Advertisment

ପଦ୍ମ ଧରିବେ ଭର୍ତ୍ତୃହରି, ସିଦ୍ଧାନ୍ତ, ଦମୟନ୍ତୀ !

ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଚର୍ଚ୍ଚା ହେଉଛି ଆଜି ବିଜେପିରେ ଯୋଗଦେଇପାରନ୍ତି ଓଲିଉଡ୍‌ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର।

ଅଦ୍ୟତନ ହୋଇଛି
MP Bhartruhari and Sidhant

MP Bhartruhari and Sidhant

Advertisment

ଆଜି ବିଜେପିରେ ଯୋଗ ଦେଇପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏନେଇ ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ମିଳିଛି। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଭର୍ତ୍ତୃହରି ମହତାବ ପଦ୍ମ ଧରିପାରନ୍ତି। ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା।

Advertisment

ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି।

ସେହିପରି ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା। ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିପାରନ୍ତି।

Advertisment

ସେହିପରି ମୟୂରଭଂଜ ଜିଲ୍ଲାର ଆଦିବାସୀ ଚେହେରା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ପଦ୍ମ ଧରିପାରନ୍ତି। ସେପଟେ ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସାଢ଼େ ୨ଟାରେ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ହେବ।

BJP Odisha Politics MP Bhartruhari Mahtab General Elections 2024 Sidhant Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ