Advertisment

ଛିଡୁଛି ବିଜେଡି, ବଢୁଛି ବିଜେପି; ୧୦ ଦିନରେ ୫ ବଡ଼ ଚେହେରା

ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି।

Odisha Politics

Odisha Politics

Advertisment

ଛିଡୁଛି ବିଜେଡି, ବଢୁଛି ବିଜେପି। ଶଙ୍ଖ ଶିବିର ଛାଡ଼ିବା ପରେ ଆଜି ବିଧିବଦ୍ଧ ଭାବେ ପଦ୍ମ ପୋଖରୀକୁ ଡିଆଁ ମାରିବେ ଭୁବନେଶ୍ୱର ଜୟଦେବ ବିଧାୟକ ଅରବିନ୍ଦ ଢାଲି। ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ। କାହିଁକି ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି, ଆଜି ସେକଥା କହିବେ ବୋଲି ସେ କହିଛନ୍ତି।

Advertisment

ସେପଟେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ୍ ରାଜୁ ଦାସ। ଗତ ଧାମନଗର ଉପନିର୍ବାଚନରେ ତାଙ୍କୁ ବିଜେଡି ଟିକଟ ନ ଦେବାରୁ ବିଦ୍ରୋହ କରି ସ୍ୱାଧୀନ ଭାବେ ଠିଆ ହୋଇଥିଲେ। ବିଜେଡି ତାଙ୍କୁ ସସପେଣ୍ଡ କରିବା ସତ୍ତ୍ୱେ ନିର୍ବାଚନ ଲଢି ରାଜୁ ଦାସ ବିଜେଡି ଭୋଟ୍ ବିଭାଜନ କରିଦେବାରୁ ବିଜେପି ଧାମନଗର ଗଡ଼ ବଜାୟ ରଖିପାରିଥିଲା। ସହଜରେ ବିଧାୟକ ଭାବେ ଜିତିଥିଲେ ସୂର୍ଯ୍ୟବଂଶୀ ସୂରଜ।

ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୋଡି। ମୁକୁନ୍ଦ ସୋଡ଼ିଙ୍କୁ ଛାଡ଼ି ୧୦ ଦିନ ଭିତରେ ୫ ବଡ଼ ଚେହେରା ବିଜେଡି ଶିବିର ଛାଡ଼ି ବିଜେପିରେ ସାମିଲ ହେଲେଣି।

Advertisment

ସେମାନେ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ସାରସକଣାର ପୂର୍ବତନ ବିଧାୟକ ଭାଦୋବ ହାଁସଦା। ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବି ବିଜେପିରେ ମିଶିବା ଚର୍ଚ୍ଚା ହେଉଛି।

BJD BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ