Advertisment

ପ୍ରତିଶ୍ରୁତି ଦେଇ ଭୁଲିଗଲେ କି ସରକାର; ଓଲଟ ଫଳ ଦେବ କି ନୂଆ NAC ଘୋଷଣା ଚାଲ୍ ?

କେଉଁଠି ପୋଡାଜଳା ତ କେଉଁଠି ରାସ୍ତାରୋକ। ଚକ ଅଖ ସବୁ ବନ୍ଦ। ଦୋକାନ ବଜାର ସବୁଠି ତାଲା ଝୁଲୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ଆନ୍ଦୋଳନକାରୀ। ଆଉ ଏ ଆନ୍ଦୋଳନ ନିଜ ହକ୍ ପାଇଁ, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ।

ଅଦ୍ୟତନ ହୋଇଛି
undefined

NAC Declaration

Advertisment

ବଲାଙ୍ଗୀରରୁ ବୌଦ୍ଧ, ବାଲେଶ୍ୱରରୁ ବୀରମହାରାଜପୁର, ରାଜ୍ୟ ସରକାରଙ୍କ ନୂଆ ଏନଏସି ତାଲିକାରୁ ବାଦ୍ ପଡିବା ପରେ ସବୁଠି କୁହୁଳୁଛି ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ସରକାର ପୂରଣ କରିନଥିବାରୁ କେଉଁଠି ପୋଡାଜଳା ହୋଇଛି ତ କେଉଁଠି ବନ୍ଦ ପାଳନ। ଆସନ୍ତାକାଲିଠାରୁ ଆହୁରି ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ଜିଲ୍ଲାର ଅସନ୍ତୁଷ୍ଟ ଜନତା। ପ୍ରଶ୍ନ ଉଠୁଛି, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଏନଏସି ଘୋଷଣାକୁ ନେଇ ତେଜୁଥିବା ଏହି ଅସନ୍ତୋଷ, ଶାସକ ଦଳ ପାଇଁ ବୁମେରାଂ ହେବନି ତ?

Advertisment

କେଉଁଠି ପୋଡାଜଳା ତ କେଉଁଠି ରାସ୍ତାରୋକ। ଚକ ଅଖ ସବୁ ବନ୍ଦ। ଦୋକାନ ବଜାର ସବୁଠି ତାଲା ଝୁଲୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ଆନ୍ଦୋଳନକାରୀ। ଆଉ ଏ ଆନ୍ଦୋଳନ ନିଜ ହକ୍ ପାଇଁ, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ। ବଲାଙ୍ଗୀର ଲୋଇସିଂହାକୁ ଏନଏସି ମାନ୍ୟତା ଦେବାକୁ ୨୦ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ବିକାଶ ପରିଷଦ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ପରିଷଦ ଚେତାଇ ଦେଇଛି, ରାଜ୍ୟ ସରକାର ନୂଆ ଏନଏସି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଭୋଟ୍ ବର୍ଜନ କରିବ ଲୋଇସିଂହା। ସେପଟେ ବଙ୍ଗୋମୁଣ୍ଡାରେ ବି ତୀବ୍ର ପ୍ରତିବାଦ। ଏନଏସି ଘୋଷଣା କରାନଯିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ବଡ ଧରଣର ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି ଦାଦନ ପ୍ରବଣ ବଙ୍ଗୋମୁଣ୍ଡାବାସୀ।

ବାରମ୍ବାର ଦାବି ପରେ ବି ଏନଏସିରୁ ବଂଚିତ ବୌଦ୍ଧ ମନମୁଣ୍ଡାରେ ବି ଜଳିଛି ଅସନ୍ତୋଷର ନିଆଁ। ଖୋଦ୍ ମୁଖ୍ୟମନ୍ତ୍ରୀ ମନମୁଣ୍ଡାକୁ ଏନଏସି କରିବାକୁ ପ୍ରତିଶ୍ରୁତି ଦେଇ ପୂରଣ କରିନଥିବାରୁ ତାତିଛନ୍ତି ଏଠାକାର ଜନତା। କୁଶ ପୁତ୍ତଳିକା ଜାଳିଛନ୍ତି, ରାଜ୍ୟ ସରକାର ବିରୋଧୀ ନାରା ବି ଦେଇଛନ୍ତି। ପ୍ରତିବାଦରେ ଆସନ୍ତା ମଙ୍ଗଳବାର ମନମୁଣ୍ଡା ବନ୍ଦ ଡାକରା ଦେଇଛି ନାଗରିକ କମିଟି। ସେପଟେ ଜିଲ୍ଲାର ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ୩ ବର୍ଷ ତଳେ ସରକାର ପ୍ରତିଶ୍ରୁତି ଦେଇ ଏଯାଏଁ ପାଳନ କରୁନଥିବାରୁ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି।

Advertisment

ଏନଏସି ତାଲିକାରୁ ବାଦ୍ ପଡିଥିବା ସୋନପୁରର ବୀରମହାରାଜପୁରରେ ବି ତେଜିଛି ଅସନ୍ତୋଷ। ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଏବଂ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେବା ସହ ଡେଙ୍ଗୁରା ପିଟି ସୋମବାର ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା ଦେଇଛି ନାଗରିକ କମିଟି। ସବୁଠି ଗୋଟିଏ ନାରା, ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି ରାଜ୍ୟ ସରକାର। ବିରୋଧୀ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଭୋଟ୍‌କୁ ପ୍ରଭାବିତ କରିବାକୁ ରାଜ୍ୟ ସରକାରଙ୍କ ଏହି ଘୋଷଣା। ବିଜେଡିର ଜବାବ, ଆଇନ୍ ଓ ମାନଦଣ୍ଡ ଦେଖି ନିଷ୍ପତି ନେଇଛନ୍ତି ସରକାର।

ସେପଟେ ରାଜ୍ୟରେ ଆହୁରି ୨୮ ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ଆସିଥିବା ବିଧାନସଭାରେ ଉତ୍ତର ରଖିଥିଲେ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି। ତେବେ ହାଇକୋର୍ଟରେ ଏନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଥିଲେ ଯେ, ହାଇକୋର୍ଟଙ୍କ ବିନା ଅନୁମତିରେ କୌଣସି ନୂଆ ଜିଲ୍ଲା ଗଠନ ନେଇ ନିଷ୍ପତ୍ତି ନେଇପାରିବେନି ରାଜ୍ୟ ସରକାର। ଏଭଳି ସ୍ଥିତିରେ ନୂଆ ଜିଲ୍ଲା ଗଠନରେ ବିଫଳତାର ଆକ୍ରୋଶରୁ ବର୍ତ୍ତିବାକୁ ଏନଏସି କାର୍ଡ ଖେଳିଛନ୍ତି କି ସରକାର ? ଏପଟେ ଏନଏସି ମାନ୍ୟତା ପାଇବାରୁ ଅନେକ ଦାବିଦାର ଅଞ୍ଚଳ ବାଦପଡ଼ିବାରୁ ବଢୁଥିବା ଅସନ୍ତୋଷ ଶାସକ ଦଳ ପାଇଁ ବୁମେରାଂ ହେବନି ତ ? ଏସବକୁ ନେଇ ଏବେ ଚର୍ଚ୍ଚା ଜୋର୍।

Advertisment
Protests Odisha Politics NAC Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ