Advertisment

ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ ।

undefined

Narendra Modi

Advertisment

ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ। ଏପରିକି ପୂରା ଓଡ଼ିଆ ଆଜି ଅସ୍ମିତା ଖତମ ହେବାକୁ ବସିଛି । ଓଡ଼ିଆ ଭାଷା ବି ଆଜି ବିପଦରେ। ମୁଁ ଭାବୁନି ଓଡ଼ିଆ ଲୋକେ ଏହାକୁ ଲମ୍ବା ସମୟ ବରଦାସ୍ତ କରିବେ। ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବଡ଼ ବୟାନ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଲଚଲ।

Advertisment

ତେବେ କଣ ଏହି ଓଡିଆ ଅସ୍ମିତା ? କାହିଁକି ନିଜେ ମୋଦି ଏମିତି ସାଙ୍ଘାତିକ କଥା କହିଲେ ? ଯେଉଁ ରାଜ୍ୟ ଭାଷା ଭିତ୍ତିରେ ଗଠନ ହୋଇଥିଲା, ତାରା ଭାଷା, ସଂସ୍କୃତି, ପରିଚୟ, ମୋଟିମୋଟି ପୂରା ଅସ୍ମିତା ଖତମ ହେବାକୁ ବସିଛି। କିଏ ଦାୟୀ ଏଥିପାଇଁ ? ୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଉତ୍କଳ ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ନିର୍ବାଚନରେ ଭାଷା, ସାହିତ୍ୟ, ସଂସ୍କୃତି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି ।

କେବଳ ପିଏମ୍ ମୋଦି ନୁହନ୍ତି, ସୋନପୁର ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଗତକାଲି ଗୋପାଳପୁର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବି ସମାନ କଥା ଦୋହରାଇଥିଲେ। ବିଶିଷ୍ଟ ସାହିତ୍ୟକଙ୍କ ମତରେ ଓଡ଼ିଆ ପରିଚୟ ହିଁ ଆମର ଅସ୍ମିତା।

Advertisment

କାହିଁକି ଆଉ କେବେ ଓଡ଼ିଶା ରାଜନୀତିରେ ମୁଣ୍ଡ ଟେକିଥିଲା ଓଡ଼ିଆ ଅସ୍ମିତାର କଥା। କୁହାଯାଉଛି ନବୀନ ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ବିଜେଡିରେ ଯୋଗ ଦେଇଥିବା ମୂଳତଃ ତାମିଲନାଡୁ ବାସିନ୍ଦା IAS ଭି.କେ ପାଣ୍ଡିଆନଙ୍କ କ୍ଷମତା ବୃଦ୍ଧି, ଆଉ ନବୀନଙ୍କ ଅଘୋଷିତ ଉତ୍ତାରାଧିକାରୀ ପ୍ରକ୍ରିୟାରୁ ଜନ୍ମ ନେଇଛି ଏହି ପ୍ରସଙ୍ଗ। ଏୟା ବି ଚର୍ଚ୍ଚା ହେଉଛି, ଏବେ ଉଭୟ ଦଳ ଏବଂ ସରକାର ତାଙ୍କ କବଜାରେ ରହିଛି।

ଅନ୍ୟପଟେ ନବୀନ ସରକାରରେ ଅଣଓଡ଼ିଆ ଅଫିସରଙ୍କ ଆଧିପତ୍ୟ, ସରକାରୀ ପଦବିରେ ଥାଇ ରାଜନେତାଙ୍କ ଭଳି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଓ ଅଭିଯୋଗ ପତ୍ର ସଂଗ୍ରହ, ଆୟୋଜିତ ସଭାରେ ସମ୍ବର୍ଦ୍ଧନା, ଏକାକୀ ମଞ୍ଚରେ ବସି ନେତାଙ୍କୁ ଅଣଦେଖା କରିବା, ଓଡ଼ିଶାର ଅଧିକାଂଶ ଠିକା କାମରେ ବାହାର ରାଜ୍ୟର ଠିକାଦାରଙ୍କ ଦବଦବା.. ଏ ସବୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଖୋରାକ ଯୋଗାଇଥିଲା। 

Advertisment

ସମାନ ଢଙ୍ଗରେ ଓଡିଆ ସଂସ୍କୃତି ତଥା ଓଡିଆଙ୍କ ଭାବାବେଗ ସହ ଜଡିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରୋଧୀ କାର୍ଯ୍ୟକଳାପ ଓଡିଆ ସଂସ୍କୃତି ମୁଦ୍ଦାକୁ ଆଗକୁ ଆଣିଥିଲା। ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା, କରୋନା ସମୟରେ ରଥ ଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ମଠ ମନ୍ଦିର ଭାଙ୍ଗିବା, ଅର୍ପଣ ରଥ ବୁଲେଇବା,କାମିୟା ଜାନି-ଶ୍ରୀମନ୍ଦିର- ଗୋମାଂସ ବିବାଦ, ଚାରି ଦ୍ୱାର ବନ୍ଦ କରି ଭକ୍ତଙ୍କୁ କଷ୍ଟ ଦେବା ଭଳି ପ୍ରସଙ୍ଗକୁ ନେଇ ବି ଅଡୁଆରେ ସରକାର। କୁହାଯାଉଛି ଏ ତମାମ ପ୍ରସଙ୍ଗ ପଲିଟିକାଲ ପାର୍ଟି ଅପେକ୍ଷା ଗ୍ରାଉଣ୍ଡରେ ଅଧିକ ଚର୍ଚ୍ଚା ହେଉଛି। ଆଉ ଲୋକଙ୍କ ସେହି ଫିଡ୍ ବ୍ୟାକକୁ ନେଇ ଓଡିଆ ଆସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ