Advertisment

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡ଼ାକଡ଼ି, ମୁତୟନ ହେବେ ୧୭ ହଜାର ପୋଲିସ ଫୋର୍ସ

ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।

Police DG

Police DG

Advertisment

କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶୃଙ୍ଖଳିତ ମତଦାନଠୁ ଆରମ୍ଭ କରି ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ ଡିଜି। ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ। ୪ ଲୋକସଭା ଓ ୨୮ଟି ବିଧାନସଭା ଆସନରେ କାଲି ହେବ ମତଦାନ । ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି । ୧୦ରୁ ୧୨ଟି ବୁଥ୍‌କୁ ଗ୍ଟିଏ ମୋବାଇଲ ପାର୍ଟି କଭର କରିବ ।

Advertisment

ସେହିପରି ସୀମାରେ ଚେକିଂ କଡ଼ାକଡ଼ି କରୁଛି ପୋଲିସ । ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ କରାଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍‌ ପୋଷ୍ଟ କରାଯାଇଛି । ୨୧୦ଟି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଟି EVM ଷ୍ଟ୍ରଙ୍ଗ୍‌ ରୁମ୍‌ ରହିଛି। ଷ୍ଟ୍ରଙ୍ଗ୍‌ ରୁମ୍‌ ସୁରକ୍ଷାରେ ୧ ପ୍ଲାଟୁନ୍‌ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହେବେ । ସେହିପରି ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍‌ ଓଡ଼ିଶା ପୋଲିସ୍‌ ଫୋର୍ସ ନିୟୋଜିତ ହେବେ ବୋଲି କହିଛନ୍ତି ଡିଜିପି ।

ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପୋଲିସ୍‌ ଫୋକସ୍‌ରେ ରହିଛି ମାଓ ଇଲାକା । ୫୩୭ଟି ବୁଥ୍‌ ମାଓବାଦୀ ଇଲାକାରେ ଅଛି । ନକ୍ସଲ ଅଧ୍ୟୁଷିତ ଅଂଚଳରେ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ସେଥିପାଇଁ ସବୁ ଚେଷ୍ଟା କରାଯାଇଛି। ୫୩୯ଟି ଆଣ୍ଟି ନକ୍ସଲ ଅପରେସନ କରାଯାଇଛି । ଗତ ଦୁଇ ଦିନ ହେଲା ୧୩୮ ଅର୍ଦ୍ଧସାମରିକ ବଳ ଓ ୩୭ଟି ଏସଓଜି ଅପରେସନ ପାର୍ଟି ଜଙ୍ଗଲରେ ଅପରେସନ ଜାରି ରଖିଛନ୍ତି।

Advertisment

ସେହିପରି ଆସନ୍ତାକାଲି ମତଦାନ ହେବାକୁ ଥିବା ୨୮ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୬ଟି ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଆଉ ବାକି ଥିବା ୧୨ଟି ନିର୍ବାଚନ ମଣ୍ଡଳୀକୁ ପୋଲିଂ ପାର୍ଟି ଆଜି ଯିବେ । ନୂଆପଡାର ସୁନାବେଡା ଅଂଚଳ ଅପହଞ୍ଚ ଥିବାରୁ ହେଲିକପ୍ଟରରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି। ମାଓ ଇଲାକାରେ ଅଘଟଣ ପାଇଁ ଜଗଦଲପୁରରେ ବିଏସଏଫର ଗୋଟିଏ ହେଲିକପ୍ଟର ପ୍ରସ୍ତୁତ ଅଛି। ଏହା ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶକ୍ରମେ ଏକ ଏୟାର ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି ।

ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଗତ ଜାନୁଆରୀଠାରୁ ବିଭିନ୍ନ ସ୍ଥାନରେ କଡ଼ା ଚେକଂ କରାଯାଉଛି । ଯାହା ଫଳରେ ଏ ପର୍ଯ୍ୟନ୍ତ ୪ କୋଟି ନଗଦ ଟଙ୍କା, ୪ ଲକ୍ଷ ୫୦ ହଜର ଲିଟର ବିଦେଶୀ ମଦ ଜବତ କରାଯାଇଛି । ସେହିଭଳି ୭୦୨୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୫ ହଜର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି ଏ ପର୍ଯ୍ୟନ୍ତ ୪ କେଜି ୫ ଶହ ଗ୍ରାମ ବ୍ରାଉନସୁଗର ଓ ୩୬୫୦ କଫସିରପ ଜବତ କରାଯାଇଛି ବୋଲି ଡିଜି ସୂଚନା ଦେଇଛନ୍ତି ।

Advertisment
Security Forces General Elections 2024 Police DG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ