Advertisment

ରାଜ୍ୟ ରାଜନୀତିରେ ‘ଲୁଙ୍ଗି’ ତଡ଼କା, ଶାସକ ଦଳ ନେତାଙ୍କ ଦକ୍ଷିଣୀ ଅବତାରକୁ ନେଇ ଚର୍ଚ୍ଚା

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ଗତକାଲି ସଂଧ୍ୟାରେ ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସି କାଉଣ୍ଟର କରିଥିଲେ ।

ଅଦ୍ୟତନ ହୋଇଛି
undefined

Politics on ‘lungi’

Advertisment

ରାଜ୍ୟ ରାଜନୀତିରେ ଏବେ ‘ଲୁଙ୍ଗି’ ତଡ଼କା । ଯେବେଠାରୁ ସୋସିଆଲ୍ ମିଡିଆରେ ଏହି ବେଶଭୂଷାରେ ନବୀନଙ୍କ କ୍ୟାଂପେନ୍ ଭିଡିଓ ବାର୍ତ୍ତା ଭାଇରାଲ୍ ହେଲାଣି, ସେବେଠୁ ଲୁଙ୍ଗିକୁ ନେଇ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା । ସୋମବାର ସଂଧ୍ୟାରେ ପ୍ରଥମେ ବିଜେଡି ନେତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ ହୋଇଥିଲା । ଯାହାକୁ ନେଇ ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରାଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ନିଶାନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ଗତକାଲି ସଂଧ୍ୟାରେ ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସି କାଉଣ୍ଟର କରିଥିଲେ । ତା’ସହ ମିଡିଆ ସାମନାରେ ଫଟୋ ପୋଜ୍ ଦେଇଥିଲେ। ଡ୍ରେସ୍ କୋଡ୍‍ ପଛରେ ବିଜେଡି ଯୁକ୍ତି ବାଢ଼ି ବୁଣାକାରଙ୍କୁ ସମର୍ଥନ ସହ ଓଡ଼ିଶାର ପରମ୍ପରା ଓ ସଂସ୍କୃତିର କଥା ବଖାଣିଥିଲେ।

ରାଜ୍ୟ ରାଜନୀତିରେ ଲୁଙ୍ଗି ଚର୍ଚ୍ଚା ଏତିକିରେ ଥମି ନାହିଁ । ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା Xରେ ଲୁଙ୍ଗି କ’ଣ ଆମ ସଂସ୍କୃତି କି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ଓଡ଼ିଆ ଅସ୍ମିତା ବନାମ କ୍ରୀତଦାସ ମାନସିକତା ବୋଲି ଦର୍ଶାଇ ଲୁଙ୍ଗି ନୁହଁ, ବରଂ ଧୋତି ଆମ ଓଡ଼ିଶାର ସ୍ୱାଭିମାନ ଏବଂ ଅସ୍ମିତାର ପରିଚୟ ବୋଲି ଲେଖିଛନ୍ତି। ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଧର୍ମେନ୍ଦ୍ରଙ୍କ ଏହି ଧୋତି ପିନ୍ଧା ଫଟୋ ପୋଷ୍ଟ କରିବା ସହିତ ଲେଖିଛନ୍ତି, ଧୋତି ଓଡ଼ିଶାର ଅସ୍ମିତାର ପରିଚୟ । ଲୁଙ୍ଗି ବାଂଲାଦେଶରୁ ଆସିଥିବା ଫେରିବାଲା ପିନ୍ଧନ୍ତି, ଲୁଙ୍ଗି ତାମିଲନାଡୁରେ ପିନ୍ଧନ୍ତି, ନମାଜ କଲାବେଳେ ଲୁଙ୍ଗି ପିନ୍ଧାଯାଏ। ଲୁଙ୍ଗିକୁ ବିଜେଡି କାହିଁକି ଏତେ ପ୍ରେମ କରୁଛି ? ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରିନି।

Advertisment

ଏକଥା ନୁହଁ ଯେ, ଓଡ଼ିଶାର ଲୋକେ ଲୁଙ୍ଗି ପରିଧାନ କରନ୍ତି ନାହିଁ । କିନ୍ତୁ ଧୋତି ହେଉଛି ଓଡ଼ିଆଙ୍କ ପରିଚୟ । ଅଧିକାଂଶ ନେତା ପୂର୍ବରୁ ଧୋତି ଓ କୁର୍ତ୍ତା ପରିଧାନ କରୁଥିଲେ । ବିଜୁ ବାବୁଙ୍କଠାରୁ ଆରମ୍ଭ କରି ଦାମୋଦର ରାଉତ, ପ୍ରଫୁଲ୍ଲ ଘଡ଼େଇଙ୍କ ଯାଏଁ ଅନେକ ନେତାଙ୍କ ପରିଧାନ ଧୋତି । ଏବେ ଦେଖିବାର କଥା, ରାଜ୍ୟ ରାଜନୀତିରେ ଲୁଙ୍ଗି ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି।

BJD BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ