PM Modi
ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ ବିଜେପି ପାର୍ଟି ଅଫିସରୁ ରୋଡ୍ ଶୋ କରିବା କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ବାସିନ୍ଦାଙ୍କୁ ରୋଡ୍ ଶୋ’ ମାଧ୍ୟମରେ ଭେଟିବେ ପ୍ରଧାନମନ୍ତ୍ରୀ । ଏହାପରେ ରାଜଭବନରେ ରାତ୍ରି ଯାପନ କରିବେ । ପର ଦିନ ୩ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ପିଏମ୍ ମୋଦି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି । ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ଜାରି କଲା କମିଶନରେଟ୍ ପୋଲିସ । ରୋଡ୍ ଶୋ' ସରିବା ଯାଏଁ ଜନପଥରେ ଗାଡ଼ି ଚଳାଚଳ ମନା । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳ ମନା ।
ଅଧିକ ପଢ଼ନ୍ତୁ: ‘ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ତଳଆଡୁ ୪ ନମ୍ବର’
ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବନି । ମୋଦି ଆସିବା ପରେ ୧୧ ତାରିଖରେ ସକାଳେ ସାଢେ ୯ଟାରେ କନ୍ଧମାଳ ଷ୍ଟାଡିୟମ ପଡିଆରେ ଏକ ସମାବେଶରେ ଯୋଗ ଦେବେ । ପରେ ସାଢେ ୧୧ଟାରେ ବଲାଙ୍ଗୀରରେ ସାଧାରଣ ସଭାରେ ଉଦବୋଧନ ଦେବେ । ଶେଷରେ ଦିନ ଗୋଟାଏ ବେଳେ ବରଗଡ଼ ଟୋଲ ଗେଟ୍ ପଡିଆରେ ମୋଦି ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି । ବିଜେପି ରାଜ୍ୟ ମୁଖ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ହେବ । ମୋଦିଙ୍କ ରୋଡ୍ ଶୋ’ରେ ଝଲସିବ ଓଡ଼ିଆ କଳା ଓ ସଂସ୍କୃତି ଝଲକ । ମଝିରେ ୧୦ଟି ସ୍ଥାନରେ ରହିବ ଓଡିଶା କଳା ଓ ପରମ୍ପରାର ୧୦ଟି ଆଇକନ ।
ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଏବଂ ବାଣୀବିହାରରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ । ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ୱାଗତ ସହ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ । ମୋଦିଙ୍କ ଜନ କଲ୍ୟାଣକାରୀଯୋଜନା ବି ରଖାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1715257620.jpg)