Advertisment

ରତ୍ନଭଣ୍ଡାର ଚାବି ଲୁଚେଇଛି କିଏ ? ବିଜେ଼ପି ନେତାଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା।

undefined

Ratna Bhandar

Advertisment

ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍‌ଙ୍କୁ କରୁଛି ଡାଇରେକ୍ଟ ଆଟାକ୍। ତାସହ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା ହେଉ କି ପରିକ୍ରମା ପ୍ରକଳ୍ପ ପାଇଁ ଭାଙ୍ଗି ଦିଆଯାଇଥିବା ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚୟ ମଠ ମନ୍ଦିର ଗୁଡ଼ିକର ପୁନଃ ବିକାଶ ପାଇଁ ବିଜେପିର ଗ୍ୟାରେଣ୍ଟି କିଭଳି ବଡ଼ ମୁଦ୍ଦା ହୋଇଛି।

Advertisment

ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କେନ୍ଦ୍ର ବିଜେପିର ଏ ତିନି ତୁଙ୍ଗ ନେତୃତ୍ୱଙ୍କ ଘନ ଘନ ଗର୍ଜନ ଏବେ ରାଜ୍ୟ ବିଜେପି ପାଇଁ ପାଲଟିଛି ସବୁଠୁ ବଡ଼ ନିର୍ବାଚନୀ ମୁଦ୍ଦା।

ଆଉ ଗୋଟିଏ ପରେ ଗୋଟିଏ ଜନସଭାକୁ ଆହୁରି ସରଗମ କରୁଛି ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପାଣ୍ଡିଆନଙ୍କୁ ଟାର୍ଗଟ୍। ଗତକାଲି ଖୋର୍ଦ୍ଧା ଜିଲ୍ଲା ଛତାବର ସଭା ପରେ ଆଜି ଗଂଜାମ କବିସୂର୍ଯ୍ୟନଗର ପ୍ରଚାର ମଞ୍ଚରୁ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଜେଡି ସରକାର ଉପରେ ବର୍ଷି ହିମନ୍ତ କହିଛନ୍ତି- ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ, ଜୁନ୍ ୧୦ ସୁଦ୍ଧା ପାଣ୍ଡିଆନ୍ ରତ୍ନଭଣ୍ଡାର ଚାବି ନକାଢ଼ିଲେ ବିଜେପି ସରକାର ଆସିବ, ଆଉ ଆମେ ଚାବି ପାତାଳରେ ଥିଲେ ବି ଖୋଜି ଆଣିବୁ। ଲୋକଙ୍କ ଇମୋସନ୍ ସହ ନଖେଳି, ତୁରନ୍ତ ରତ୍ନଭଣ୍ଡାର ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ପଡ଼ିବ।

Advertisment

ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ହେଉ କି ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି। ବିଜେଡି ସରକାର ଅମଳରେ ଅତି ବ୍ୟୟବହୁଳ ପରିକ୍ରମା ପ୍ରକଳ୍ପ ସତ୍ତ୍ୱେ ଶ୍ରୀମନ୍ଦିରରେ ଏସବୁ କ୍ଷେତ୍ରରେ ଚରମ ବ୍ୟତିକ୍ରମ ଖାଲି ସେବାୟତ ନୁହେଁ ଜଗନ୍ନାଥ ପ୍ରେମୀଙ୍କୁ ବି ବ୍ୟଥିତ କରିଛି। କେବଳ ସିଂହଦ୍ୱାର ଦେଇ ଭକ୍ତମାନଙ୍କୁ ଛଡ଼ାଯାଉଥିବାରୁ ସେମାନେ କିଭଳି କଲବଲ ହେଉଛନ୍ତି, ତାହା ସରକାରଙ୍କୁ କଣ ଦେଖାଯାଉନି ବୋଲି ବୋଲି ପ୍ରଶ୍ନ କରିବା ସହ ୪ ଦ୍ୱାର ଖୋଲିବାରେ ଅସୁବିଧା କେଉଁଠି ବୋଲି ପଚାରିଛନ୍ତି।

ତେଣେ ସେବାୟତ କହିଲେଣି-ରତ୍ନଭଣ୍ଡାର ଚାବି ହଜିବା ଓ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ପରଠୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ସୁରକ୍ଷା ପ୍ରତି ବିରାଟ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଏହାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ରାଜ୍ୟ ସରକାର ଚାପି ରଖିବା ସନ୍ଦେହକୁ ଦ୍ୱିଗୁଣିତ କରିଛି। ତେଣୁ ଏ ପ୍ରସଙ୍ଗକୁ କୌଣସି ରାଜନୈତିକ ଦଳ ନିର୍ବାଚନୀ ମୁଦ୍ଦା କରିବାରେ କୌଣସି ଅସୁବିଧା ନାହିଁ। ତେଣେ ଯଦିଓ ବିଜେପି ଶ୍ରୀମନ୍ଦିର ପ୍ରସଙ୍ଗରେ ବାରମ୍ବାର ବିଜେଡି ସରକାର, ନବୀନ ଓ ପାଣ୍ଡିଆନ୍‌ଙ୍କୁ ନିଶାନା କରୁଛି ହେଲେ ଏ ପ୍ରସଙ୍ଗରେ ବିଜେଡି ନେତୃତ୍ୱ କିନ୍ତୁ ପୁରା ଚୁପ୍। ତେଣେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି- ଆଗାମୀ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା ରହିଛି।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗ ହେଉ କି ୪ ଦ୍ୱାର ଖୋଲିବାର ଗ୍ୟାରେଣ୍ଟି। ଅବା ପରିକ୍ରମା ପ୍ରକଳ୍ପ ଯୋଗୁଁ ଧୂଳିସାତ୍ ମଠ ମନ୍ଦିରର ପୁନଃବିକାଶ ପ୍ରତିଶ୍ରୁତି ଦେଇ ବିଜେପିର ଓଡ଼ିଆ ଅସ୍ମିତାର କାର୍ଡ ଭୋଟରଙ୍କୁ କେତେ ପ୍ରଭାବିତ କରୁଛି, ଏବେ ତା ଉପରେ ନଜର।

Amit Shah PM Modi BJP JP Nadda Odisha Politics Ratna Bhandar General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ