Advertisment

ମାହାଙ୍ଗାରେ ବୈଜୟନ୍ତଙ୍କ ପାୱାର ସୋ’, ଧର୍ମଶାଳାରେ ସ୍ମୃତିରେଖାଙ୍କ ବିଶାଳ ରାଲି

ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Baijayant Panda

Baijayant Panda

Advertisment

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଜମୁଛି ଜୋରଦାର ପ୍ରଚାର। ଆଜି ମାହାଙ୍ଗାରେ ପ୍ରଚାର କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। କୁରୁଙ୍ଗ ମେଲଣ ପଡ଼ିଆରୁ ବାହାରି ମାହାଙ୍ଗ ଉମରଭଉଁରିଆ ଦେଇ ତେରକଣା ପର୍ଯ୍ୟନ୍ତ ବୈଜୟନ୍ତଙ୍କ ରାଲି ହୋଇଥିଲା। ବୈଜୟନ୍ତଙ୍କ ସହ ରାଲିରେ ସାମିଲ ହୋଇଥିଲେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ। ସେ ମଧ୍ୟ ପ୍ରଚାରରେ ସାମିଲ ହୋଇ ଭୋଟ୍ ପାଇଁ ନିବେଦନ କରିଛନ୍ତି ସାଧାରଣ ଜନତାଙ୍କୁ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଯାଇ ଭୋଟ୍ ଭିକ୍ଷା କରିଛନ୍ତି ବୈଜୟନ୍ତ ଏବଂ ସୁମନ୍ତ।

Advertisment

ସେପଟେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି। ବିଶାଳ ବାଇକ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଧର୍ମଶାଳା ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି। ନିର୍ବାଚନ ମଣ୍ଡଳୀର ନାକପୋଲ ବଜାର ଠାରୁ ନରସିଂହପୁର ଖେଳ ପଡିଆ ପର୍ଯ୍ୟନ୍ତ ଏହି ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

ତେବେ ଗତକାଲି ମଧ୍ୟ କେନ୍ଦ୍ରାପଡ଼ା ରାଜକନିକାରେ ବିଜେପି କରିଥିଲା ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଥିଲା ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଥିଲେ । ରୋଡ୍ ଶୋ’ ରାଜକନିକା ନେଉଳଗଡ଼ିଆରୁ ବାହାରି ଆୟତ୍ତନ ପଡ଼ିଆ ଯାଏଁ ଚାଲିଥିଲା ।

Advertisment

ଆଖପାଖର ୭ ପଞ୍ଚାୟତର ବିଜେପି ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ । ଅନ୍ୟପଟେ କେନ୍ଦ୍ରାପଡ଼ା ଆଳିରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡ଼ା ଆଳିରେ ବୁଥ୍ ସ୍ତରୀୟ କାର୍ଯକର୍ତ୍ତା ସମ୍ମିଳନୀରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଏଥିରେ ବହୁ ସଂଖ୍ୟାରେ ଲୋକେ ବିଜେପି ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଆଳି ୨ ନମ୍ବର ଜୋନ୍ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଚଳିତ ନିର୍ବାଚନରେ କିଭଳି ବୁଥ୍ ସ୍ତରକୁ ମଜବୁତ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ