Advertisment

ପ୍ରଶାନ୍ତ ଜଗଦ୍ଦେବ EVM ଫିଙ୍ଗିବା ମାମଲାର ଯାଞ୍ଚ ହେବ ସିସିଟିଭି ଫୁଟେଜ୍‌

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗତକାଲି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ୍।

Prasant Jagdev

Prasant Jagdev

Advertisment

ଖୋର୍ଦ୍ଧା ବୋଲଗଡ଼ରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚାଲିଛି ତଦନ୍ତ। ସିସିଟିଭିକୁ ଯାଞ୍ଚ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ଅବିନାଶ କୁମାର। ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଏବେ ଯାଏଁ ସିସିଟିଭି ଯାଞ୍ଚ ହୋଇନି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସିସିଟିଭି ଫୁଟେଜ୍‌କୁ ମଗାଯିବ, ନିର୍ବାଚନ ପ୍ରକ୍ରିୟା ପରେ ଏହାକୁ ଯାଞ୍ଚ କରାଯିବ। ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗତକାଲି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ୍। ଗତକାଲି ଅପରାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଗିରଫ ପୂର୍ବରୁ ଜଗଦେବ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ।

ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ପ୍ରତ୍ୟକ୍ଷଦର୍ଶୀ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଖୋର୍ଦ୍ଧା ଏସ୍‌ପି କହିଛନ୍ତି, କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି। ସିସିଟିଭି ଯାଞ୍ଚ ହୋଇନି। ନିର୍ବାଚନ ପ୍ରକ୍ରିୟା ପରେ ସିସିଟିଭି ଯାଞ୍ଚ ହେବ।ଅନ୍ୟ କେହି ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
BJP Odisha Politics Prasant Jagdev General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ