BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

 ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି।

Ganjam Political Violence

ବିଜେପିକୁ ଭୋଟ ଦେଲେ ବୋଲି ଜରିମାନା ଓ ବିଚ୍ ରାସ୍ତାରେ ମାଡ଼। ଗାଁରେ ମୁଖିଆଙ୍କ ଦ୍ବାରା ଜରିମାନା ଆଦାୟ ଓ ବିଚ୍ ରାସ୍ତାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଳକ୍ ପାନ୍ନାପୋଲି ଗାଁରେ ଏହି ଘଟଣା ଘଟିଛି।ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି। ତା ସହ ମହିଳା ମାନଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆକ୍ରମଣର ଶିକାର ମହିଳା ଓ ତାଙ୍କ ପରିବାର ଗୋଲନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ରାଜ୍ୟରେ ନିର୍ବାଚନୀ ଉଷ୍ମତା ଯେତିକି ବଢ଼ୁଛି ସେତିକି ହିଂସାକାଣ୍ଡ ମଧ୍ୟ ବଢ଼ୁଛି । ପ୍ରଥମ ପର୍ଯ୍ୟାୟ ନିବାର୍ଚନ ସରିବା କ୍ଷଣି ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରକୁ ଆକ୍ରମ କରାଯାଇଥିଲା । ଆକ୍ରମଣକାରୀ ଏବେ ଜେଲ୍‌ରେ । ଯିଏ ଆକ୍ରମଣ କରିଥିଲେ ସେ ବି ଜଣେ ସ୍ୱାଧୀନ ପ୍ରାର୍ଥୀ । ତେବେ ସେ ବିଜେଡି ଲିଙ୍କ୍‌ରେ ଥିବା ଯୋଗୁଁ ଏଭଳି କାଣ୍ଡ ଜାଣିଶୁଣି ଭିଆଇଥିବା କହିଛନ୍ତି ପ୍ରଦୀପଙ୍କ ସମର୍ଥକ ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

ସେହିଭଳି ଗତକାଲି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରାଜନୈତିକ ହିଂସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଇଛି। ବିଳମ୍ବିତ ରାତିରେ ଗୁରୁତର ଦିଲ୍ଲୀପ ପାହାନ ନାମକଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଏହି ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଖବର ସାମନାକୁ ଆସିଥିଲା। ଆଠଗଡ଼, ଭୁବନେଶ୍ୱର ଓ ବରଗଡ଼ରେ ବିଜେଡି-ବିଜେପି କର୍ମୀ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। କଟକ ଆଠଗଡ଼ରେ ନିର୍ବାଚନୀ ହିଂସା ଘଟିଥିଲା। ଖୁଣ୍ଟୁଣି ଥାନା ସମ୍ମୁଖରେ ବିଜେପିର ଏକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ଥାନା ଆଗରେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଢେଲା ମାଡ଼ ଅଭିଯୋଗ ହୋଇଥିଲା। ଆଠଗଡ଼ର ୩ ନମ୍ବର ଜୋନ୍ ଅନନ୍ତପୁରରେ ବିଜେପି ପକ୍ଷରୁ ଏକ ନିର୍ବାଚନୀ ରାଲି କରାଯାଉଥିଲା। ତେବେ ଏହି ସମୟରେ ବିଜେପି ସମର୍ଥକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: ଜେଲ୍ ଗଲେ ପିଣ୍ଟୁ ଦାସ Aiimsରେ ଭର୍ତ୍ତି ହେଲେ ପ୍ରଦୀପ, ପଞ୍ଜରାରେ ଲାଗିଛି ଆଘାତ