Advertisment

‘ବାରମ୍ବାର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ, ରାତ୍ରିଯାପନ କରିବେ’

ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ।

Dharmendra Pradhan

Dharmendra Pradhan

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଆସିବେ ଓ ଏଠି ରାତ୍ରୀଯାପନ ବି କରିବେ। ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ ଓ ପ୍ରତି ଫେଜ୍ ପାଇଁ ବି ଆସିବେ। ମୋଦି ଏବେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା। ତାଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ୱ ମିଳିବା ବିଶ୍ୱାସ ରହିଛି। ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଜିତିବା ସହ ରାଜ୍ୟରେ ଏଥର ଭାରତୀୟ ଜନତା ପାର୍ଟି ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଏହାସହ ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଥିବା ଧର୍ମେନ୍ଦ୍ର କହିଛନ୍ତି। ନେତୃତ୍ୱ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ କଣ କେହି ଓଡ଼ିଆ ମିଳୁନାହାନ୍ତି। ନିଜ ଦଳରେ କୌଣସି ମନ୍ତ୍ରୀ, ବିଧାୟକ କଣ ତାଙ୍କୁ ମିଳିଲେ ନାହିଁ ଯେ ଗୋଟେ ଅଫିସରଙ୍କ କୋଟେରୀକୁ ଶାସନ ପାଇଁ ଦାୟିତ୍ୱ ଦେଇଦେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ତାସହ ରଥଯାତ୍ରା ନକରିବାକୁ କିଏ ସୁପ୍ରିମକୋର୍ଟରେ ମାମଲା କରିଥିଲା ଓ ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ କଣ ରହିଥିଲା। ନୈତିକତା ଥିଲେ, ମୁଖ୍ୟମନ୍ତ୍ରୀ ନିଜେ ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। ଭୁବନେଶ୍ୱର-କଟକ-ସମ୍ବଲପୁରରେ କାର୍ଯ୍ୟକ୍ରମରେ ଯୋଗଦେବେ ଏସ୍‌.ଜୟଶଙ୍କର । ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ କରିବେ ଆଲୋଚନା। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର।

Advertisment

ନଡ୍ଡାଙ୍କ ପରେ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାମିଲ ହେବେ ମୋଦି। ଏହାପରେ ନବରଙ୍ଗପୁରରେ ଜନସଭାକୁ ସମ୍ୱୋଧିତ କରିବେ। ୬ ତାରିଖ ଦିନ ୧୦ଟାରେ ବ୍ରହ୍ମପୁର କନିଷିରେ ଆୟୋଜିତ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍‌ କରୁଛି। ଏଠାରେ ଜିତିବା ସମ୍ଭାବନା ଥିବାରୁ ନଡ୍ଡାଙ୍କ ପରେ ମୋଦି ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ୧୧ତାରିଖରେ ପୁଣି ଓଡ଼ିଶାକୁ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି।

Dharmendra Pradhan PM Modi BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ