Advertisment

ପୁରୀରେ ରୋଡ୍‌ ସୋ’, ଅନୁଗୁଳ-କଟକରେ ଜନସଭା କରିବେ ମୋଦି

୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍‌ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍‌।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ରେ ପୁରୀରେ ସକାଳ ୮ଟାରେ ରୋଡ ସୋ କରି ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ତାପରେ ଅନୁଗୁଳ ଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢ଼େ ୧୧ଟାରେ କରିବେ ଜନ ସମାବେଶ।

Advertisment

ତାପୂର୍ବରୁ ୧୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ 
ଯୋଗ ଦେବେ ରାଜନାଥ । ୨୧ ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଗସ୍ତ କରିବେ। ୧୯ ତାରିଖ କୁଚିଣ୍ଡାରେ ସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । 

ଅନ୍ୟପଟେ ଆଜି ରାଜ୍ୟର ୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍‌ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍‌। ରାଜ୍ୟର ଏହି ଶୀର୍ଷ ନେତା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ।

Advertisment

ତେବେ ଏହି ରୋଡ ସୋ' ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ୫ ବରିଷ୍ଠ ନେତା ବୈଠକ କରିଥିଲେ । ବୈଠକରେ ବୈଜୟନ୍ତ କହିଛନ୍ତି ଜୁନ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ‘ନବୀନ ବାବୁଙ୍କୁ ଓଡ଼ିଶାରେ ଲୋକ ମିଳିଲେନି, ଜଣେ ଭଡ଼ାଟିଆକୁ ଆଣି ନେତା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ନବୀନ ଅପମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍‌ କରିବେ, ମୋଦି ଗ୍ୟାରେଣ୍ଟି । ବିଜେପି ୨୧ ଲୋକସଭା ଜିତିବ, ରାଜ୍ୟରେ ବିଜେପି ସରକାର ହେବ ।’

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ