Dillip Ray
ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୨୬ ଜଣଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଥିବା ବେଳେ ୫ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ମାମଲା ରହିଛି। ୧୬ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଓ ୧୧ ଜଣ ମହିଳା ବିରୋଧୀ ହିଂସାର ଅଭିଯୁକ୍ତ ଅଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍। ୯୫ ଜଣ ପ୍ରାର୍ଥୀ ହେଉଛନ୍ତି କୋଟିପତି।
ଅଧିକ ପଢ଼ନ୍ତୁ: ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ
ରାଉରକେଲାର ବିଜେପି ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସବୁଠୁ ଧନୀ। ତାଙ୍କ ସଂପତ୍ତି ହେଲା ୩୧୩ କୋଟିରୁ ଅଧିକ। ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ବଲାଙ୍ଗିରର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ। ତାଙ୍କର ସଂପତ୍ତିର ପରିମାଣ ୭୩ କୋଟିରୁ ଅଧିକ।
ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ହେଲା ୭୧ କୋଟି। ବୌଦ୍ଧରୁ ସ୍ୱାଧୀନ ଭାବେ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ସଂପତ୍ତି ମାତ୍ର ୭ ହଜାର ଟଙ୍କା ବୋଲି ସେ ସତ୍ୟପାଠ ଦାଖଲ କରିଛନ୍ତି। ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୩ ଜଣ ଗ୍ରାଜୁଏଟ୍, ୩୪ ଜଣ ପ୍ରଫେସ୍ନାଲ କୋର୍ସ ବି କରିଛନ୍ତି। ୩୧ଜଣ ପୋଷ୍ଟ ଗ୍ରାଜୁଏଟ୍। ତେବେ ୩୪ ଜଣ ମାଟ୍ରିକ ଫେଲ୍।
ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଥିଲା ଅପରାଧିକ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି ADR ଓ ଓଡ଼ିଶା ଇଲେକସନ ୱାଚ୍। ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍।
ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା। ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ତାଙ୍କର ମୋଟ ସଂପତ୍ତି ହେଲା ୩୩ କୋଟି ୩୬ ଲକ୍ଷରୁ ଅଧିକ। ତାଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଛି। ଦୁଇ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସଂପତ୍ତି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dillip_Ray_1715686360.jpg)