Advertisment

‘ସାନବାବୁଙ୍କ ବ୍ୟାକ୍‌ଡୋର ଏଣ୍ଟ୍ରି ପାଇଁ ଦୁଇଟି ସ୍ଥାନରୁ ଲଢ଼ୁଛନ୍ତି ନବୀନ’

ରାଜ୍ୟ ସରକାରଙ୍କ ଇ-ଫାଇଲ କିଏ ଦେଖୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା ?

undefined

Aparajita Sarangi

Advertisment

ଓଡ଼ିଶା ସରକାରରେ ଜଣେ ସାନ ବାବୁ, ବଡ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି । ଶାସନ ଆଉ ଜନମତକୁ ସେ ହାଇଜାକ୍ କରିଛନ୍ତି। ସାନ ବାବୁଙ୍କ ବ୍ୟାକ୍ ଡୋର୍ ଏଣ୍ଟ୍ରି ପାଇଁ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । କିଛି ଏମିତି ଢଙ୍ଗରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରାୟ ଘଣ୍ଟାଏ ଧରି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ଅପରାଜିତା।

Advertisment

ନାଁ ନ ନେଇ ପାଣ୍ଡିଆନଙ୍କୁ କରିଛନ୍ତି ଟାର୍ଗେଟ୍। ଶାସନ କଳ ଭିତରେ ବହୁ ଗୁମର କଥା ଖୋଲି ଓଡ଼ିଆ ଅସ୍ମିତା କଥା ରିପିଟ୍ କରିଛନ୍ତି ଅପରାଜିତା। ଅଭିଯୋଗ କରିଛନ୍ତି, କରୋନା ପରଠାରୁ ମୁଖ୍ୟମନ୍ତ୍ରୀ ଆଉ ଦେଖା ଯାଉ ନାହାନ୍ତି। ବାହାରେ ବି ବୁଲା ବୁଲି କରିବାର ଆମେ ଦେଖୁନୁ। ସେକ୍ରେଟାରିଏଟ୍ ବି ପ୍ରାୟ ଯାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ଭାବେ ଦୁର୍ବଳ ହୋଇଯିବା ସତ୍ତ୍ୱେ ବି ଏତେ ଖରାରେ ତାଙ୍କୁ ଦୁଇଟି ଯାଗାରୁ ଛିଡା କରାଯାଇଛି।

ସାନ ବାବୁଙ୍କ ବ୍ୟାକ୍ ଡୋର ଏଣ୍ଟ୍ରି ପାଇଁ ମୁଖ୍ୟମନ୍ତ୍ରୀ ଦୁଇଟି ଯାଗାରେ ଛିଡା ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା। ଏହା ସହ ରାଜ୍ୟ ସରକାରଙ୍କ ଇ-ଫାଇଲ କିଏ ଦେଖୁଛି ବୋଲି ସେ ପ୍ରଶ୍ନ କରିଛନ୍ତି? ସେହିପରି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ, ଓଡିଶାରେ ଅଣଓଡିଆ ଲୋକମାନଙ୍କର ଆଧିପତ୍ୟ ଓ ପ୍ରଭାବ ବିସ୍ତାର କଥା କହି ଖୁବ୍ ବର୍ଷିଛନ୍ତି ଅପରାଜିତା।

Advertisment

ରାଜ୍ୟର ସବୁ ବଡ଼ବଡ଼ କାମ ଏବେ ଅଣ ଓଡ଼ିଆ ଠିକାଦରଙ୍କ ହାତରେ। ଆଉ ଜଙ୍ଗଲଜମି ଅଣଓଡିଆଙ୍କ କବଜାରେ। ଜଣେ କର୍ମୀ ହୋଇ ସାନ ବାବୁ ଏକା ମଞ୍ଚରେ ରହିବେ । କାହିଁକି କୌଣସି ଓଡିଆ ନେତା ରହିବେନି, ଏହା କ’ଣ ଓଡିଆ ଅସ୍ମିତା ବୋଲି କହିଛନ୍ତି ଅପରାଜିତା। 

ଖାଲି ସେତିକି ନୁହେଁ ନିର୍ବାଚନ ସମୟରେ ବିଜେଡି ଟଙ୍କା ବାଣ୍ଟିବାକୁ ବିଜେଡିର ଅନ୍ଧାରୀ ବିଜେ ଯୋଜନା କହି କଟାକ୍ଷ କରିଛନ୍ତି ଅପରାଜିତା। ଗତ ନିର୍ବାଚନରେ ଏହି ଯୋଜନାରେ ମୁଣ୍ଡ ପିଛା ୬୦୦ ଟଙ୍କା ରଖିଥିଲେ, ଏଥର ମୁଣ୍ଡ ପିଛା ହଜାରେ ଦେବାକୁ ନିଷ୍ପତ୍ତି ହୋଇଛି । ଦିନକୁ ମାତ୍ର ୫୬ ପଇସାରେ ଭୋଟ୍ କିଣିବାକୁ ବିଜେଡି ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଅପରାଜିତା।

Advertisment

ଏହା ବାଦ୍ ରାଜ୍ୟରେ ଖଣି ଦୁର୍ନୀତି, ଦାଦନ, ବେକାରୀ ସମସ୍ୟା, ମୁଣ୍ଡ ପିଛା ଆୟରେ ତଳ ଆଡୁ ଓଡ଼ିଶା ୫ ନମ୍ବର କହି ଟାର୍ଗେଟ କରିଛନ୍ତି ଅପରାଜିତା। ଏପଟେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଉଭୟ ସିଟ୍ ଜିତିବାକୁ ଯାଉଥିବାରୁ ବିଜେପି ଭୟଭୀତ।

ପୂର୍ବରୁ ଓଡ଼ିଶା ସରକାର ହାଇଜାକ୍ ଆଉ ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣିକୁ ନେଇ ସର୍ଭିସ କଣ୍ଡକ୍ଟ ରୁଲ୍ ଭଙ୍ଗ ହୋଇଥିବା କହି ନିଶାନା କରିଥିଲେ ଅପରାଜିତା। ସେହିପରି ଫାଇଭ୍-ଟି ର ଆଧାର ଆଉ ଏହାର ଅସ୍ତିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ପଚାରିଥିଲେ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ