Advertisment

ଓଡ଼ିଶାରେ ସରକାର ବିରୋଧୀ ସୁନାମୀ; ଲୋକସଭାରେ ଖାତା ଖୋଲି ପାରିଲାନି ବିଜେଡି

ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉମା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ହେଭିୱେଟ ଓ ସେଲିବ୍ରିଟି ବିଜେଡି ପ୍ରାର୍ଥୀଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।

BJP

BJP

Advertisment

ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଏକ ବଡ଼ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୧୪୭ ବିଧାନସଭା ଆସନରୁ ବିଜେପି, ବିଜେଡିର ଗଡ଼ ଗଞ୍ଜାମର ସାନଖେମୁଣ୍ଡି, ହିଞ୍ଜିଳି ବ୍ୟତୀତ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଉଡ଼ାଇଛି ବିଜୟ ବାନା। ଏହା ସହ ମୋଟ୍ ୭୮ ଟି ବିଧାନସଭା ଆସନ ଏବଂ ୨୧ରୁ ୨୦ ଲୋକସଭା ସିଟ୍ ନିଜ ଖାତାକୁ ନେଇଛି। ବିଜେଡି ଖାତା ବି ଖୋଲିପାରିନି।

Advertisment

ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ବାଦ। ଦାଦନଗଡ଼ରେ ଦୟନୀୟ ପ୍ରଦର୍ଶନ ସହ ୧୬ ହଜାରରୁ ଅଧିକ ଭୋଟରେ ହାରିଲେ କଣ୍ଟାବାଞ୍ଜି ସିଟ୍। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ୧୬ ହଜାର ୩୪୪ ପରାଜିତ କରିଛନ୍ତି ନବୀନ ପଟ୍ଟନାୟକଙ୍କୁ। ଖାଲି ଏତିକି ନୁହେଁ, ପାରଂପରିକ ଆସନ ହିଞ୍ଜିଳିକୁ ବି ଅତି କଷ୍ଟରେ ଜିତିଛନ୍ତି ନବୀନ। ହିଞ୍ଜିଳିରେ ମାତ୍ର ୪ ହଜାର ୬ଶହ ଭୋଟ ବ୍ୟବଧାନରେ ଜିତିଛନ୍ତି। ତାଙ୍କୁ ସେଠାରେ ଦମଦାର ଫାଇଟ ଦେଇଥିଲେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର।

ବିଜେଡିକୁ ଶକ୍ତ ଧକ୍କା ଲାଗିଛି। କେବଳ ନବୀନ ନୁହଁନ୍ତି, ବିଜେପି ଝଡ଼ରେ ବିଜେଡିର ବହୁ ବଡ଼ ବଡ଼ ଦ୍ରୁମ ଧରାଶାୟୀ ହୋଇଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ବବିଙ୍କ ମା’ କୋରେଇ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ପରାସ୍ତ କରିଛନ୍ତି।

Advertisment

ସେହିପରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ପରାସ୍ତ ହୋଇଛନ୍ତି। ସୁକିନ୍ଦା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଘଡ଼େଇଙ୍କୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ବଳସାମନ୍ତ ପରାଜିତ କରିଛନ୍ତି। ଜଳେଶ୍ୱର ଆସନରୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ପରାସ୍ତ କରିଛନ୍ତି।ସତ୍ୟବାଦୀ ଆସନରୁ ବିଜେଡିର ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା ପରାଜିତ ହୋଇଛନ୍ତି। ସେଠାରେ ବିଜେପିର ଓମପ୍ରକାଶ ମିଶ୍ର ବିଜୟୀ ହୋଇଛନ୍ତି।

ବିଜେଡିର ହେଭିୱେଟ୍ ନେତା ନୟାଗଡ଼ ବିଧାୟକ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କଠୁ ୩୯୬ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି କଟକ-ବାରବାଟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋଫିଆ ଫିରଦୋସ ବିଜେପିର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁର ଆସନରୁ ବିଜୟୀ ହୋଇଛନ୍ତି। ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତ ଭୁବନେଶ୍ୱର-ଉତ୍ତର ଆସନରୁ, ବିଧାୟକ ଧ୍ରୁବ ସାହୁ ରାଜନଗରରୁ, ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ, ବିଜେଡି ପ୍ରାର୍ଥୀ ବିଧାୟକ ଅଧୀରାଜ ପାଣିଗ୍ରାହୀ ଖଡ଼ିଆଳ ଆସନରୁ ବିଜୟୀ ହୋଇଛନ୍ତି।

Advertisment

କେନ୍ଦ୍ରାପଡାରେ ବିଜେପି ବାଜିମାତ୍ କରିଛି। କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିପୁଳ ଭୋଟ୍‌ରେ ଜିତିଛନ୍ତି। ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି । ସେପଟେ ରଘୁନାଥପାଲ୍ଲୀ ବିଧାନସଭାରେ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି ।ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଛନ୍ତି ଦୁର୍ଗାଚରଣ ତନ୍ତୀ । ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି । ବିଜେପିର ଡମ୍ବରୁ ଶିଶାଙ୍କୁ ହରାଇଲେ ମଙ୍ଗୁ ।

ଦଶପଲ୍ଲା ବିଧାନସଭାରେ ଜିତିଲା ବିଜେଡି । ବିଜେଡି ପ୍ରାର୍ଥୀ ରମେଶ ବେହେରା ବିଜୟୀ ହୋଇଛନ୍ତି । ବିଜେପିର ରାଘବ ମଲ୍ଲିକଙ୍କୁ ହରାଇଛନ୍ତି ରମେଶ । ବ୍ରଜରାଜନଗର ବିଧାନସଭାରେ ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିପୁଳ ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇଲେ ସୁରେଶ । କଟକରେ ବିଜୟ ହାସଲ କଲେ ଭର୍ତ୍ତୃହରି ମହତାବ । ଅନ୍ୟପଟେ ବରଗଡ଼ ବିଧାନସଭାରେ ମଧ୍ୟ ଜିତିଲା ବିଜେପି । ବିଜେପିର ଅଶ୍ୱିନୀ ଷଡ଼ଙ୍ଗୀ ଜିତିଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇ ପିନ୍ଧିଲେ ବିଜୟର ମୁକୁଟ ।

ଖଣ୍ଡପଡ଼ା ବିଧାନସଭାରେ ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ବିଜୟୀ ହେଲେ । ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେ ଦୁଷ୍ମନ୍ତ । ରଣପୁର ବିଧାନସଭାରେ ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ ହୋଇଛନ୍ତି । ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମା । ଅଶୋକ ପଣ୍ଡା, ବିକ୍ରମ ଆରୁଖ, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ରୀତା ସାହୁ, ଜଗନ୍ନାଥ ସାରକା, ବାସନ୍ତୀ ହେମ୍ବ୍ରମ ବି ପରାଜିତ ହୋଇଛନ୍ତି। ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉମା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ହେଭିୱେଟ ଓ ସେଲିବ୍ରିଟି ବିଜେଡି ପ୍ରାର୍ଥୀଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।

BJD BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ