Advertisment

ହାତକୁ ଶନିଦଶା: ଟିକଟ ଦେଉଛି, ପୁଣି ନେଉଛି ? ଦଳରେ ଚାଲିଛି କଣ ?

ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?

undefined

Congress

Advertisment

ଗୋଟେ ପଟେ ବିଜଡି ଓ ବିଜେପି ଭଳି ସଂଗଠନ ନାହିଁ। ଅନ୍ୟପଟେ ପ୍ରାର୍ଥୀ ଚୟନ ବେଳେ ଦୋଦୋପାଞ୍ଚ, ନା ଘୋଷଣା କରି ପରେ ବାଦ୍। ୟା ଭିତରେ ୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ନାଁ ଘୋଷଣା କରି ପରେ ୧୧ ଜଣଙ୍କୁ ପ୍ରାର୍ଥୀ ତାଲିକାରୁ ହଟାଇ ସାରିଲାଣି କଂଗ୍ରେସ। ଆଜି ଦଳ ପକ୍ଷରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ୫ ଆସନରେ ପ୍ରାର୍ଥୀ ପୁରୁଣା ପ୍ରାର୍ଥୀଙ୍କୁ ବଦଳାଯାଇ ନୂଆ କ୍ୟାଣ୍ଡିଡେଟ୍‌ଙ୍କ ନାଁ ଦିଆଯାଇଛି। ଯାହାକୁ ନେଇ କଂଗ୍ରେସ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼।

Advertisment

ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ? ଏପ୍ରିଲ ୧୪ରେ ପ୍ରାର୍ଥୀ ଘୋଷଣା ପରେ ଗତକାଲି ବିଶାଳ ପଟୁଆରରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପୁରୀ ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ସୁଜିତ ମହାପାତ୍ର। ଆଉ ଆଜି ନିର୍ବାଚନମଣ୍ଡଳୀରେ କର୍ମୀ ଓ ସମର୍ଥକଙ୍କ ସହ ପ୍ରଚାର ବେଳେ, ହଠାତ ଖବର ପାଇଲେ ତାଙ୍କ ଟିକେଟ୍ ନାହିଁ। ଆଉ ତାର କିଛି ସମୟ ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏମିତି କାଣ୍ଡ କରିଥିଲେ କର୍ମୀ ଓ ସମର୍ଥକ।

ସପ୍ତାହେ ତଳେ କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଇଁ ବି ଟିକେଟ୍ ଘୋଷଣା କରି ପରେ କଟା ଯାଇଥିଲା ମୋହନ ମାଝୀଙ୍କ ନାଁ। ଯାହାକୁ ଘୋର ବିରୋଧ ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ କାନ୍ଦିଥିଲେେ ମୋହନ ମାଝୀ। ଆଉ ଆଜି ୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯିବା ପରେ ଦଳ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଥିବା ନେତା।

Advertisment

୨୦୨୪ ନିର୍ବାଚନ ମୈଦାନ ପାଇଁ ଏଥର ବିଜେପି, ବିଜେଡି ଓ କଂଗ୍ରେସ ଆଦି ସବୁ ପ୍ରମୁଖ ଦଳ ଆଗରୁ ଘୋଷିତ ପ୍ରାର୍ଥୀଙ୍କ ବଦଳରେ କାଁ ଭାଁ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କିମ୍ବା ଅଦଳବଦଳ କରିଥିବା ଦେଖିବାକୁ ମିଳିଛି। ହେଲେ କଂଗ୍ରେସ କିନ୍ତୁ ଏ କ୍ଷେତ୍ରରେ ସବୁଠୁ ଆଗରେ। ଆଜି ସୁଦ୍ଧା ମୋଟ ୧୧ଟି ବିଧାନସଭା କ୍ଷେତ୍ର ଏବଂ ୩ଟି ସଂସଦୀୟ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ। ତଳସରାରେ ହକି ତାରିକା ପ୍ରବୋଦ୍ଧ ତୀର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତିରିଆ, କବିସୂର୍ଯ୍ୟନଗରରେ ଦୁଇଜଣଙ୍କୁ ପରିବର୍ତ୍ତନ କରି ସଞ୍ଜୟ କୁମାର ମଣ୍ଡଳଙ୍କୁ ଦଳ ଟିକେଟ୍ ଦେଇଛି ଦଳ।

ସେହିପରି ଜୟଦେବ, ଦିଗପହଣ୍ଡି, ଖଣ୍ଡପଡାରେ ବି ପ୍ରାର୍ଥୀ ପରିବର୍ତ୍ତନ କରିଛି। ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସ, ବରୀରେ ଆରତୀ ଦେଓଙ୍କ ଟିକେଟ୍ କାଟି ଗତକାଲି ବିଜେପି ଛାଡ଼ିଥିବା ନେତା ଦେବାଶିଷ ନାୟକଙ୍କ ଉପରେ ଭରସା କରିଛି ଦଳ। ଆଜି ପ୍ରକାଶ ପାଇଥିବା ଅବଶିଷ୍ଟ ୬ଟି ଆସନ ମଧ୍ୟରୁ ୫ ଜଣଙ୍କ ଟିକେଟ୍ କାଟି ୫ ନୂଆ ନେତା ବାଛିଛି ଦଳ।

Advertisment

କଂଗ୍ରେସ ଦଳର ଏ ଟିକେଟ୍ ରାଜନୀତି ଏବଂ ପ୍ରାର୍ଥୀ ଅଦଳବଦଳ ଖେଳ ଏବେ ଦଳ ପାଇଁ ଆଶିର୍ବାଦ ହେବା ନା ଅଭିଶାପ ହେବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦଳର ବରିଷ୍ଠ ନେତାଙ୍କ ଯୁକ୍ତି, ଏଭଳି ପରିବର୍ତ୍ତନ ଦ୍ୱାରା ଦଳର କ୍ଷତି ହେବନି ବରଂ ଲାଭ ଅଧିକ ହେବ। ଏବେ ପ୍ରଶ୍ନ ଉଠୁଛି, କଂଗ୍ରେସ ଦଳର ଏ ପ୍ରାର୍ଥୀ ପରିବର୍ତ୍ତନ ପ୍ରକ୍ରିୟା ଏତିକିରେ ସୁରୁଛି, ନା ଆଗକୁ ଜାରି ରହୁଛି।

Congress Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ