Advertisment

କେନ୍ଦ୍ରାପଡ଼ା ମୈଦାନକୁ ଓହ୍ଲାଇବେ ମୋଦି ଓ ଅମିତ ଶାହ: ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି।

ଅଦ୍ୟତନ ହୋଇଛି
PM Modi to visit Kendrapara

Baijayant Panda

Advertisment

ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରାପଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି। ଆଗକୁ କେନ୍ଦ୍ରାପଡାରେ ବଡ ଧରଣର ପ୍ରଚାର କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ବୈଜୟନ୍ତ।

Advertisment

ପବିତ୍ର ଶ୍ରୀରାମ ନବମୀରେ ଭୁବନେଶ୍ୱର ରାମ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ। ପ୍ରବଳ ଖରା ସତ୍ତ୍ୱେ ରାମ ମନ୍ଦିରରେ ଗହଳି ଲାଗି ରହିଛିଥିଲା।

ଅଧିକ ପଢ଼ନ୍ତୁ: ମା’ ମାଟିଆ ମଙ୍ଗଳାଙ୍କୁ ଦର୍ଶନ କରି କେନ୍ଦ୍ରାପଡ଼ାବାସୀଙ୍କ ମଙ୍ଗଳକାମନା କଲେ ବୈଜୟନ୍ତ

Advertisment

ପଣା ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ା ରାଜନଗର ଏବଂ ମହାକାଳପଡ଼ା ଗସ୍ତ କରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ପ୍ରଥମେ ରାଜନଗର ଗସ୍ତ କରି ମା ମାଟିଆ ମଙ୍ଗଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହା ପରେ ମହାକାଳପଡ଼ା ରାମନଗରର ଦରିଆ ରାମଚଣ୍ଡୀ ପୀଠରେ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ ନେତା ଓ କର୍ମୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

କେନ୍ଦ୍ରାପଡ଼ା ଚିକନପୁରରେ ନିର୍ବାଚନୀ ପ୍ରଚାର ବେଳେ ବିଜେଡି ଉପରେ ବର୍ଷିଥିଲେ ବୈଜୟନ୍ତ। ସେ କହିଥିଲେ, ଏଠିକାର ଯୁବକ ବାହାରକୁ କାମ କରିବାକୁ ଯାଉଛନ୍ତି, ହଇରାଣ ହେଉଛନ୍ତି। ଏମାନଙ୍କୁ ଉଦ୍ଧାର କରିବାକୁ ପ୍ରତିବର୍ଷ ଶହ ଶହ ଚିଠି ମୋ ପାଖକୁ ଆସୁଛି। ୨୪ ବର୍ଷ ଶାସନ ପରେ ବି କାହିଁକି ବାହାରକୁ କାମ ପାଇଁ ଯିବାକୁ ପଡୁଛି। ମୋତେ ୨ ଥର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା।

Advertisment

ସେ ଆହୁରି କହିଛନ୍ତି, ଶିଳ୍ପ ଓ ରେଳକୁ ଗୁରୁତ୍ୱ ଦେଇଥିଲି। ରେଳ କାର୍ଯ୍ୟକାରୀ ହୋଇଗଲାଣି। ନିଯୁକ୍ତି ପାଇଁ ଶିଳ୍ପ ଦରକାର। ଏଯାଏଁ ଶିଳ୍ପ କାହିଁକି ଆସିପାରିଲାନି? କାରଣ ଏଠି ଦୁର୍ନୀତି, ନାରୀ ନିର୍ଯାତନା, ପିସି କାରବାର ଚାଲିଛି। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ତ କରିବା, ଓଡ଼ିଶାରେ ବି ଡବଲ୍ ଇଞ୍ଜିନ ସରକାର ଆଣିବା। ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ ଉତ୍ତରାଧିକାରୀ କିଏ। ମିଛ, ଅପପ୍ରଚାର, ଧମକଚମକ ନ ଶୁଣି ପଦ୍ମରେ ଭୋଟ୍ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ସୂର୍ଯ୍ୟ ତିଳକର ଦିବ୍ୟ ମୁହୂର୍ତ୍ତକୁ ଲାଇଭ୍‌ ଦେଖିବା ମୋ ପାଇଁ ସୌଭାଗ୍ୟ : ମୋଦି

BJP Baijayant Panda PM Narendra Modi General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ