Advertisment

ନବୀନଙ୍କୁ ମାତ୍ ଦେଇ କଣ୍ଟାବାଞ୍ଜିର ରିୟଲ ହିରୋ ପାଲଟିଛନ୍ତି ଲକ୍ଷ୍ମଣ ବାଗ୍

ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍।

ଅଦ୍ୟତନ ହୋଇଛି
Who is Laxman Bag Who Defeated CM Naveen Patnaik

Laxman Bag

Advertisment

କିଏ ଦିନ ମଜୁରିଆରୁ ନିର୍ବାଚିତ ରାଜନେତା ବନିଛନ୍ତି, ତ ଆଉ କିଏ ଖୁବ୍ କମ ବୟସରେ ଚାଖିଛନ୍ତି ସଫଳତାର ସ୍ୱାଦ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ। ସେମାନଙ୍କୁ ଅକଳ୍ପନୀୟ ଭାବେ ବିଜୟ ମୁକୁଟ ପିନ୍ଧାଇଛି ୨୪ ନିର୍ବାଚନର ଜନାଦେଶ। ତେବେ ସେମାନଙ୍କ ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ।

Advertisment

ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍। ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ, ପ୍ରଥମ ଥର ପାଇଁ ନବୀନଙ୍କୁ ଚଖାଇଛନ୍ତି ପରାଜୟର ସ୍ୱାଦ। ଦାଦନପ୍ରବଣ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଛୋଟିଆ ଗାଁ ଖୁଟୁଲମୁଣ୍ଡାର ଏକ ଗରିବ ପରିବାରରେ ଲକ୍ଷ୍ମଣଙ୍କ ଘର। ବାପା ଚାଷ କରୁଥିବା ବେଳେ, ୬ ଭାଇ ଭିତରେ ସବା ସାନ ଲକ୍ଷ୍ମଣ କେତେବେଳେ ବିଲରେ ଖଟୁଥିଲେ, ତ କେତେବେଳେ କୁଲି ମଜୁରୀ କରୁଥିଲେ।

ଅଧିକ ପଢ଼ନ୍ତୁ: ଯୁବଚେହେରାଙ୍କ ମ୍ୟାଜିକ୍; ବିଜେଡିର ବହୁ ହେଭିୱେଟଙ୍କୁ ହରାଇ ହେଲେ ହିରୋ...

Advertisment

ଭାଇମାନେ ରାଜନୀତିକୁ ଆସିବା ପରେ, ନିଜେ ବି ଏଥିରେ ଭାଗ୍ୟ ପରୀକ୍ଷା କରିଥିଲେ ଲକ୍ଷ୍ମଣ। ୨୦୧୪ରେ ସେ ତୃତୀୟ ସ୍ଥାନରେ ଥିବା ବେଳେ, ୨୦୧୯ରେ ସନ୍ତୋଷ ସିଂ ସାଲୁଜାଙ୍କ ଠାରୁ ମାତ୍ର ୧୨୮ ଖଣ୍ଡ ଭୋଟରେ ହାରିଥିଲେ। ହେଲେ ଏଥର ପୁଣି ବିଜେପି ଭରସା କରିବା ପରେ, ନବୀନଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇ କମାଲ୍ ଦେଖାଇଛନ୍ତି ଲକ୍ଷ୍ମଣ ବାଗ।

ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବୌଦ୍ଧର ନବନିର୍ବାଚିତ ବିଜେପି ବିଧାୟକ ସରୋଜ ପ୍ରଧାନ। ପେଶାରେ ଓକିଲ ସରୋଜ ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ବି, ମାତ୍ ଦେଇଛନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କୁ। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ବି ଜଣେ ଯୁବ ଚେହେରାଙ୍କ ମ୍ୟାଜିକ୍। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ରେ, ତାଙ୍କୁ ସାଢ଼େ ୩୩ ହଜାରରୁ ଅଧିକ ଭୋଟରେ ଧୂଳି ଚଟାଇଛନ୍ତି ନବନିର୍ବାଚିତ ବିଜେପି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ। ପାଇଛନ୍ତି ୧ ଲକ୍ଷ ୯ ହଜାର ୬୫୩ ଭୋଟ, ଓଡ଼ିଶାରେ ସର୍ବାଧିକ। ମହାକାଳପଡ଼ାରେ ୧୫ ବର୍ଷର ବିଧାୟକତ୍ୱ ଭିତରେ ଅତନୁଙ୍କ ପ୍ରତି ଲୋକଙ୍କ ମନରେ ଥିବା ପୁଞ୍ଜିଭୂତ ଆକ୍ରୋଶକୁ ଆୟୁଧ କରିଥିଲେ ଦୁର୍ଗାପ୍ରସନ୍ନ। ଖାସ୍ କରି ବଙ୍ଗାଳି ଭୋଟର ତାଙ୍କ ପାଇଁ ବଡ଼ ଫ୍ୟାକ୍ଟର ହୋଇଥିବା ଚର୍ଚ୍ଚା ହେଉଛି।

Advertisment

ଅଧିକ ପଢ଼ନ୍ତୁ: ଦୁର୍ଗ ପତନ ପରେ ବିଜେଡିରେ ଘମାସାନ୍ ! ପାଣ୍ଡିଆନ୍‌ଙ୍କୁ ଦାୟୀ କରି ମୁହଁ ଖୋଲିଲେଣି ବରିଷ୍ଠ

ଭଞ୍ଜନଗରର ପ୍ରଦ୍ୟୁମ୍ନ ନାୟକ ହୁଅନ୍ତୁ ଅବା, ସୁକିନ୍ଦାର ପ୍ରଦୀପ ବଳସାମନ୍ତ। ପୂର୍ବରୁ ନିର୍ବାଚନୀ ମୈଦାନରେ ପରାଜିତ ହୋଇଥିଲେ ବି, ଏଥର ଦମଦାର ବଦଲା ନେଇଛନ୍ତି ଏହି ନବନିର୍ବାଚିତ ବିଧାୟକ ମାନେ। ଚିତପଟାଙ୍ଗ ବିଜେଡିର ହେଭିୱେଟ୍। ଭଞ୍ଜନଗରରେ ୬ ଥରର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦ୍ୟୁମ୍ନ ୧୬ ହଜାରରୁ ଅଧିକ ଭୋଟରେ ହରାଇଥିବା ବେଳେ, ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ହରାଇଛନ୍ତି ପ୍ରଦୀପ ବଳସାମନ୍ତ।

ସେପଟେ ବଡ଼ମ୍ବାର ନବନିର୍ବାଚିତ ବିଧାୟକ ବିଜୟ ଦଳବେହେରାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ତୁଙ୍ଗ ନେତା, ୬ ଥର ବିଧାୟକ ଓ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ବିଜୟ। କୁହାଯାଉଛି, ଗାଁ ଗାଁରେ ଲୋକମାନେ ଚାନ୍ଦା ସଂଗ୍ରହ କରି ତାଙ୍କୁ ଇଲେକ୍ସନ ଲଢ଼ିବାକୁ ଆର୍ଥିକ ସହାୟତା କରିଥିଲେ।

Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ