Advertisment

ମୋଦିଙ୍କ ବଡ଼ ବୟାନ; କହିଲେ ‘ସଙ୍କଟରେ ଅଛି ଓଡ଼ିଆ ଭାଷା’

‘ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍‌ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।’

ଅଦ୍ୟତନ ହୋଇଛି
undefined

PM Modi

Advertisment

ଓଡ଼ିଶା ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ସାକ୍ଷାତକାର ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି କହିଲେ। ସେ କହିଛନ୍ତି, ବିଜୁ ଜନତା ଦଳ ଆମକୁ ମୁଦ୍ଦା ଅନୁଯାୟୀ ସମର୍ଥନ ଦେଉଥିଲା। ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରନ୍ତି। ବିଜେଡି ସହ ଆମର ସଂପର୍କ ରାଜ୍ୟରେ ପୂରା ଅଲଗା। ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍‌ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।

Advertisment

ସେ ଆହୁରି କହିଛନ୍ତି, ପ୍ରାକୃତିକ ସଂପଦରେ ଭରପୂର ରହିଛି ଓଡ଼ିଶା। ଏତେ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ୧ ନମ୍ବର ଧନୀ ରାଜ୍ୟ ହେବା କଥା। କିନ୍ତୁ ଓଡ଼ିଶାର ସ୍ଥିତି ଏବେ କଣ ଆପଣ ଦେଖୁଥିବେ। ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର। ଆମକୁ ସୁଯୋଗ ମିଳିଲେ, ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ।

ଆଜି ବ୍ରହ୍ମପୁର ସଭାସ୍ଥଳୀରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରହନ୍ତୁ। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି ଓଡ଼ିଶାରେ।

Advertisment

କିଛିଦିନ ତଳେ ଶାହ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଓଡ଼ିଶା ବିଜେପିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ କରି, ବିଜୟ ସଂକଳ୍ପ ସମାବେଶରେ ବାରମ୍ବାର ନବୀନଙ୍କ ନାଁ ନେଇ ନିଶାନା ସାଧିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଆ ଅସ୍ମିତାଠୁ ନେଇ ଅଫିସର ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ, ଦାଦନ, ରାମ ମନ୍ଦିର ଆଦି ପ୍ରସଙ୍ଗ ଉଠାଇ ବର୍ଷିଥିଲେ ଶାହ। ନବୀନ ସରକାରକୁ ଉପାଡ଼ି ଫିଙ୍ଗି, ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ଅମିତ ଶାହ।

ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ। ଡାଇରେକ୍ଟ ଆଟାକିଂ ମୋଡ୍‌ରେ ଅମିତ ଶାହ। ଫୁଲ୍ ଜୋଶ୍‌ରେ ଓଡ଼ିଶାରେ ବିଜେପିର ପ୍ରଚାର। ବିଗୁଲ ଫୁଙ୍କିିଛନ୍ତି ରାଜନୀତିର ଚାଣକ୍ୟ। ସୋନପୁର ରାମେଶ୍ୱର ଷ୍ଟାଡିୟମରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି, ଓଡ଼ିଶାରେ ୨୦ରୁ ଅଧିକ ଲୋକସଭା ଆସନରେ ପଦ୍ମ ଫୁଟାଇବା ସହ ରାଜ୍ୟରେ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ ଦେଇଛନ୍ତି ଶାହ।

Advertisment
PM Modi BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ