Advertisment

ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

ଓଡ଼ିଶା ରାଜନୀତିରେ ନୂଆ ଯୁଗ। ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ।

ଅଦ୍ୟତନ ହୋଇଛି
undefined

Mohan Majhi

Advertisment

ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ଏହି ପଦ ଓ ଗୋପନୀୟତାର ଶପଥ ପାଠ ସହ ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ଲେଖା ହୋଇଛି ନୂଆ ଇତିହାସ, ଆରମ୍ଭ ହୋଇଛି ରାଜ୍ୟ ରାଜନୀତିର ନୂଆ ଅଧ୍ୟାୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାର ପଂଚଦଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି କେନ୍ଦୁଝରର ଲୋକପ୍ରିୟ ଆଦିବାସୀ ଚେହେରା । ରାଜନୀତିରେ ଅଭିଜ୍ଞ ଓ ଅନୁଭବୀ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଓଡ଼ିଶାର ମଙ୍ଗ ଧରିଛନ୍ତି ମୋହନ । ଓଡ଼ିଶା ସରକାରରେ ମୋହନଙ୍କ ସାଥୀ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା ବି ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ ।

Advertisment

ବଦଳିଛି ୨୫ ବର୍ଷର ସରକାର । ନୂଆ ଦଳ, ନୂଆ ମୁଖ୍ୟମନ୍ତ୍ରୀ । ପ୍ରଥମଥର ପାଇଁ ନିଜ ଦମ୍ଭରେ ଓଡ଼ିଶାରେ ଏକାକୀ ସରକାର ଗଢିଛି ବିଜେପି । ନିର୍ବାଚନରେ ପ୍ରଚଣ୍ଡ ଜନମତ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ପରେ ସରକାର ଗଠନର ଏଭଳି ଭବ୍ୟ ଆୟୋଜନ ନା କେବେ ଓଡ଼ିଶା ଦେଖିଥିଲା ନା କିଏ ଭାବିଥିଲା । ଏହି ଐତିହାସିକ ମୁହୂର୍ତ୍ତର ମୁକସାକ୍ଷୀ ବନିଥିଲେ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜନୀତି, କ୍ରୀଡା, ବ୍ୟବସାୟ ଓ ମନୋରଂଜନ କ୍ଷେତ୍ରରେ ପ୍ରତିଷ୍ଠିତ ଏକାଧିକ ବିଶିଷ୍ଟ ବ୍ୟକ୍ତିତ୍ୱ । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଧୁସନ୍ଥ ବି ପହଁଚିଥିଲେ ନୂଆ ସରକାରକୁ ଆଶୀର୍ବାଦ କରିବାକୁ । ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହର ତ ସୀମା ନଥିଲା।

ଅଧିକ ପଢ଼ନ୍ତୁ: ୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !

ନିମନ୍ତ୍ରଣ ପତ୍ରରୁ ଶପଥ ସମାରୋହ ସ୍ଥଳ, ସବୁଠି ଓଡ଼ିଆ ଅସ୍ମିତାର ଛାପ । ତୋରଣରେ ଶୁଦ୍ଧ ଓଡ଼ିଆ ଲେଖା ସହ ମୁଖ୍ୟ ଫାଟକରେ ଶୋଭା ପାଇଥିଲା କୋଣାର୍କ ଘୋଡା ଓ ଧଉଳି ହାତୀ । ଭିଆଇପି ଗେଟରେ ପୁରୀ ସାହିଯାତର ଝଲକ, ସଭାସ୍ଥଳକୁ ଯିବାର ଦୁଇ ପାର୍ଶ୍ବରେ ରହିଥିଲା ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ର ଓ ପ୍ରତିମୂର୍ତ୍ତି । ଭିତରେ ମଂଚ ତଳେ ଐତିହ୍ୟ କୋଣାର୍କ ଆକୃତିର ସାଜସଜ୍ଜା, ଓଡ଼ିଆ ଅସ୍ମିତାର ପ୍ରତୀକ ଭାଗବତ ଟୁଙ୍ଗି ଓ ମାଣବସା ଗୁରୁବାରର ମହକ ସହ ପ୍ରତିଫଳିତ ହେଉଥଲା ଓଡ଼ିଆ ସଂସ୍କୃତି ଓ ପରମ୍ପରା । ନୂଆ ସରକାରକୁ ସ୍ବାଗତ ଜଣାଇ କେଉଁଠି ଘୋଡା ନାଚ ହେଉଥିଲା ତ ଆଉ କେଉଁଠି ସମ୍ବଲପୁରୀ, ଢେମସା ଓ ଛଉ ନୃତ୍ୟ ଦୁଲୁକୁଥିଲା ସାରା ଭୁବନେଶ୍ବର ।

Advertisment

ଏପ୍ରିଲ ୨୦ ତାରିଖ । ବ୍ରହ୍ମପୁରର କନିଷି ନିର୍ବାଚନୀ ସଭାରେ ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ନେଇ ଦମ୍ଭ ଦେଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆସିବା ନେଇ ଦେଇଥିଲେ ପ୍ରତିଶ୍ରୁତି । ଆଉ ସେହି ପ୍ରତିଶ୍ରୁତି ପୂରଣ କରି ଓଥ୍ ଟେକିଂ ସେରିମୋନିର ୨ ଘଣ୍ଟା ପୂର୍ବରୁ ଭୁବନେଶ୍ବରରେ ପହଁଚିଯାଇଥିଲେ ପ୍ରଧାନମନ୍ତ୍ରୀ । ସାକ୍ଷୀ ବନିଥିଲେ ଓଡ଼ିଶାରେ ଐତିହାସିକ ସରକାରର ଶପଥ ଗ୍ରହଣ ସମାରୋହର ।

ଦୁଇ ଉପମୁଖ୍ୟମନ୍ତ୍ରୀ ଓ ୮ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୧୬ ଜଣିଆ ମନ୍ତ୍ରିମଣ୍ଡଳର ଶପଥ ସହ ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଛି ମୋହନ ସରକାର ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍

BJP Odisha CM Odisha Chief Minister Oath Taking Ceremony Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ