Advertisment

ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ମୋଦିଙ୍କ ରୋଡ୍‌ ଶୋ !

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।

ଅଦ୍ୟତନ ହୋଇଛି
Aparajita Sarangi On Pm modi Visit

Aparajita Sarangi

Advertisment

ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ ନେଇ ସୂଚନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ ବୋଲି କହିଛନ୍ତି ଅପରାଜିତା। ରୋଡ୍‌ ଶୋକୁ ନେଇ ଦଳୀୟ କର୍ମୀ ବେଶ୍‌ ଉତ୍ସାହିତ ଥିବା ଅପରାଜିତା କହିଛନ୍ତି।

Advertisment

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି। ବିମାନ ବନ୍ଦର ଭିତରେ ଓ ବାହାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ବିଜେପି ନେତା, କର୍ମୀ ଓ ସାଧାରଣ ଲୋକେ। ବିମାନ ବନ୍ଦର ବାହାରେ ଜନସମୁଦ୍ର ଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରିଥିବା ଲୋକଙ୍କୁ ଅଭିବାଦନ ଜଣାଇଲେ ମୋଦି। ଗାଡ଼ିରେ ବସି ଲୋକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ମୋଦି

ଆସନ୍ତାକାଲି ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଯାଇ ସାଧାରଣ ସଭାକୁ ସମ୍ବୋଧନ କରିବେ। ପରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ମୋଦିଙ୍କ ରହିଛି ଦ୍ୱିତୀୟ ସଭା। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ହୋଇଛି। ଏସପିଜି ସହିତ ସିଆଇଏସଏଫ୍ ମଧ୍ୟ ସିକ୍ୟୁରିଟି ଦାୟିତ୍ୱରେ ରହିବେ। ସେହିପରି ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ହୋଇଥିବା ବେଳେ କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି।

Advertisment

ମୋଦିଙ୍କ ଗସ୍ତ ପାଇଁ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ ଓ ଏଏସଆଇଙ୍କ ସହିତ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ରାସ୍ତାରେ ବ୍ୟାରିକେଡ୍ କରାଯିବା ସହିତ ନିଜେ ପୋଲିସ କମିଶନର୍ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ସେପଟେ ଆସନ୍ତାକାଲି ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍, ସନ୍ଧାନୀ କୁକୁର ମୁତୟନ ରହିବେ।

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ବିଜେପିର ଫୋକସ୍ ଓଡ଼ିଶା । ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଓଡ଼ିଶାକୁ ବିଜେପିର ତୁଙ୍ଗ ନେତାଙ୍କ ଘନ ଘନ ଗସ୍ତ କାର୍ଯ୍ୟକ୍ରମ, ରାଜ୍ୟ ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି। ମୋଦିଙ୍କ ପ୍ରଚାରର ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ରାୟଗଡାରେ ଆୟୋଜିତ ହେବାକୁ ଥିବା ବିରାଟ ସାଧାରଣ ସଭାରେ ଯୋଗଦେବେ। ପରେ ଆସନ୍ତା ୧୦ରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋରେ ଯୋଗଦେବେ। ମେ ୧୧ରେ ମୋଦି ବଲାଙ୍ଗୀର ଯାଇ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ।

Advertisment
BJP Aparajita Sarangi PM Narendra Modi Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ