Odisha Politics
ନିର୍ବାଚନ ପରିବେଶ ସରଗରମ ହେବା ସହିତ ନେତାଙ୍କ ଦଳ ବଦଳ ଜାରି ରହିଛି । କିଏ ଦଳ ଛାଡୁଛି ତ କିଏ ନୂଆ ଦଳରେ ସାମିଲ ହେଉଛି । ବିଜେଡି ଛାଡ଼ିଛନ୍ତି ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ।
ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡ଼ିଛନ୍ତି । ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଛନ୍ତି, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ । ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ । ଏବର ହୋହାଲ୍ଲା ଭିତରେ ଏକୁଟିଆ ଲାଗୁଛି । ଦଳର ନେତାଙ୍କୁ ଭେଟି ବି ହେଉନାହିଁ ।
ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା କହିଛନ୍ତି ଜ୍ୟୋତି । ସରୋଜ ପାଣିଗ୍ରାହୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଲଗାତର ଭାବେ ମତେ ଅଣଦେଖା ଓ ଅବହେଳା କରାଯାଉଥିଲା ବୋଲି ବିଜେଡି ଛାଡ଼ୁଛି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଦଳ ଛାଡ଼ୁଛନ୍ତି ଅନେକ ନେତା ।
ଗତ କିଛିଦିନ ତଳେ ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ । ୨୦୧୪ ମସିହାରେ ସୀତାରାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ।
ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବର୍ତ୍ତମାନ କିନ୍ତୁ ସେ ପୁଣିଥରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ସୀତାରାମ ପାଣିଗ୍ରାହୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712822535.jpg)