Advertisment

ଲୁଚିଛି ନା ଗୋଡ଼ ଦିଟା ଦିଶୁଛି; ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।

undefined

political hoardings

Advertisment

୧୬ ତାରିଖରୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଲାଣି। ହେଲେ ରାଜଧାନୀରୁ ରାଉରକେଲା ଯାଏଁ ସବୁଠି ଚାଲିଛି ଏହାର ଖୋଲାଖୋଲି ଉଲ୍ଲଂଘନ। ସରକାରୀ ଅଫିସ୍ ସମ୍ମୁଖ ହେଉ କି ରାସ୍ତାକଡ଼ ଅବା ଛକ ବଜାର, ସବୁଠି ଝୁଲୁଛି ନେତାଙ୍କ ଫଟୋ ଥିବା ମାଳ ମାଳ ବିଜ୍ଞାପନ ଓ ଅଭିନନ୍ଦନ ହୋର୍ଡିଂ। ଯଦିଓ କିଛି କିଛି ସ୍ଥାନରେ ଏସବୁ ହଟାଇବାକୁ ସ୍ଥାନୀୟ ପ୍ରଶାସନ କାମ ଆରମ୍ଭ କରିଛି, ହେଲେ ସେ କଚ୍ଛପ ଗତିକୁ ଦେଖି ଆପତ୍ତି ଉଠାଇଲେଣି ସାଧାରଣ ଜନତା।

Advertisment

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ। କେନ୍ଦ୍ରାପଡ଼ାର ଦୁହୁରିଆ, କଲେଜ ଛକ, ତିନିମୁହାଣି ଓ ବସଷ୍ଟାଣ୍ଡ କେଉଁଠି ବି ବାକି ନାହିଁ। ନୂଆ ବର୍ଷକୁ ୩ ମାସ ପାର୍ କଲାଣି, ହେଲେ ଅଭିନନ୍ଦନ ବ୍ୟାନର ବି ଏଯାଏଁ ହଟିପାରିନି। ତେଣେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପାନୀୟ ଜଳ, ମୁକ୍ତା ଯୋଜନା, ଘରେ ଘରେ ଲକ୍ଷ୍ମୀ ଭଳି ହୋର୍ଡିଂ ସେମିତି ସହର ସାରା ଛାଇ ରହିଛି। ଜିଲ୍ଲା ପ୍ରଶାସନର ଉଦ୍ୟମରେ କିଛି ସ୍ଥାନରୁ ବ୍ୟାନର ପୋଷ୍ଟର ହଟାଯିବା କାମ ଆରମ୍ଭ ହୋଇଛି କିନ୍ତୁ ଏତେ ମନ୍ଥର ଗତିରେ ଚାଲିଛି ଯେ, ଏ କାମ ସରିଲାବେଳକୁ ଭୋଟ୍ ସରି ଯାଇଥିବ ବୋଲି ଲୋକେ କହିଲେଣି।

ଆଉ କିଛି ସ୍ଥାନରେ କଳା ପରଦା ପକାଇ ହୋର୍ଡିଂ ଲୁଚାଇବାକୁ ବି ତାଳିପକା କାମ ଚାଲିଛି। ସମାନ ଚିତ୍ର ବାଲେଶ୍ୱରରେ ମଧ୍ୟ। ମମତା ଯୋଜନାରୁ ନୂଆ ଓ ଯାଏଁ ସହର ସାରା ସରକାରୀ ଯୋଜନାର ବିଜ୍ଞାପନ ଏତେ ଲାଗିଛି ଯେ, କେଉଁ ଜାଗା ଆଉ ବାକି ନାହିଁ। ଏମିତିକି ଖୋଦ ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟ ବାହାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବିଜ୍ଞାପନକୁ ବି ହଟାଇବାକୁ ତିନି ଦିନ ଲାଗି ଗଲା। ଯାହାକୁ ନେଇ ଅନ୍ୟ ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ ମନରେ କ୍ଷୋଭ ପ୍ରକାଶ ପାଇଥିବାବେଳେ ଜିଲ୍ଲାପାଳ କହିଛନ୍ତି ହୋର୍ଡିଂ ସବୁ ଖୋଲିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ପଠାସରିଛି।

Advertisment

ରାଉରକେଲା ମହାନଗର ନିଗମ ହେଉ କି ରାଜଧାନୀ ଭୁବନେଶ୍ୱର। ସବୁଠି ସମାନ ସ୍ଥିତି। ଚାରିଆଡ଼େ ସେମିତି ଝୁଲୁଛି ସରକାରୀ ଯୋଜନା ନାଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ହେଉଥିବା ଭଳି ପୁଳା ପୁଳା ହୋର୍ଡିଂ। ରାଉରକେଲାରେ ଯଦିଓ ସ୍ଥାନୀୟ ପ୍ରଶାସନ ଏସବୁ ହଟାଇବା ଦିଗରେ ସାମାନ୍ୟ ଚେଇଁଛି, ହେଲେ ରାଜଧାନୀରେ କଚ୍ଛପ ଗତିରେ ଚାଲିଛି। ଭୁବନେଶ୍ୱର ଏଡିଏମ୍ ଅଫିସ୍ ସମ୍ମୁଖରେ ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ଖାଦ୍ୟ ସୁରକ୍ଷା ଯୋଜନା ବୋର୍ଡ ସେମିତି ଲାଗିଛି।

ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ହେଉ କି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବିଜ୍ଞାପନ, ଏସବୁ ଯେମିତି ବିଏମସି ଆଖିରେ ଏଯାଏଁ ପଡ଼ିନି। ତେଣେ କେଉଁଠି ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଅଧା ଢଙ୍କା ହୋଇଛି କେଉଁଠି ପୁରା ମେଲା। ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଅଫିସ୍ ସାମ୍ନାରୁ BMC ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହୋର୍ଡିଂ ସବୁକୁ ଖୋଲିବାରେ ବ୍ୟସ୍ତ। ଯାହାକୁ ନେଇ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ- ଏଥିରେ ବି ଚାଲିଛି ଜୋରଦାର ପାତରଅନ୍ତର। ତେଣେ BMC ଏନଫୋର୍ସମେଣ୍ଟ ଟିମ୍ କହୁଛି- ଆମ ପାଇଁ ସମସ୍ତେ ସମାନ।

Advertisment

ରାଜ୍ୟ ଅବା କେନ୍ଦ୍ର ସରକାରଙ୍କ ଯୋଜନା ହେଉ କି ରାଜନୈତିକ ଦଳ ନେତାଙ୍କ ନମସ୍କାର ମୁଦ୍ରାରେ ଫଟୋ ଥାଇ ଅଭିନନ୍ଦନ ବାର୍ତ୍ତା ପୋଷ୍ଟର-ବ୍ୟାନର। ଶୀଘ୍ର ଏସବୁକୁ ହଟାଇବା ଦିଗରେ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସବୁଠି ହେଲାଣି ଦାବି।

Odisha Politics Model Code Of Conduct Hoarding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ