Advertisment

BJP ର ମାଷ୍ଟରଷ୍ଟ୍ରୋକ୍; ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା !

ନବୀନଙ୍କ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ନୂଆ ରଣନୀତି ଆପଣେଇବାକୁ ଯାଉଛି। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା।

ଅଦ୍ୟତନ ହୋଇଛି
undefined

Women Voters

Advertisment

ରାଜ୍ୟ ବିଜେପିର ବଡ଼ ଘୋଷଣା। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା। ଅର୍ଥାତ ବର୍ଷକୁ ୧୨ ହଜାର। ବଡ଼ କଥା ହେଲା ସମାନ ସ୍କିମ୍ ଘୋଷଣା କରି ମଧ୍ୟପ୍ରଦେଶ ଓ ଛତିଶଗଡରେ ସରକାରକୁ ଆସିଥିଲା ବିଜେପି। ସେଥିପାଇଁ ହିନ୍ଦୀ ହାର୍ଟଲ୍ୟାଣ୍ଡର ଏହି ଷ୍ଟ୍ରାଟେଜିକୁ ଓଡ଼ିଶାରେ ଆପଣାଇଛି ଦଳ।

Advertisment

ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲାଡଲି ବେହନା ସ୍କିମ୍। ଯେଉଁଥିରେ ଗରିବ, ଅସହାୟ ଓ ଭିନ୍ନକ୍ଷମ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ ୧୨୫୦ ଟଙ୍କା ଲେଖାଁଏ ଦେଉଥିଲେ ଶିବରାଜ ସରକାର। ଭୋଟ୍‌ର କେଇ ମାସ ଆଗରୁ ଅର୍ଥାତ୍ ଗତ ମାର୍ଚ୍ଚ ୨୦୨୩ରୁ ଲଂଚ୍ ହୋଇଥିବା ଏ ସ୍କିମ୍ ମଧ୍ୟପ୍ରଦେଶରେ ବିଜେପିକୁ ଶାସନ ବଜାୟ ରଖିବାରେ ବେଶ୍ ସହାୟକ ହୋଇଥିଲା।

ସମାନ ଢଙ୍ଗରେ ଛତିଶଗଡରେ ମଧ୍ୟ ଇସ୍ତାହାରରେ ମହତାରୀ ବନ୍ଦନ ଯୋଜନା କରି ପ୍ରତି ମାସ ବିବାହିତ ମହିଳାଙ୍କୁ ୧ହଜାର ଟଙ୍କା ଲେଖାଁଏ ଦେବାର ପ୍ରତିଶ୍ରୁତି ଦେଇଥିଲା ବିଜେପି। ଯାହାର କ୍ରେଜ୍ ନିର୍ବାଚନ ପୂର୍ବରୁ ହିଁ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ମହିଳା ବିଜେପି ସହ ଯୋଡି ହୋଇଥିଲେ। ଆଉ ଏ ଦୁଇ ଯୋଜନା, ଦୁଇ ରାଜ୍ୟରେ ବାଜି ପଲଟେଇ ଦେଇଥିଲା।

Advertisment

ତେଣୁ ଚର୍ଚ୍ଚା ହେଉଛି ନବୀନଙ୍କ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ଏଠି ବି ସମାନ ରଣନୀତି ଆପଣେଇବାକୁ ଯାଉଛି। ଅନ୍ୟପଟେ ବିଜେଡି କହିଛି ମହିଳା ସଶକ୍ତୀକରଣରେ ରାଜ୍ୟ ସରକାର ସବୁବେଳେ କାମ କରିଛନ୍ତି, ତେଣୁ ମହିଳା ନବୀନଙ୍କ ସହ ରହିବେ।

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟ୍। ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHGରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି। ଯାହାକି ବିଜେଡିର ପ୍ରମୁଖ ଭୋଟ୍ ବ୍ୟାଙ୍କ ବୋଲି କୁହାଯାଉଛି। ତାକୁ ଭାଙ୍ଗିବାକୁ ବିଜେପି ଗୋଟିଏ ପରେ ଗୋଟିଏ ଗୋଟି ଚାଳନା ଜାରି ରଖିଛି। ରାଜ୍ୟ ସରକାର SHGଙ୍କୁ ବିନା ସୁଧରେ ଋଣ, ମାଗଣା ସ୍କୁଟି ପୁଣି ମିଶନ ଶକ୍ତି କାଫେ ଏମିତି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ଭୋଟକୁ ଅକ୍ତିଆରରେ ରଖିବାକୁ ଚେଷ୍ଟା କରିଥିବା ବେଳେ ବିଜେପି ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି।

Advertisment

SHG ରାଜ୍ୟର ନୁହେଁ କେନ୍ଦ୍ରର। SHGଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ର ସରକାରର। ସେହିପରି SHGଙ୍କ ପାଇଁ ମୋଦିଙ୍କ ଲକ୍ଷପତି ଦିଦି, ନମୋ ଡ୍ରୋନ ଦିଦି ଯୋଜନା, ଆହୁରି କେତେ କଣ। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପିର ଏ ଘୋଷଣା ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିପାରେ।

ଖାଲି ଓଡ଼ିଶା ନୁହେଁ ସାରା ଦେଶରେ ମହିଳାଙ୍କୁ ଫୋକସ୍ କରୁଛି ବିଜେପି। ମୋଦିଙ୍କ ଫୋକସରେ ଥିବା ୪ ବର୍ଗ ଭିତରେ ଗୋଟିଏ ବର୍ଗ ରହିଛନ୍ତି ମହିଳା। ତେବେ ବିଜେପିର ଏହି ଷ୍ଟ୍ରାଟେଜି କେତେ ସଫଳ ହେଉଛି ତା ଉପରେ ନଜର।

General Election 2024 SHG Groups BJP Women Voters Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ