Advertisment

କୋରେଇରୁ ଶଙ୍ଖ ଦଳର ଯୋଦ୍ଧା କିଏ ? ତେଜିଲାଣି ଘଡ଼େଇ ଓ ଦାସ ପରିବାର ଲିଗାସି ୱାର୍

ଜିଲ୍ଲାର ଦୁଇ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ?

undefined

BJD

Advertisment

ଦିନକୁ ଦିନ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରେ ରୋଚକ ହେଉଛି ରାଜନୀତି। ଗୋଟିଏ ପଟେ ବିଜେପି ଯୋଦ୍ଧା ଘୋଷଣା କରି ସାରିଥିବାବେଳେ ବିଜେଡି ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଛି ତ କଂଗ୍ରେସ କସରତରେ ଅଟକିଛି। ତେବେ ୟା ଭିତରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଘଡ଼େଇ ବନାମ ଦାସ ପରିବାରର ଲିଗାସି ୱାର।

Advertisment

ରୋଚକ ହେଉଛି କୋରେଇ ପଲିଟିକ୍ସ। ତେଜିଲାଣି ଘଡେଇ ବନାମ ଦାସ ଲିଗାସୀ ୱାର। ଜିଲ୍ଲାର ଦୁଇ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ?

ଦ୍ୱନ୍ଦ୍ୱ ଭିତରେ ଜିଲ୍ଲା ବିଜେଡିର ଗୋଟିଏ ଗୋଷ୍ଠୀ ବବି ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ନାଁ ଉଠାଇଲେଣି ତ ଅନ୍ୟ ଏକ ଗୋଷ୍ଠୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ପତ୍ନୀ ତଥା ବଙ୍ଗୀୟ ଓଲିଉଡ଼ ଅଭିନେତ୍ରୀ ଝିଲିକ୍‌ଙ୍କୁ ଟିକେଟ୍ ଦେବାକୁ ଦାବି କଲେଣି। ପ୍ରୀତିରଞ୍ଜନଙ୍କ ଯାଜପୁର ରୋଡ୍ ସ୍ଥିତ ବାସଭବନରେ ଏକାଠି ହୋଇ ଝିଲିକଙ୍କୁ ଟିକେଟ୍ ଦେବାକୁ ଦଳ ସୁପ୍ରିମୋଙ୍କୁ ଅନୁରୋଧ କରିଛନ୍ତି ଅନେକ କର୍ମୀ। ଝିଲିକ୍ ବି କହିଛନ୍ତି ବିଜେଡିରୁ ସୁଯୋଗ ମିଳିଲେ ନିଶ୍ଚେ ମଇଦାନକୁ ଓହ୍ଲାଇବେ।

Advertisment

ଏଥର ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇଥିବା ସତ୍ତ୍ୱେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହିଁ କୋରେଇ ଆସନରେ ପ୍ରାର୍ଥୀ କରିବାକୁ ଜିଦ୍ ଧରିଛନ୍ତି ଜିଲ୍ଲା ବିଜେଡିର ଏକ ଛାମୁଆ ଗୋଷ୍ଠୀ। ଷଠିପୁରରେ ଏକାଠି ହୋଇ ଦାବି କରିଛନ୍ତି- ଅଶୋକ ଦାସଙ୍କ ଅମଳରୁ କୋରେଇରେ ବିକାଶର ଧାରା ଚାଲିଛି, ଯାହାକୁ ପୁଅ ପ୍ରଣବପ୍ରକାଶ ହିଁ ଆଗେଇ ନେଇ ପାରିବେ।

ତେବେ ଏତେ ସବୁ ଚର୍ଚ୍ଚା ଆଲୋଚନା ଭିତରେ ପ୍ରଶ୍ନ- କଣ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କୋରେଇ ବିଧାନସଭା ଆସନରେ ଲଢ଼ିବାକୁ ଫେରିବେ ? ନାଁ ତାଙ୍କ କୌଣସି ଅନୁଗତଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେବେ ? ସେମିତି ଯଦି ଘଡ଼େଇ ଲିଗାସିକୁ ଗୁରୁତ୍ୱ ଦିଆଯାଏ, ତହାଲେ ଗୋଟିଏ ପରିବାରରୁ କଣ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ଟିକେଟ୍ ମିଳିବ ? ଏସବୁ ପ୍ରଶ୍ନ ଭିତରେ ତେଣେ ବିଦ୍ରୋହୀ କର୍ମୀ ଓ ଆଶାୟୀ ବି ସଭା ସମିତି କରି ଦାସ କି ଘଡ଼େଇ କୌଣସି ପରିବାରରୁ କାହାରିକୁ ଟିକେଟ୍ ନଦେବାକୁ ଚେତାଇଲେଣି।

Advertisment

ଏକଦା ଚର୍ଚ୍ଚିତ ନେତା ଅଶୋକ ଦାସଙ୍କ ଗଡ଼ ଥିବା କୋରେଇରୁ ୨୦୦୯ରେ ପ୍ରୀତିରଞ୍ଜନ ଘଡ଼ାଇ, ୨୦୧୪ରେ ଆକାଶ ଦାସ ନାୟକ ଓ ୨୦୧୯ରେ ଅଶୋକ ବଳ ବିଜେଡିରୁ ଜିତିଥିଲେ। ହେଲେ ଏଥର ଦଳ ସେଠିକାର ଟିକଟ୍ ଝୁଲାଇ ରଖିଛି, ତେଣେ ଦଳର ଷ୍ଟାର ଚେହେରା ଆକାଶ ଦାସ ନାୟକ ଦଳ ଛାଡି ବିଜେପି ଟିକେଟ୍ ହାତେଇ ସାରିଲେଣି। ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ବି ପଦ୍ମ ଧରି ସାରିଛନ୍ତି। କଂଗ୍ରେସର ଯଦିଓ ଏଯାଏଁ ଶୋର ଶବ୍ଦ ଶୁଭିନି ତେବେ ରାଜନୀତି ସମୀକ୍ଷକଙ୍କ ମତ- ବିଜେଡି ପାଇଁ ଏଥର କୋରେଇ ଗଡ଼ ଜିଣିବା ଏତେଟା ସହଜ ଲାଗୁନି।

BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ