Advertisment

ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି ।

odisha Politics

odisha Politics

Advertisment

ବିଜେଡି ନେତ୍ରୀ ଯାଉଥିବା କାରରୁ ମିଳିଲା ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା। ବୌଦ୍ଧ-ନୟାଗଡ଼ ସୀମାରେ ଚେକିଂ ବେଳେ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ। କାରରେ ଯାଉଥିବା ବିଜେଡି ନେତ୍ରୀଙ୍କ ସହ ଆଉ ଜଣେ ମହିଳା ଏବଂ କାର୍ ଡ୍ରାଇଭରଙ୍କୁ ପୁରୁଣାକଟକ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଏହି ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବିଜେଡି ନେତାଙ୍କ ସହ ତାଙ୍କର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସୁଛି। ତେବେ ନିର୍ବାଚନ ସମୟରେ ଗାଡ଼ିରେ ଏତେ ଟଙ୍କା କେଉଁଠୁ କେଉଁ ସ୍ଥାନକୁ ଏବଂ କାହିଁକି ଯାଉଥିଲା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ପୋଲିସ, ସଂପୃକ୍ତ ନେତ୍ରୀ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁସାରେ, ରାଜ୍ୟର ୬ଟି ଜିଲ୍ଲାରେ ଦଳର ଛାତ୍ର ୟୁନିଟକୁ ଏକଜୁଟ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଇବା ନିମନ୍ତେ ବିଜେଡି ନେତ୍ରୀ ଅପୂର୍ବାଙ୍କୁ ଦାୟିତ୍ୱ ମିଳିଛି । ଗତକାଲି କଂଟାମାଳ ନିର୍ବାଚନମଣ୍ଡଳୀରେ ହୋଇଥିବା ଯୁବ-ଛାତ୍ର ସମାବେଶରେ ଯୋଗ ଦେଇ ଅପୂର୍ବା ଆଜି ଭୁବନେଶ୍ୱର ଫେରୁଥିବାବେଳେ ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠାଠାରେ ଚାଲିଥିବା ଚେକିଂରେ ତାଙ୍କ ଗାଡ଼ି ଫସିଯାଇଥିଲା ।

Advertisment

ଅପୂର୍ବାଙ୍କ ଯେଉଁ ଗାଡ଼ିରୁ ଟଙ୍କା ଜବତ ହୋଇଛି ସେହି ଗାଡ଼ିର ନମ୍ବର ‘ଓଡି୦୨ବିଏମ୧୫୧୭’ ଓ ଏହି ଗାଡ଼ିଟି ଅରୂପ ଦାଶଙ୍କ ନାଁରେ ରେକର୍ଡଭୁକ୍ତ ହୋଇଛି । ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ପକ୍ଷରୁ ତାଙ୍କ ଗାଡ଼ିକୁ ଯାଂଚ କରି ପ୍ରାୟ ୧୦ରୁ ୧୩ଲକ୍ଷ ଟଙ୍କା ଜବତ କରିଛନ୍ତି । ଏତେ ଟଙ୍କା କେଉଁଠୁ ଆସିଲା ତା’ର ହିସାବ ଓ ସନ୍ତୋଷଜନକ ଉତ୍ତର ଅପୂର୍ବା ଦେବାରେ ସକ୍ଷମ ନହେବାରୁ ତାଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି ।

ତେବେ ଅପୂର୍ବାଙ୍କୁ ଖସାଇବା ପାଇଁ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିବା ସହ ଥାନାକୁ ଯାଇ କଥାବର୍ତ୍ତା କରୁଥିବା ସୂଚନା ମିଳିଛି । ଅବଶ୍ୟ ଏହି ଟଙ୍କା ଜବତ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

Advertisment

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ