବହୁ କଷ୍ଟରେ ସେମାନେ ଘରକୁ ଫେରିଥିଲେ।

ଗଂଜାମ ଖଲ୍ଲିକୋଟ ଅଂଚଳର ନୂଆପଲ୍ଲୀ ଗାଁରେ ଘରେ ଘରେ ଝୁଲୁଛି ତାଲା। କାମ ମିଳୁନଥିବାରୁ ଅଧିକଂଶ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି। ଏମିତି ବି ହୋଇଛି, ରୋଜଗାର କରିବାକୁ ଯାଇ ଭେଣ୍ଡିଆ ପୁଅ ଫେରିଛି ଶବ ହୋଇ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗଲା ୫ ବର୍ଷରେ କେବଳ ଖଲ୍ଲିକୋଟ ଅଞ୍ଚଳକୁ ଫେରିଛି ଏମିତି ୫୦ ଦାଦନଙ୍କ ମୃତଦେହ।

Advertisment

ଗଂଜାମକୁ ଛାଡ଼ି ଆଉ ଏକ ଦାଦନପ୍ରବଣ ଅଞ୍ଚଳ ହେଲା ବଲାଙ୍ଗିର, ଯେଉଁ ଜିଲ୍ଲାର କଣ୍ଟାବାଂଜିରୁ ଏଥର ପ୍ରାଥୀ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅଞ୍ଚଳରେ ବି ଦାଦନ ସମସ୍ୟା ଅତି ଉତ୍କଟ। ବଲାଙ୍ଗିର ତୁରେକେଲା ବ୍ଲକର ଏହି ଗାଁର ଅଧା ପରିବାର ଦାନା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ତାଟି କବାଟରେ ଝୁଲୁଛି ତାଲା। ଏଠି ବି ରହିଛନ୍ତି କେବଳ ମହିଳା ଓ ବୁଢ଼ାବୁଢ଼ି।

ଏକଥାକୁ କିନ୍ତୁ ମାନିବାକୁ ନାରାଜ ଶାସକ ଦଳ। ଦାଦନ ସମସ୍ୟାକୁ ନେଇ ବିଜେଡି ଅଡୁଆରେ ପଡ଼ିବା ଆଶଙ୍କା କରି କଣ୍ଟାବାଂଜିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ କରିଥିଲା ଜିଲ୍ଲାସ୍ତରୀୟ କନଭେନସନ। ଏଠାରେ ବାଏଁ ବାଏଁ ଦାଦନ ପ୍ରସଙ୍ଗକୁ ଉଡ଼ାଇ ଦେଇଥିଲେ ସୁବାସ ସିଂ। କହିଥିଲେ, ରାଜ୍ୟରେ ଦାଦନ ସମସ୍ୟା ନାହିଁ। ଅଧିକ ରୋଜଗାର ଆଶାରେ ଲୋକେ ବାହାରକୁ ଯାଉଛନ୍ତି। ସୁବାସଙ୍କ ଏହି କଥାକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି।

Advertisment
BJD BJP Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ