Advertisment

ଭୋଟ ସରିଲା, ନେତାଙ୍କ ଟେନସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ।

ଅଦ୍ୟତନ ହୋଇଛି
undefined

Odisha Elections 2024

Advertisment

ଭୋଟ୍ ମାଗିବା ପରେ ସମୟ ନିଜ ଭୋଟ୍ ଦେବାର। ଏଥିପାଇଁ ପୋଲିଂ ବୁଥରେ ନେତା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ପତ୍ନୀଙ୍କ ସହ ଆସି ଦେଇଛନ୍ତି ଭୋଟ୍। କ୍ୟାମେରା ସାମ୍ନାରେ କାଳି ଲଗା ଆଙ୍ଗୁଠି ଦେଖାଇ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଆହ୍ୱାନ ବି ଦେଇଥିଲେ। ବିଜେପିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନୀଲ କୁମାର ଏବଂ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବି ଦେଇଛନ୍ତି ଭୋଟ୍। ସେପଟେ ସକାଳୁ ସକାଳୁ ଧାଡିରେ ଆସି ମତଦାନ କରିଛନ୍ତି ବିଜେଡିର ଚିକିଟି ପ୍ରାର୍ଥୀ ଶ୍ରୀରୂପ ଦେବ। ଭୋଟ୍ ଭିଡ ଭିତରେ ପ୍ରାୟ ଘଂଟାଏ ଲମ୍ବା ଲାଇନରେ ଲାଗି ମତଦାନ କରିଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ।

Advertisment

କୋରାପୁଟର ପୋଲିଂ ବୁଥରେ ପତ୍ନୀ ମୀନାକ୍ଷିଙ୍କ ସହ ଦେଖିବାକୁ ମିଳିଥିଲା ତାରା ବାହୀନିପତିଙ୍କୁ। ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଫୋଟ ପୋଜ୍ ଦେଇଥିଲେ ବାହୀନିପତି ଦମ୍ପତି। ବରିଷ୍ଠ ନେତା ରବି ନାରାୟଣ ନନ୍ଦ, ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କ ସହ ପହଁଚିଥିଲେ ମତଦାନ କେନ୍ଦ୍ରରେ। କଂଗ୍ରେସର ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ମଧ୍ୟ ପତ୍ନୀ ପୂଜାଙ୍କ ସହ ପୋଲିଂ ବୁଥକୁ ଆସି ମତଦାନ କରିଥିଲେ।

ନବରଙ୍ଗପୁରରେ ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ, ତିନି ଜଣ ମାଝୀ। ମତଦାନ କେନ୍ଦ୍ରରେ ଲମ୍ବା ଧାଡିରେ ଆସି ଭୋଟ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ ବିଜେଡିର ପ୍ରଦୀପ ମାଝୀ। ସେପଟେ ଝରିଗାଁରେ ରମେଶ ମାଝୀ ଏବଂ ଉମରକୋଟରେ ନିତ୍ୟାନନ୍ଦ ଗଣ୍ଡ ବି ଦେଇଛନ୍ତି ଭୋଟ୍।

Advertisment

କଳାହାଣ୍ଡିରେ ତିନି ଥରର ବିଧାୟକ ତଥା ବିଜେଡିର ନୂଆପଡା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ନର୍ଲାରୁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇଛନ୍ତି। ସେହିପରି ଭିଡ ଭିତରେ ଧାଡିରେ ଆସି ଭୋଟ୍ ଦେଇଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ମାଳବିକା ଦେବୀ।

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ