Advertisment

ବିଜେଡିରେ ପୁଣି ଗୋଷ୍ଠୀ କନ୍ଦଳ; ଦଳ ଛାଡ଼ିଲେ ନାରାୟଣ ଲୁହା

ନାରାୟଣ ଲୁହା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିଲେ। ତେବେ ବିଜେଡି ପୁଣି ଥରେ ଏଠାରୁ ବିଧାୟକ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କଲା ପରେ ଅସନ୍ତୋଷ ଦେଖାଦେଇଛି।

ଅଦ୍ୟତନ ହୋଇଛି
narayan luha left bjd

narayan luha left bjd

Advertisment

ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ବି ଜାରି ରହିଛି । ବୀରମହାରାଜପୁର ବିଜେଡିରେ ପୁଣି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଜେଡିକୁ ପୁଣି ଲାଗିଛି ଆଉ ଏକ ଝଟ୍‌କା । ଦଳ ଛାଡ଼ିଲେ ଏକାଧିକ ନେତା ଓ କର୍ମୀ। ଆଜି ବିଜେଡି ଛାଡ଼ିଛନ୍ତି ଯୁବ ନେତା ନାରାୟଣ ଲୁହା। ସୁବର୍ଣ୍ଣପୁର ବୀରମହାରାଜପୁରର ଯୁବ ବିଜେଡି ସଭାପତି ଥିଲେ ନାରାୟଣ।

Advertisment

ତାଙ୍କ ପତ୍ନୀ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେଡି କର୍ମକର୍ତ୍ତା ବିଜେଡିରୁ ସାମୁହିକ ଇସ୍ତଫା ଦେଇଛନ୍ତି। ନାରାୟଣ ଲୁହା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିଲେ। ତେବେ ବିଜେଡି ପୁଣି ଥରେ ଏଠାରୁ ବିଧାୟକ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କଲା ପରେ ଅସନ୍ତୋଷ ଦେଖାଦେଇଛି।

ସେହିପରି ବିଜେଡି ଛାଡିବେ ଦଳର ନେତା ହିମାଂଶୁ ମହାନ୍ତି। ଦୀର୍ଘ ଦିନ ଧରି ହିମାଂଶୁ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବା ସହ ଅନ୍ୟତମ ପ୍ରମୁଖ ବିଧାୟକ ପ୍ରାର୍ଥୀ ପାଇଁ ଦାବିଦାର ଥିଲେ। ସେଥିପାଇଁ ସେ ବିଭିନ୍ନ ସମୟରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟ କରିବା ସହ ସ୍ଥାନୀୟ ବିଧାୟକଙ୍କୁ କଡା ଟକ୍କର ଦେଇ ହଜାର ହଜାର ସମର୍ଥକ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରୁଥିଲେ।

Advertisment

ତେବେ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ପୁନଃ ଟିକେଟ ପ୍ରଦାନ କରିବା ପରେ ହିମାଂଶୁ ଦଳ ଛାଡିବା ନେଇ ଆଲୋଚନା ହେଉଥଲା। ଏବେ ସେ ସ୍ପଷ୍ଟ କରିଛନ୍ତି ଖୁବ କମ ସମୟ ପରେ ସେ ବିଜେଡି ଆନୁଷ୍ଠାନିକ ଭାବେ ଛାଡିବେ । ତାଙ୍କ ସମର୍ଥକମାନଙ୍କ ସହ ଅନ୍ୟଦଳରେ ଯୋଗଦେବେ। ଏବେ ଯାଏଁ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପି କିମ୍ବା କଂଗ୍ରେସ କୌଣସି ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି। ଏଭଳି ସ୍ଥିତିରେ ସେ କେଉଁ ଦଳକୁ ଯିବେ ସ୍ପଷ୍ଟ କରିନାହାନ୍ତି।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ