Odisha Politics
ନୂଆପଡା ବିଧାନସଭା ନିର୍ବାଚନ ଏବେ ରୋଚକ ମୋଡରେ ପହଂଚିଛି। ଦଳୀୟ ଟିକେଟ ପାଇଁ ଆଦିବାସୀମାନେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ରାଜନୈତିକ ଦଳ ଆଦିବାସୀଙ୍କୁ ଦଳୀୟ ଟିକେଟ ଦେଇନଥିଲେ। ? ଯାହାଦ୍ୱାରା ଆଦିବାସୀମାନେ ନିଜ ତରଫରୁ ପ୍ରାର୍ଥୀ ମନୋନୀତ କଲେ। ତାଙ୍କୁ ବିଜୟୀ କରିବାକୁ ଘର ପ୍ରତି ଗୋଟିଏ କେଜି ଚାଉଳ, ଶହେ ଟଙ୍କା ଓ ହଳଦୀ ଖଣ୍ଡେ ସହାୟତା କରୁଛନ୍ତି।
କିଛି ଦିନ ହେବ ନୂଆପଡା ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ପ୍ରଚଣ୍ଡ ଖରାକୁ ଖାତିର ନ କରି ଗାଁ ଗାଁ ଘର ଘର ବୁଲୁଛନ୍ତି ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରସ୍ତାବିତ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝି। ସେ ବିଗତ ୨ଟି ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଥିଲେ। ଏବର୍ଷ ନିର୍ବାଚନରେ ବି ସେ କଂଗ୍ରେସର ପ୍ରାର୍ଥୀ ହେବା ସୁନିଶ୍ଚିତ ଥିଲା।
କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ପ୍ରାର୍ଥୀ ହେବା ପରେ ଘାସିରାମ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କଲେ। ସେ ଗାଁ ଗାଁ ଘର ଘର ଯାଇ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି। ଲୋକେ ତାଙ୍କୁ ନିର୍ବାଚନରେ ବିଜୟୀ କରିବାକୁ ତାଙ୍କ ଥାଳରେ ଗୋଟିଏ କେଜି ଚାଉଳ, ଶହେ ଟଙ୍କା ଓ ହଳଦୀ ଖଣ୍ଡେ ସହାୟତା କରୁଛନ୍ତି। ସମସ୍ତ ଆଦିବାସୀ ଓ ଅଣ ଆଦିବାସୀ ଲୋକେ ଘାସିରାମ ମାଝୀଙ୍କୁ ସହାୟତା ପାଇଁ ଗୋଟିଏ କେଜି ଚାଉଳ, ଶହେ ଟଙ୍କା ଓ ହଳଦୀ ଖଣ୍ଡେ ସହଯୋଗ କରୁଛନ୍ତି।
ନିର୍ବାଚନର ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଆଦିବାସୀମାନେ ଜଣେ ଆଦିବାସୀଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ। କୌଣସି ରାଜନୈତିକ ଦଳ ଆଦିବାସୀଙ୍କୁ ଦଳୀୟ ପ୍ରାର୍ଥୀ କଲେ ନାହିଁ। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନିଷ୍ପତି ନେଲା ଘାସିରାମ ମାଝୀଙ୍କୁ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା। ନିଜ ଦେବାଦେବୀଙ୍କ ପାଖରେ ଆଦିବାସୀମାନେ ଶପଥ ନେଲେ ନିଜ ଜାତିର ବ୍ୟକ୍ତିଙ୍କୁ ଭୋଟ ଦେବେ। ବିଭିନ୍ନ ରାଜନୈତିକ ଦଳରେ ଥିବା ଆଦିବାସୀ ନେତାମାନେ ଦଳୀୟ ପ୍ରଚାର ନ କରି ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସବୁ ରାଜନୈତିକ ଦଳର ଆଦିବାସୀ ନେତାମାନେ ଘାସିରାମଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713363985.jpg)