ପ୍ରଚାର ମଇଦାନରେ ଷ୍ଟାର୍ କପଲ୍, ସେଲିବ୍ରିଟି ସ୍ୱାମୀ-ସ୍ତ୍ରୀଙ୍କୁ ଦେଖିବାକୁ ଜମୁଛି ଭିଡ଼

ସ୍ୱାମୀଙ୍କ ପାଇଁ କ୍ୟାମ୍ପେନ୍ କରୁଛନ୍ତି ସ୍ତ୍ରୀ । ଅଭିନେତା ତଥା ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ମାମା ମିଶ୍ର । ଗାଁକୁ ଗାଁ ଯାଇ ଜନସଭାରେ ନେତୃତ୍ୱ ନେଉଛନ୍ତି ।

Odisha Election

ସ୍ୱାମୀଙ୍କ ପାଇଁ କ୍ୟାମ୍ପେନ୍ କରୁଛନ୍ତି ସ୍ତ୍ରୀ । ଅଭିନେତା ତଥା ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ମାମା ମିଶ୍ର । ଗାଁକୁ ଗାଁ ଯାଇ ଜନସଭାରେ ନେତୃତ୍ୱ ନେଉଛନ୍ତି । ତା’ସହ ଲୋକଙ୍କୁ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ବୁଝାଉଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଭିନ୍ନ ସଭାରେ ଯୋଗ ଦେଉଛନ୍ତି ମାମା ।

ଉଭୟ ଷ୍ଟାର୍ କପଲ୍ ଙ୍କୁ ଦେଖିବାକୁ ଏବେ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି । ଅନ୍ୟପଟେ ଦିନକ ପରେ ରାଜ୍ୟରେ ପଡ଼ିବ ଭୋଟ୍ । କୋ ରାପୁଟ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ପଡ଼ିବ ଭୋଟ୍ । ଆଜିଠୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୁଲିଂ ପାର୍ଟି । କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ପାଇଁ ୧୫ଟି କାଉଣ୍ଟର ଖୋଲାଯାଇ ଇଭିଏମ୍ ଓ ଅନ୍ୟାନ୍ୟ ସରଞ୍ଜାମ ବଣ୍ଟନ କରାଯାଇଛି ।

ତିନି ନିର୍ବାଚନ ମଣ୍ଡଳୀର ବୁଥ୍‌ ଦାୟିତ୍ୱରେ ଥିବା ଅଧିକାରୀମାନେ ବୁଥ୍‌ ଅଭିମୁଖେ ଯିବା ଆଗରୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଦିନେ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରସ୍ତୁତି ସହ ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ନିକୁଞ୍ଜ ବିହାରୀ ଧଳ ।

ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି। ଏଥିରୁ ୧୨ଶହ ୬୪ କ୍ରିଟିକାଲ୍ ପୋଲିଂ ଷ୍ଟେସନ୍ । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ । ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି । ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ମତାଧିକାରୀ ସାବ୍ୟସ୍ତ କରିବେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ।

ଏହି ପର୍ଯ୍ୟାୟରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ । ଏହି ପର୍ଯ୍ୟାୟରେ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୧ ଲକ୍ଷ ୮୯ ହଜାର । ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ହଜାର ହେଉଛନ୍ତି ୨୦ରୁ ୨୯ ବର୍ଷ ବୟସ୍କ ଭୋଟର । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମୋଟ ୫୨ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସେହିପରି ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ । ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୩୧ ସିଆରପିଏଫ୍, ୬ ସିଆଇଏସଏଫ୍ ମୁତୟନ ରହିବେ । ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଉ କିଛି ସମୟ ବାକି ରହିଛି ।

ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ ।