Advertisment

ବିଧାୟକ ପଦ ରଦ୍ଦ ଘଟଣା; କୋର୍ଟର ଦ୍ୱାରସ୍ଥ ହେବେ ଅରବିନ୍ଦ ଢାଲି !

କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଅଦ୍ୟତନ ହୋଇଛି
Arabinda Dhali

Arabinda Dhali

Advertisment

କୋର୍ଟର ଦ୍ବାରସ୍ଥ ହେବେ ଅରବିନ୍ଦ ଢାଲି। ବିଧାୟକ ପଦ ରଦ୍ଦ ଘଟଣାରେ କୋର୍ଟଙ୍କ ଦ୍ବାରସ୍ଥ ହେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି । ଭୁବନେଶ୍ବରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ।

Advertisment

ତାଙ୍କ ବିରୋଧରେ ଏହା ଏକ ଏକପାଖିଆ ନିଷ୍ପତ୍ତି। ଜାଣିଶୁଣି ତାଙ୍କର ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି। ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ।

କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏପର୍ଯ୍ୟନ୍ତ ବିଜେପି ପ୍ରେମାନନ୍ଦଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନାହିଁ।

Advertisment

ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗ୍ରହଣ କରି ବାଚସ୍ପତି ପ୍ରମିଳା ମଲ୍ଲିକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି।

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ