ଆଜି ପୁଣି ୯ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୫ ବଧାୟକଙ୍କ ଟିକଟ କାଟିଛି । ଅମର ଶତପଥୀଙ୍କ ଟିକଟ କଟିଲା ଦଳ, ବଡ଼ଚଣାରୁ ବିଧାୟକ ଥିଲେ ଅମର ଶତପଥୀ । ସେହିଭଳି ଶଶିଭୂଷଣ ବେହେରାଙ୍କ ବି ଟିକଟ କଟିଛି । କେନ୍ଦ୍ରାପଡ଼ାରୁ ଶଶିଙ୍କ ବଦଳରେ ଗଣେଶ୍ୱର ବେହେରାଙ୍କୁ ଟିକଟ ମିଳିଛି । ଚିଲିକାରେ ପ୍ରାର୍ଥୀ ବଦଳିଛନ୍ତି । ଚମ୍ପୁଆରୁ ମୀନାକ୍ଷୀ ମହାନ୍ତଙ୍କ ଟିକଟ କଟିଛି ତାଙ୍କ ସ୍ଥାନରେ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
Also Read
ସେପଟେ ସିମୁଳିଆରେ ବି ବିଧାୟକଙ୍କ ଟିକଟ କଟିଛି । ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ସୁଭାସିନୀ ସାହୁଙ୍କୁ ଟିକଟ ମିଳିଛି । ଆନନ୍ଦପୁରରେ ମଧ୍ୟ ବଦଳିଛନ୍ତି ପ୍ରାର୍ଥୀ । ଭାଗିରଥୀ ସେଠୀଙ୍କ ବଦଳରେ ଅଭିମନ୍ୟୁ ସେଠୀଙ୍କୁ ଟିକଟ ମିଳିଛି । ରେମୁଣାରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ବିଜେଡି । ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି ।
ସୂଚନାଯୋଗ୍ୟେ, ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏଥର ବି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।
ତେବେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି, ‘ବର୍ତ୍ତମାନ ମୁଁ ବିଜୁ ଜନତା ଦଳରେ ଅଛି, ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି । ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼ । ରାଜନୀତିରେ ସମୟ କିନ୍ତୁ ବେଶ୍ ବଳବାନ ବୋଲି କହିବା ସହ କିଏ ରହିବ, ଯିବ, ଭବିଷ୍ୟତରେ କଣ ହେବ, ସମୟ ଉପରେ ନିର୍ଭର ବୋଲି ଦୋହରାଇଛନ୍ତି ପାଟ୍ଟଶାଣୀ ।’