Advertisment

ନୋମିନେସନ୍‌କୁ ଆଉ ୮ ଦିନ ରହିଲା, ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ଦଳ

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।

undefined

Odisha Politics

Advertisment

ଆଉ ୮ ଦିନ ପରେ ଆରମ୍ଭ ହେବ ନମିନେସନ। ହେଲେ ଆଜି ବି ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ପ୍ରଥମ ପର୍ଯ୍ୟାୟ ଲାଗି ୧୮ ତାରିଖରେ ଆସିବ ବିଜ୍ଞପ୍ତି। ୨୫ରେ ସରିବ ପ୍ରାର୍ଥିପତ୍ର ଦାଖଲ। କିନ୍ତୁ ୩ ଦଳ ଯଦିଓ ୪ ଲୋକସଭା ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ହେଲେ, ଏଯାଏଁ ଅନେକ ବିଧାନସଭା ସିଟରେ ନିଜ କାର୍ଡ ଖୋଲି ନାହାନ୍ତି।

Advertisment

ବିଜେଡି ୪, କଂଗ୍ରେସ ୫ ଓ ବିଜେପି ୯ ବିଧାନସଭା ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ସବୁଠୁ ହାଇଭୋଲଟେଜ ଟ୍ ଜୟପୁରରେ କଂଗ୍ରେସ ତାରା ବାହିନୀପତିଙ୍କୁ ପୁଣି ଥରେ ମୈଦାନକୁ ଓହ୍ଲାଇ ଥିବା ବେଳେ ଏଠାରେ କିନ୍ତୁ ବିଜେପି ଓ ବିଜେଡିର ଅଙ୍କ କଷା ଛିଡି ପାରିନି। ବରିଷ୍ଠ ବିଜେଡି ନେତା ରବି ନନ୍ଦ ଟିକେଟ ଲବିରେ ଆଗରେ ଥିବା ବେଳେ ରାଧାବିନୋଦ ସାମନ୍ତରାୟ ବି ଲବି ଚଳାଇଛନ୍ତି।

ସେହିପରି ବିଜେପି ବି ଦୁଇ ଆଶାୟୀ ପ୍ରାର୍ଥୀ ପୂର୍ବଥରର କ୍ୟାଣ୍ଡିଡେଟ୍ ଗୌତମ ସାମନ୍ତରାୟ ଏବଂ ହିଂମାଶୁ ମହାପାତ୍ରଙ୍କୁ ନେଇ ଅଙ୍କ କଷୁଛି। ସେପଟେ ଲକ୍ଷ୍ମୀପୁରରେ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଥିବା ବେଳେ ବିଜେଡି ପାଇଁ ସମସ୍ୟା ସାଜିଛି କନ୍ଦଳ। ବିଧାୟକ ପ୍ରଭୁ ଜାନି ଓ ପୂର୍ବତନ ବିଧାୟକ କୈଳାସ କୁଲେଶିକା ମଧ୍ୟରେ ବିବାଦ ପାଇଁ ଦଳ ଫାଇନାଲ କରିପାରୁନି। ଆଉ ସେଠି ବିଜେପି, ଏହି ଅଡୁଆ ସ୍ଥିତିରୁ ଫାଇଦା ନେବାକୁ ଅନେଇ ବସିଥିବା କୁହାଯାଉଛି। ଖାଲି ଏ ଦୁଇଟି ନୁହେଁ କୋରାପୁଟ ସଂସଦୀୟ କ୍ଷେତ୍ରର ବିଷମ କଟକ ଓ ରାୟଗଡ଼ା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ନାଁ ଚୂଡାନ୍ତ କରିପାରିନି। 

Advertisment

ଅନ୍ୟ ପଟେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଚିତ୍ରକୋଣ୍ଡା ଆସନରେ ଉଭୟ ବିଜେଡି-ବିଜେପି ନାଁ ଘୋଷଣା କରିପାରି ନାହାନ୍ତି। ଚର୍ଚ୍ଚା ହେଉଛି ବିଜେଡି ଏଠୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ ଦେବାକୁ ସ୍ଥିର କରିଥିବା ବେଳେ ତାଙ୍କୁ ବିରୋଧ କରୁଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଆଉ ଗୋଟିଏ ଗୋଷ୍ଠୀ। ଯେଉଁଥିପାଇଁ ଟିକେଟ ସ୍ଥିର ହୋଇପାରୁନି। 

ଅନ୍ୟପଟେ ବିଜେପି ଏଠୁ ପୂର୍ବତନ ବିଧାୟକ ଡମ୍ବୁରୁ ଶିଶାଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ଫାଇନାଲ। ସବୁଠୁ ଅଧିକ ଚର୍ଚ୍ଚା କଳାହାଣ୍ଡିର ନର୍ଲାକୁ ନେଇ। ଏବେ ଭୂପିନ୍ଦର ସିଂ ସେଠାରୁ ବିଧାୟକ ଥିବା ବେଳେ, କାହିଁକି ଏବେ ଯାଏଁ ପ୍ରାର୍ଥୀ ଘୋଷଣା ହେଉନି ତାକୁ ନେଇ ଏବେ ପଶ୍ଚିମ ଓଡ଼ିଶା ରାଜନୀତିରେ କଳ୍ପନାଜଳ୍ପନା।  

Advertisment

ଏବେ ଏବେ ଚାକିରିରୁ ଇସ୍ତଫା ଦେଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ସିଇଓ ଅଜିତ ମିଶ୍ରଙ୍କ ନାଁ ନେଇ ବି ଚର୍ଚ୍ଚା ହେଉଛି। ଏହା ସହ ଗତଥର ଭଳି ପଶ୍ଚିମ ଓଡିଶାରୁ ଗୋଟିଏ ସ୍ଥାନରୁ ମୁଖ୍ୟମନ୍ତ୍ରୀ ଲଢିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସେହି ଆସନ ନର୍ଲା ବୋଲି ବି ଚର୍ଚା ହେଉଛି। ତେବେ ଗଜପତି ମୋହନାରେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କଂଗ୍ରେସ ୪ ଆସନରେ ଏ ଯାଏଁ ପ୍ରାର୍ଥୀ ଦେଇ ପାରିନି। ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ଓ ଦିଗପହଣ୍ଡି ଲାଗି ମଧ୍ୟ କାର୍ଡ ଖୋଲିନି କଂଗ୍ରେସ।

ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା ପରେ ସର୍ବାଧିକ ବିଦ୍ରୋହ ବିଜେଡିରେ ଦେଖିବାକୁ ମିଳିଛି। ଏଣୁ ଆଉ କମ୍ ସମୟ ଥିବା ବେଳେ ପ୍ରାର୍ଥୀ ଘୋଷଣା କରି ବିଦ୍ରୋହକୁ କେମିତି ମ୍ୟାନେଜ କରୁଛି ଦଳ, ତା ଉପରେ ନଜର।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ